ଓଡିଶା

odisha

ETV Bharat / bharat

ଚର୍ଚ୍ଚାରେ ଏନ-95 ମାସ୍କ, କାରଣ ? - N-95

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଚେତାବନୀ ଏନ-95 ମାସ୍କ ବ୍ୟବହାର ଉପରେ ଚେତାବନୀ ଦେଇଛି । ଏନ-95 ମାସ୍କ ବଦଳରେ ଘରୋଇ କପଡା ମାସ୍କ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ରାଜୀବ ଗାର୍ଗ କହିଛନ୍ତି ।

ଚର୍ଚ୍ଚାରେ ଏନ-95 ମାସ୍କ
ଚର୍ଚ୍ଚାରେ ଏନ-95 ମାସ୍କ

By

Published : Jul 21, 2020, 7:27 PM IST

ହାଇଦ୍ରାବାଦ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଚେତାବନୀ ଏନ-95 ମାସ୍କ ବ୍ୟବହାର ଉପରେ ଚେତାବନୀ ଦେଇଛି । ଏନ-95 ମାସ୍କ ବଦଳରେ ଘରୋଇ କପଡା ମାସ୍କ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ରାଜୀବ ଗାର୍ଗ କହିଛନ୍ତି । ଶ୍ବାସକ୍ରିୟା ପାଇଁ ସାହାଯ୍ୟ କରୁଥିବା ଏନ-95 ମାସ୍କ କୋରୋନା ଭାଇରସ ସଂକ୍ରମଣରୁ ରକ୍ଷା ଦେଉନଥିବା କୁହାଯାଇଛି ।

ଏପ୍ରିଲରେ ମୁହଁରେ ସଂକ୍ରମଣ ନ ବ୍ୟାପିବା ପାଇଁ ଘର ତିଆରି କପଡା ମାସ୍କ ବ୍ୟବହାର ପାଇଁ କେନ୍ଦ୍ର ଏକ ପରାମର୍ଶ ଦେଇଥିଲା। ଗାଇଡଲାଇନ ଅନୁସାରେ ପ୍ରତିଦିନ ମାସ୍କ ପିନ୍ଧି ଏହାକୁ ପ୍ରତିଦିନ ଧୋଇ ସଫା କରିବା ଆବଶ୍ୟକ । ତେବେ ହସ୍ତତନ୍ତ ମାସ୍କ ଗୁଡିକ ସ୍ବାସ୍ଥ୍ୟ କର୍ମୀ କିମ୍ବା କୋଭିଡ-19 ରୋଗୀ କିମ୍ବା ସେମାନଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ କାରଣ ସେମାନେ ନିର୍ଦ୍ଦିଷ୍ଟ ପ୍ରତିରକ୍ଷା ପିପିଇ କିଟ୍ ପିନ୍ଧିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା।

-95 ଶ୍ବାସକ୍ରିୟା କ’ଣ ?

ଏନ-95 ହେଉଛି ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ (PPE) । ଏହା ବାୟୁକଣିକା ଓ ଚେହେରାକୁ ଦୂଷିତ କରୁଥିବା ଲିକ୍ୱିଡରୁ ରକ୍ଷା କରିବା ପାଇଁ ବ୍ୟବହୃତ ହୁଏ । ଏନ-95 ଅତି କମରେ 95 ପ୍ରତିଶତ ବାୟୁବାହୀ କଣିକା ଫିଲ୍ଟର୍ କରନ୍ତି । ନାକ ଓ ପାଟିରେ ଏକ ସିଲ୍ ଗଠନ ପାଇଁ ଏହକୁ ଡିଜାଇନ୍ କରାଯାଇଛି । ଏହା ମୁଖ୍ୟତଃ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ଡିଜାଇନ୍ ହୋଇଛି ଓ ଧୂଳି କଣିକା ଠାରୁ ରକ୍ଷା ପାଇଁ ଏହାଏକ ପ୍ରତିରକ୍ଷା ଉପକରଣ ।

ଏନ-95 ମାସ୍କର କାର୍ଯ୍ୟକାରିତା-

ଫେସ୍ କଭର ଓ ଫେସ୍ ମାସ୍କର ବ୍ୟବହାର ବର୍ତ୍ତମାନ ଜରୁରୀ । ଏହି ସମୟରେ ଏନ-95 ମାସ୍କ ଉତ୍ତାପ ଦିଏ । ଏକ ଭଲଭ୍ ସହିତ ଯେକୌଣସି ଏନ-95 ମାସ୍କ ମୁଖ୍ୟତଃ ଏକ ପ୍ଲାଷ୍ଟିକ୍ ଡିସ୍କ ସହିତ ତିଆରି ହୋଇଥାଏ । ଏଥିରେ ଫାଇବର ମଧ୍ୟ ରହିଥାଏ । ଭଲଭ୍ ର କାର୍ଯ୍ୟ ହେଉଛି ଆରାମଦାୟକ ଶ୍ବାସକ୍ରିୟା ପାଇଁ ବାୟୁକୁ ଫିଲ୍ଟର୍ କରିବା ଓ ପାଥୋଜେନକୁ ପ୍ରବେଶ କରିବାରୁ ରକ୍ଷା କରିବା ।

ଭଲଭ୍ ମାସ୍କ କିପରି କୋରୋନା ଭାଇରସ ରୋକିଥାଏ -

ଏହା ମୁଖ୍ୟତଃ ଆମେ ନିଶ୍ବାସ ନେଉଥିବା ବାୟୁକୁ ଶୁଦ୍ଧ କରିଥାଏ । ଆମେ ଯେତେବେଳେ ନିଶ୍ବାସ ଛାଡୁ ସେ ସମୟରେ ଦୂଷିତ ବାୟୁ ବାହାରକୁ ଆସିଥାଏ । ଯଦି ଆମ ମଧ୍ୟରେ କୋରୋନା ଭାଇରସ ରହିଥାଏ ତେବେ ଏହା ସହଜରେ ଅନ୍ୟ ଜଣକୁ ବାୟୁ ମାଧ୍ୟମରେ ସଂକ୍ରମିତ କରିପାରିବ । ଭଲଭ୍ ମାସ୍କ କେବଳ ଏକ ପାଖିଆ କାର୍ଯ୍ୟ କରିଥାଏ । ଅର୍ଥାତ ଯେତେବେଳେ ଆପଣ ନିଶ୍ବାସ ନେଇଥାନ୍ତି ସେତେବେଳେ ବାୟୁକୁ ଫିଲ୍ଟର କରିଥାଏ ମାସ୍କ କିନ୍ତୁ ନିଶ୍ବାସ ଛାଡିଲା ବେଳେ ଏହା ଫିଲ୍ଟର କରିପାରିନଥାଏ । ଫଳରେ ଅନ୍ୟକୁ ସଂକ୍ରମଣ ବ୍ୟାପିବାରେ ଅଧିକ ସୁଯୋଗ ରହିଛି ।

କେଉଁ ପ୍ରକାର ଏନ-95 ମାସ୍କକୁ ଏଡେଇବା ଆବଶ୍ୟକ-

ଯଦି ମାସ୍କର ଆଗରେ ଭଲଭ୍ ରହୁଛି କିମ୍ବା ଖୋଲା ରହୁଛି ତେବେ ଏପରି ମାସ୍କଠାରୁ ଦୂରେଇକି ରୁହନ୍ତୁ । ଏକପାଖିଆ ଭଲଭ୍ ସହିତ ମାସ୍କ ଆପଣଙ୍କ ପାଟିରୁ ବାହାରୁଥିବା ଏରୋସୋଲକୁ ଫିଲ୍ଟର୍ କରେ ନାହିଁ, ତେଣୁ ତୁରନ୍ତ ଆପଣଙ୍କ ଚାରିପାଖରେ ଥିବା ଲୋକଙ୍କୁ ବିପଦରେ ପକାଇଥାଏ ।

ପ୍ରତିକାର-

  • ଦୁଇ ପାଖିଆ ଭଲଭ୍ ଥିବା ଏନ-95 ମାସ୍କ ବ୍ୟବହାର କରନ୍ତୁ । ଏହା ଉଭୟ ନିଶ୍ବାସ-ପ୍ରଶ୍ବାସରେ ବାୟୁ କଣିକାକୁ ଫିଲ୍ଟର କରିବାରେ ସାହାଯ୍ୟ କରେ । ଏଗୁଡିକ ପ୍ରାୟତଃ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ବାରା ବ୍ୟବହୃତ ହୁଏ ।
  • ଘର ବାହାରକୁ ଯିବା ସମୟରେ ମୁହଁ ଘୋଡାଇକି ଯାଆନ୍ତୁ ।
  • ପ୍ରତିଦିନ କୋରୋନା ରୋଗୀଙ୍କ ସମ୍ପର୍କରେ ଆସୁଥିବା ଲୋକ ପିପିଇ କିଟ୍ ପିନ୍ଧିବେ ମାତ୍ର ଅନ୍ୟମାନେ ଘର ତିଆରି ଫେସ୍ ମାସ୍କ ପିନ୍ଧିବା ଭଲ ।
  • ଦୁଇଟି ମାସ୍କ ବ୍ୟବହାର ପ୍ରସ୍ତୁତ କରନ୍ତୁ । ଫଳରେ ପ୍ରତିଦିନ ଆପଣ ସ୍ବଚ୍ଛ ମାସ୍କ ପିନ୍ଧି ଯାଇପାରିବେ ।
  • ମାସ୍କ ସର୍ବଦା ପରିସ୍କାର କପଡାରେ ତିଆରି କରିବା ଆବଶ୍ୟକ ।

ABOUT THE AUTHOR

...view details