ଓଡିଶା

odisha

ETV Bharat / bharat

ଖୋଲିଲା ରହସ୍ୟ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ବିଦେଶୀ ଘୋଷିତ - army personnel

ଦୀର୍ଘ ବର୍ଷ ଧରି ସୁରକ୍ଷା ସଂସ୍ଥା ସହ ଜଡିତ ଥିବା ଜଣେ ପୂର୍ବତନ କର୍ମଚାରୀଙ୍କୁ ବିଦେଶୀ ବୋଲି ଘୋଷଣା କରିଛନ୍ତି ଫରେନର୍ସ ଟ୍ରିବ୍ୟୁନାଲ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : May 29, 2019, 10:29 PM IST

ଗୌହାଟି: ଉତ୍ତରପୂର୍ବ ରାଜ୍ୟ ଆସାମରେ ଏକ ରହସ୍ୟମୟ ଘଟଣାର ପର୍ଦ୍ଦାଫାଶ ହୋଇଛି । ଦୀର୍ଘ ବର୍ଷ ଧରି ସୁରକ୍ଷା ସଂସ୍ଥା ସହ ଜଡିତ ଥିବା ଜଣେ ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କୁ ଶେଷରେ ବିଦେଶୀ ବୋଲି ଘୋଷଣା କରିଛନ୍ତି ବିଦେଶୀ ପ୍ରାଧିକରଣ(ଫରେନର୍ସ ଟ୍ରିବ୍ୟୁନାଲ) । ଯେଉଁ ଘଟଣା ବର୍ତ୍ତମାନ ସେଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଆସାମ କାମରୂପ ଜିଲ୍ଲାର ବୋକ ଅଞ୍ଚଳର ମହମ୍ମଦ ସନ୍ନାଉଲ୍ଲାଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋରରେ ଧରିଛି । 1987 ମସିହାରେ ତାଙ୍କୁ ସେନାରେ ନିଯୁକ୍ତି ମିଳିଥିଲା । 2017 ମେ 31ରେ ସେନାରୁ ଅବସର ଗ୍ରହଣ କରିଥିଲେ ସନ୍ନାଉଲ୍ଲା । 2014ରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ପ୍ରଶଂସା ପତ୍ର ମିଳିଥିଲା । ପ୍ରାୟ 30 ବର୍ଷ ଧରି ସେନାରେ କାର୍ଯ୍ୟରତ ଥିଲେ ସେ । ଅବସର ପରେ ଅର୍ଥାତ 2018ରେ ସନ୍ନାଉଲ୍ଲା ଆସାମ ପୋଲିସରେ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନିଜର ଚାକିରୀ କାଳ ମଧ୍ୟରେ ସନ୍ନାଉଲ୍ଲା ବିରୋଧରେ ଅଭିଯୋଗ ଆସିଥିଲା ଯେ ସେ ବିଦେଶୀ ନାଗରିକ । ଏନେଇ 2008ରେ ଫରେନର୍ସ ଟ୍ରିବ୍ୟୁନାଲରେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଥିଲା । ଯାହାର ବିଚାର କରି ଟ୍ରିବ୍ୟୁନାଲ ତାଙ୍କୁ ବିଦେଶୀ ବୋଲି ଘୋଷଣା କରିଛନ୍ତି । ଏ ମାମଲାରେ ରାୟ ଆସିବା ପରେ ପୋଲିସ ଗିରଫ କରିବା ସହ ତାଙ୍କୁ ପଚରାଉଚରା କରିବା ପାଇଁ ଆମିନଗାଓଁ ଠାରେ ଅଟକ ରଖିଛି।

ABOUT THE AUTHOR

...view details