ଓଡିଶା

odisha

ETV Bharat / bharat

ପକ୍ଷୀ ଆତ୍ମହତ୍ୟା ସ୍ଥଳ ଆସାମର ‘ଜତିଙ୍ଗା ଘାଟି’ - ଜତିଙ୍ଗା ଘାଟି

ପକ୍ଷୀ ଆତ୍ମହତ୍ୟା । କଥାଟି ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗେ, ବାସ୍ତବରେ ସେତିକି ଲୋମ ହର୍ଷଣକାରୀ । ଆଉ ପକ୍ଷୀ ଆତ୍ମହତ୍ୟାର ଘାଟ ବୋଲି ଜଣା ଯାଉଥିବା ଏପରି ଏକ ସ୍ଥାନ ହେଉଛି ଆସାମର ଜତିଙ୍ଗା ଘାଟି । ଅଧିକ ପଢନ୍ତୁ...

Mysterious suicide of birds,  jatinga village of Assam, unknown facts, ଅଜଣା କଥା, ଜତିଙ୍ଗା, ଆସାମ, ଜତିଙ୍ଗା ଘାଟି, ପକ୍ଷୀ ଆତ୍ମହତ୍ୟାର ସ୍ଥଳ
ପକ୍ଷୀ ଆତ୍ମହତ୍ୟାର ସ୍ଥଳ, ଆସାମର ‘ଜତିଙ୍ଗା ଘାଟି’

By

Published : Aug 13, 2020, 2:09 PM IST

ଆତ୍ମହତ୍ୟା । ମଣିଷମାନଙ୍କ ମଧ୍ୟରେ ଏହି କାର୍ଯ୍ୟକଳାପ ଏକ ସାଧାରଣ ଘଟଣାରେ ପରିଣତ ହୋଇଥିବା ବେଳେ ପକ୍ଷୀମାନଙ୍କ ଆତ୍ମହତ୍ୟା ଘଟଣା ହୁଏତ ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ହଁ, ଘଟଣାଟି ଏକଦମ ସତ । ଆଉ ଭାରତରେ ହିଁ ଏପରି ଏକ ଘାଟି ରହିଛି ଯେଉଁଠାରେ ପ୍ରତିବର୍ଷ ଶହ ଶହ ପକ୍ଷୀ ଆସି ଆତ୍ମହତ୍ୟା କରିଥାଆନ୍ତି । କେବଳ ଭାରତ ନୁହେଁ, ବିଦେଶରୁ ମଧ୍ୟ କେତେକ ପକ୍ଷୀ ଆସି ଏଠାରେ ଆତ୍ମହତ୍ୟା କରୁଥିବା ଦେଖାଯାଏ । ଏ ହେଉଛି ଉତ୍ତର-ପୂର୍ବ ରାଜ୍ୟ ଆସାମର ଦୀମା ହସାଓ ଜିଲ୍ଲାରେ ଥିବା ଜତିଙ୍ଗା ଭ୍ୟାଲି ବା ଜତିଙ୍ଗା ଘାଟି । ଏଠାରେ ପ୍ରତ୍ୟେକ ବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ଦେଖିବାକୁ ମିଳେ ଏହି ପକ୍ଷୀ ଆତ୍ମହତ୍ୟାର ଦୃଶ୍ୟ । ମୁଖ୍ୟତଃ ମୌସୁମୀର ଶେଷ ଭାଗରୁ ଶୀତର ମଧ୍ୟଭାଗ ଭିତରେ ଅର୍ଥାତ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଏହି ଦୃଶ୍ୟ ଦେଖିବାକୁ ମିଳେ ।

ଏହି ଘଟଣାବଳୀକୁ ସାଧାରଣରେ ଆଶ୍ଚର୍ଯ୍ୟକର କୁହାଯାଉଥିବା ବେଳେ ଏହାର ସତ୍ୟତା ଖୋଜିବା ପାଇଁ ଅନେକ ବୈଜ୍ଞାନିକ ଦଳ ସନ୍ଧାନ ଜାରି ରଖିଥିଲେ । ସେପଟେ ଏହି ଘଟଣା ନେଇ ସାଧାରଣ ଲୋକଙ୍କ ମତ କି ଜତିଙ୍ଗା ଘାଟିରୁ ଏକକାଳୀନ ଶହ ଶହ ପକ୍ଷୀ ଆତ୍ମହତ୍ୟା କରିଥାଆନ୍ତି । 1988 ମସିହାରେ ଆସାମରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ସମୟରେ ସର୍ବାଧିକ ମାତ୍ରାରେ ପକ୍ଷୀ ଆତ୍ମହତ୍ୟା ଦେଖିବାକୁ ମିଳିଥିଲା । ମୁଖ୍ୟତଃ ସନ୍ଧ୍ୟା 7ଟାରୁ ରାତି 10ଟା ମଧ୍ୟରେ ଏହି ଘଟଣା ଘଟିଥାଏ । କିନ୍ତୁ ଏହି ଘଟଣା କେତେ ସତ ତାହାକୁ ଆଖିରେ ଲୋକେ ଦେଖିପାରନ୍ତି ନାହିଁ । କାରଣ ଏହି ସମୟରେ ଘନ କୁହୁଡି ରହିଥାଏ ଓ ରାତି ହୋଇଯିବା କାରଣରୁ ଏଠାରେ ହେଉଥିବା ଆତ୍ମହତ୍ୟା ଘଟଣାବଳୀ ସ୍ପଷ୍ଟ ଦେଖାଯାଏ ନାହିଁ । କିନ୍ତୁ ସକାଳେ ଭୂମିରେ ପଡିଥିବା ଏକାଧିକ ପକ୍ଷୀଙ୍କ ମୃତଦେହ ଦେଖିବା ପରେ ଏହି ଘଟଣା ସମ୍ପର୍କରେ ବାରି ହୁଏ ।

ଏହି ଘଟଣା ଅଧିକ ଆଶ୍ଚର୍ଯ ଲାଗେ ଯେବେ ଜଣାଯାଏ କି ଏହି ଆତ୍ମହତ୍ୟା ପ୍ରକ୍ରିୟାରେ ଅଧିକାଂଶ ସ୍ଥାନୀୟ ପକ୍ଷୀ ସାମିଲ ରହିଥାଆନ୍ତି । ବିଦେଶୀ ପକ୍ଷୀଙ୍କ ମଧ୍ୟରୁ ଖୁବ କମ ପକ୍ଷୀ ଏହାଦ୍ବାରା ପ୍ରଭାବିତ ହୋଇଥାଆନ୍ତି । ଜତିଙ୍ଗା ଘାଟିର ଏକ ନିର୍ଦ୍ଦିଷ୍ଟ ସ୍ଥାନ ବା 1.5କିଲୋମିଟର ପରିଧି ଓ 200 ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏହି ଘଟଣା ଦେଖିବାକୁ ମିଳେ । ବିଶ୍ବାସ କରାଯାଏ କି ଆକାଶମାର୍ଗରେ ଥିବା ଖରାପ ଶକ୍ତି ଏହି ପକ୍ଷୀମାନଙ୍କ ଆତ୍ମହତ୍ୟା ପଛରେ ଦାୟୀ । ତେବେ ଏନେଇ ବୈଜ୍ଞାନିକମାନେ ସନ୍ଧାନ କରି ମତ ଦେଇଥିଲେ କି ବାସ୍ତବରେ ଏଠାରେ ପକ୍ଷୀମାନେ ଆତ୍ମହତ୍ୟା କରନ୍ତି ନାହିଁ । ଘନ କୁହୁଡି ପାଇଁ ପକ୍ଷୀମାନେ ଆଲୋକ ଆଡକୁ ଆକର୍ଷିତ ହୋଇ ଭୂମି ଆଡକୁ ତୀବ୍ର ବେଗରେ ଗତି କରନ୍ତି । ଏହି ସମୟରେ ସେମାନେ ଗଛଲତା ଦ୍ବାରା ବାଡେଇ ହୋଇ କ୍ଷତାକ୍ତ ହୁଅନ୍ତି ଓ ଶେଷରେ ଏହି ମୁର୍ମୂଷ ପକ୍ଷୀମାନଙ୍କୁ ଶିକାରୀମାନେ ସହଜରେ ଶିକାର କରିଥାଆନ୍ତି ।

ଅନ୍ୟ ଶବ୍ଦରେ କହିବାକୁ ଗଲେ ଶିକାରିମାନେ ଜାଲ ଆକାରରେ ଏହି ଘାଟିର ଅପରପାର୍ଶ୍ବରେ ଲାଇଟ ଲଗାଇଥାଆନ୍ତି । ଘନ କୁହୁଡି ଯୋଗୁଁ ପକ୍ଷୀମାନେ ଏହି ଆଲେକ ଆଡକୁ ଆକର୍ଷିତ ହୋଇ ତୀବ୍ର ବେଗରୁ ଆଲୋକ ଆଡକୁ ଗତି କରନ୍ତି । ଫଳରେ ସେମାନେ କ୍ଷତାକ୍ତ ହୋଇଯାଆନ୍ତି । ମୁଖ୍ୟତଃ ଆଞ୍ଚଳିକ ପକ୍ଷୀମାନେ ଏହାର ଶିକାର ହେଉଥିବା ବେଳେ ବିଦେଶୀ ପକ୍ଷୀମାନେ ଏହାର ବିଶେଷ ଶିକାର ହୁଅନ୍ତି ନାହିଁ, କିମ୍ବା ସେମାନେ ଆଲୋକ ଆଡକୁ ଆକର୍ଷିତ ହୁଅନ୍ତି ନାହିଁ । ଆଶ୍ଚ,ର୍ଯ୍ୟର କଥା କି ଏହା ଏହି ଘଟଣାର ବାସ୍ତବ କାରଣ ନୁହେଁ । ଏହା ପଛରେ ଆହୁରି ଅନେକ ଘଟଣା ଓ ପ୍ରାକୃତିକ ଘଟଣାବଳୀ ଦାୟୀ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି । ତେବେ କେବଳ ଭାରତ ନୁହେଁ ଫିଲିପିନ୍ସ, ମାଲେସିଆ ଓ ଭାରତର ଅନ୍ୟ ରାଜ୍ୟ ମଧ୍ୟରେ ମିଜୋରାମରେ ମଧ୍ୟ ଏପରି ଆଶ୍ଚର୍ଯ୍ୟକର ଘଟଣାବଳୀ ଦେଖିବାକୁ ମିଳେ ।

ଏହି ସ୍ଥାନଟି ହାଫଲଙ୍ଗ ଟାଉନଠାରୁ 9 କିଲୋମିଟର ଦୂରରେ ଅବସ୍ଥିତ । ସେହିପରି ଗୌହାଟୀଠାରୁ ଏହା 330 କିଲୋମିଟର ଦକ୍ଷିଣ ଦିଗରେ ରହିଛି । ଏହି ସ୍ଥାନଟିକୁ ଦିନ ସମୟରେ ଯାତ୍ରା କରିବା ପାଇଁ ପର୍ଯ୍ୟଟକମାନଙ୍କୁ କୁହାଯାଇଥାଏ ।

ABOUT THE AUTHOR

...view details