ଓଡିଶା

odisha

ETV Bharat / bharat

ମାଧ୍ୟାକର୍ଷଣ ଶକ୍ତିର ବିପରୀତରେ ରହସ୍ୟମୟ ପାହାଡ - ମାଧ୍ୟାକର୍ଷଣ ଶକ୍ତିର ବିପରୀତରେ ପାହାଡଜ

ରହସ୍ୟମୟ ସ୍ଥାନରେ ଭରି ରହିଛି ବିଶ୍ବ । କିଛି ସ୍ଥାନଗୁଡିକ ଲୋକଲୋଚନକୁ ଆସିଲା ବେଳେ ଏବେ ମଧ୍ୟ କିଛି ସ୍ଥାନ ଲୁଚିକି ରହିଛି । କିଛି ସ୍ଥାନର ଗୁଣବତ୍ତା ଲୋକମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରି ଦେଉଛି । ତେବେ ଆସନ୍ତୁ ଜାଣିବା ଏକ ପାହାଡ ସଂପର୍କରେ ଯେଉଁଠାରେ ଜିନିଷଗୁଡ଼ିକ ତଳକୁ ଗଡିବା ପରିବର୍ତ୍ତେ ଉପରକୁ ଯାଇଥାଏ । ଅଧିକ ପଢନ୍ତୁ...

Mysterious hills in the opposite direction of gravity
ମାଧ୍ୟାକର୍ଷଣ ଶକ୍ତିର ବିପରୀତରେ ରହସ୍ୟମୟ ପାହାଡ

By

Published : Oct 23, 2020, 5:32 PM IST

ଶ୍ରୀନଗର: ପୃଥିବୀପୃଷ୍ଠ ହେଉଛି ରହସ୍ୟମୟ ସ୍ଥାନର ଗନ୍ତାଘର । ଏଠାରେ ମନୁଷ୍ୟ ସମାଜକୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଅନେକ ପଦାର୍ଥ, ବସ୍ତୁ, ଜୀବଜନ୍ତୁ, ସ୍ଥାନ ଆଦି ଭରି ରହିଛି । ଯାହାକୁ ନିଜ ଆଖିରେ ଦେଖିଲା ପରେ ମଧ୍ୟ ବିଶ୍ବାସ କରିବା କଷ୍ଟକର ହୋଇପଡେ । ତେବେ ଆପଣମାନେ ସମସ୍ତେ ଜାଣିଥିବେ ପାହାଡରୁ ଜିନିଷ ପଦାର୍ଥ ସବୁ ତଳକୁ ଖସିଥାଏ । କିନ୍ତୁ ଏଠାରେ ଘଟଣା କିଛି ଅଲଗା । ଭାରତରେ ଏପରି ଏକ ପାହାଡ ଅଛି ଯେଉଁଠାରେ ଜିନିଷଗୁଡ଼ିକ ତଳକୁ ଗଡିବା ପରିବର୍ତ୍ତେ ଉପରକୁ ଯାଇଥାଏ । ଏହି କଥା ଶୁଣିବା ପରେ ଆପଣ ନିଶ୍ଚିତ ଭାବନାରେ ପଡିଯାଇଥିବେ । ତେବେ ଆସନ୍ତୁ ଏହି ଚୁମ୍ବକୀୟ ପାହାଡର ରହସ୍ୟ ସଂପର୍କରେ ଅଧିକ ଜାଣିବା ।

ଲେହ ସହରଠାରୁ ପ୍ରାୟ 30 କିଲୋମିଟର ଦୂରରେ ଅବସ୍ଥିତ ଏହି ଚୁମ୍ବକୀୟ ପାହାଡ । ପୃଥିବୀ ପୃଷ୍ଠରେ ରହି ମଧ୍ୟ ମାଧ୍ୟାକର୍ଷଣ ଶକ୍ତିର ଅକ୍ତିଆରରେ ରହିନାହିଁ ଏହି ପାହାଡ । ଏଭଳି ଏକ ରହସ୍ୟମୟ ଗୁଣ ଯୋଗୁଁ ସ୍ଥାନୀୟ ସମସ୍ତ ପାହାଡ ମଧ୍ୟରୁ ଏହା ଅନନ୍ୟ । ଲେହ-କାର୍ଗିଲ ରାଜପଥରେ ଯାଉଥିବା ଯାତ୍ରୀମାନଙ୍କର ଯାନବାହନକୁ ଏହି ପାହାଡର ଏକ ଅଂଶ ଆକୃଷ୍ଟ କରିଥାଏ । ଚୁମ୍ବକୀୟ ପାହାଡ ଉପରେ ଚାଲୁଥିବା କାରର ଇଞ୍ଜିନ ଯେତେବେଳେ ବନ୍ଦ ହୋଇଯାଏ, କାରଟି ପ୍ରାୟ 20କିଲୋମିଟର ବେଗରେ ଗଡିପାରେ । ଏହି ଅସାଧାରଣ ଘଟଣା ପାଇଁ ଏହାକୁ ‘ରହସ୍ୟ ହିଲ୍’ ଏବଂ ‘ମାଧ୍ୟାକର୍ଷଣ ହିଲ୍’ ଭଳି ଅନେକ ନାମ ଦିଆଯାଇଛି ।

ଲେହ-କାର୍ଗିଲ ରାଜପଥ ଦେଇ ଯାଉଥିବା ଯାତ୍ରୀ ଜଣକ କିଛି ସମୟ ରହିଯାଇ ଏହି ପାହାଡର ରହସ୍ୟକୁ ଅନୁଧ୍ୟାନ କରିବାକୁ ଲାଗିପଡେ ଏବଂ ସୃଷ୍ଟିକର୍ତ୍ତାଙ୍କ ଏଭଳି ସୃଷ୍ଟି ତାକୁ ବିସ୍ମୟାନ୍ବିତ କରିପକାଏ । ଏହି ପାାହାଡଟି ସମୁଦ୍ର ପତ୍ତନଠାରୁ ପ୍ରାୟ 14,000 ଫୁଟ ଉଚ୍ଚରେ ରହିଥିବା ବେଳେ ଏହାର ପୂର୍ବ ପାର୍ଶ୍ବରେ ସିନ୍ଧୁ ନଦୀ ପ୍ରବାହିତ ହେଉଛି । ତେବେ ଏଭଳି କୌତୁହଳପୂର୍ଣ୍ଣ ଘଟଣାର ବୈଜ୍ଞାନିକ କାରଣ ରହିବା ସହିତ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହାକୁ ନେଇ ଭିନ୍ନ ଭିନ୍ନ କାହାଣୀ କହିଥାନ୍ତି ।

  • କ'ଣ କୁହନ୍ତି ସ୍ଥାନୀୟ ବାସିନ୍ଦା ?

ଏହି ରାସ୍ତା ଏକଦା ସ୍ବର୍ଗକୁ ଯାଇଥିଲା ବୋଲି ଲଦାଖର ଗ୍ରାମବାସୀମାନେ ବିଶ୍ବାସ କରିଥାନ୍ତି । ଚୁମ୍ବକୀୟ ପାହାଡରୁ ସ୍ବର୍ଗକୁ ଯୋଗ୍ୟ ବ୍ୟକ୍ତିମାନେ ସ୍ବୟଂଚାଳିତ ଭାବରେ ଟାଣି ହୋଇଯାଉଥିବା ବେଳେ ଅଯୋଗ୍ୟ ବ୍ୟକ୍ତିମାନେ କେବେବି ଇଚ୍ଛାପ୍ରକାଶ କଲେ ମଧ୍ୟ ସ୍ବର୍ଗକୁ କିମ୍ବା ସେମାନଙ୍କ ନିକଟକୁ ଯାଇପାରନ୍ତି ନାହିଁ ।

  • ବିଜ୍ଞାନ କ'ଣ କୁହେ ?

ବୈଜ୍ଞାନିକମାନେ ଏହି ରହସ୍ୟମୟ ପାହାଡ ସଂପର୍କରେ 2ଟି ତତ୍ତ୍ବର ଅନୁସନ୍ଧାନ କରିଛନ୍ତି । ସବୁଠାରୁ ସାଧାରଣ ହେଉଛି ପାହାଡରେ ଏକ ଶକ୍ତିଶାଳୀ ଚୁମ୍ବକୀୟ ଶକ୍ତି ଅଛି ଯେଉଁଥିପାଇଁ ଏହା ଆଖପାଖରେ ଯାନବାହନକୁ ଟାଣିଥାଏ । ବାସ୍ତବରେ, ଏହି ଚୁମ୍ବକୀୟ ଶକ୍ତି ଏତେ ଶକ୍ତିଶାଳୀ ଯେ ଭାରତୀୟ ବାୟୁସେନାର ବିମାନଗୁଡ଼ିକ ଏହି ମାର୍ଗରୁ ଦୂରେଇ ସର୍ବଦା ନିଜର ଉଡାଣ ଭରିଥାନ୍ତି । ଯାହା ଦ୍ବାରା ସେମାନେ ନିଜ ଉପକରଣରେ ଚୁମ୍ବକୀୟ ହସ୍ତକ୍ଷେପର ସମ୍ମୁଖୀନ ହେବାରୁ ବଞ୍ଚିତ ହୋଇଥାନ୍ତି । ଅନ୍ୟ ଏକ ଲୋକପ୍ରିୟ ସିଦ୍ଧାନ୍ତ ହେଉଛି ରହସ୍ୟମୟ ପାହାଡଟି ଏକ ଅପ୍ଟିକାଲ୍ ଭ୍ରମ ସୃଷ୍ଟି କରିଥାଏ । ପାହାଡରେ ପ୍ରକୃତରେ ଚୁମ୍ବକୀୟ ଶକ୍ତି ନାହିଁ, ଏହା କେବଳ ଏକ ଅପ୍ଟିକାଲ୍ ଭ୍ରମ ସୃଷ୍ଟି କରୁଛି । ଏଣୁ, ଯେତେବେଳେ ଆପଣ ଗାଡିଟି ଉପରକୁ ଯାଉଥିବାର ଦେଖିବେ, ଏହା ପ୍ରକୃତରେ ବିପରୀତ ଦିଗକୁ ଗତି କରିଥାଏ ଏବଂ ଏହା ପ୍ରକୃତିର ନିୟମ ଅର୍ଥାତ୍ ମାଧ୍ୟାକର୍ଷଣ ଶକ୍ତିକୁ ଖଣ୍ଡନ କରେ ନାହିଁ ।

  • କେଉଁ ସ୍ଥାନରେ ଅବସ୍ଥିତ ?

ଲେହ ସହରଠାରୁ ପ୍ରାୟ 30 କିଲୋମିଟର ଦୂରରେ ଅବସ୍ଥିତ ଏହି ଚୁମ୍ବକୀୟ ପାହାଡ । ସ୍ଥାନୀୟ ପ୍ରଶାସନ ସେହି ସ୍ଥାନରେ ଏକ ବିଲବୋର୍ଡ ଲଗାଇଛନ୍ତି । ରାସ୍ତାରେ ରହିଥିବା ଏକ ହଳଦିଆ ବାକ୍ସ କାରଟି ନିରପେକ୍ଷ ବା ନ୍ୟୁଟ୍ରାଲ ସ୍ଥାନରେ ରଖାଯିବାର ସଠିକ୍ ସ୍ଥାନକୁ ସୂଚାଇଥାଏ । ସେଠାରୁ ଏହା ଧୀରେ ଧୀରେ ପାହାଡ ଉପରକୁ ଚଢୁଥିବାର ଦେଖାଯାଏ ।

  • ଭ୍ରମଣର ଉପଯୁକ୍ତ ସମୟ

ମ୍ୟାଗ୍ନେଟିକ୍ ହିଲ୍‌ର ରାସ୍ତା ବର୍ଷସାରା ଖୋଲା ଥିବାବେଳେ, ଏହି ପାହାଡ ପରିଦର୍ଶନ କରିବାର ସର୍ବୋତ୍ତମ ସମୟ ଜୁଲାଇରୁ ଅକ୍ଟୋବର ମଧ୍ୟରେ ହୋଇଥାଏ । ଏହି ସମୟ ମଧ୍ୟରେ ରାସ୍ତାଗୁଡିକ ସଫା ହୋଇଥାଏ, ଫଳରେ ଗାଡି ଚାଳକକୁ କୌଣସି ପ୍ରକାରର ଅସୁବିଧା ହୁଏ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details