ଓଡିଶା

odisha

By

Published : Jun 21, 2020, 7:49 AM IST

ETV Bharat / bharat

ଫ୍ଲାଗଶିପ୍‌ ସେଲରେ ମିନ୍ତ୍ରାର ରେକର୍ଡ, ଗୋଟିଏ ଦିନରେ 2.5 ଲକ୍ଷ ନୂଆ ଗ୍ରାହକ

କୋରୋନା ପ୍ରଭାବ ସତ୍ତ୍ବେ କମିନି ଭାରତୀୟ ଶପିଂ ପ୍ରେମୀ ତଥା ଫ୍ୟାସନ ପ୍ରେମୀଙ୍କ ଅନଲାଇନ ଶପିଂ ଚାହିଦା । ଲାଇଫଷ୍ଟାଇଲ ରିଟେଲର ମିନ୍ତ୍ରାର ଫ୍ଲାଗଶିପ୍‌ ସେଲ୍‌ର ପ୍ରଥମ 12 ଘଣ୍ଟା ମଧ୍ୟରେ 15 ଲକ୍ଷ ସାମଗ୍ରୀ ବିକ୍ରି ହେଇଥିବା ମିନ୍ତ୍ରା ସୂଚନା ଦେଇଛି ।

lifestyle retailer myntra, online shopping, end of reason sale on myntra, flagship sale on myntra, ଲାଇଫଷ୍ଟାଇଲ ରିଟେଲର ମିନ୍ତ୍ରା, ଅନଲାଇନ ସପିଂ, ମିନ୍ତ୍ରାରେ ଏଣ୍ଡ ଅଫ୍‌ ରିଜିନ ସେଲ୍‌, ମିନ୍ତ୍ରାରେ ଫ୍ଲାଗଶିପ୍‌ ସେଲ
ଫ୍ଲାଗଶିପ୍‌ ସେଲରେ ମିନ୍ତ୍ରାର ରେକର୍ଡ, ଗୋଟିଏ ଦିନରେ 2.5 ଲକ୍ଷ ନୂଆ ଗ୍ରାହକ

ହାଇଦ୍ରାବାଦ: କୋରୋନା ପ୍ରଭାବ ସତ୍ତ୍ବେ କମିନି ଭାରତୀୟ ଶପିଂ ପ୍ରେମୀ ତଥା ଫ୍ୟାସନ ପ୍ରେମୀଙ୍କ ଅନଲାଇନ ଶପିଂ ଚାହିଦା । ଗତ ଶୁକ୍ରବାରଠାରୁ ଲାଇଫଷ୍ଟାଇଲ ରିଟେଲର ମିନ୍ତ୍ରା ଏଣ୍ଡ ଅଫ୍‌ ରିଜିନ ସେଲ ବା ଫ୍ଲାଗଶିପ ସେଲ ଆରମ୍ଭ ହୋଇଥିବା ବେଳେ ଏହାର ଭାରତୀୟ ଖୁବ ଲାଭ ଉଠାଇଥିବା ଦେଖିବାକୁ ମିଳିଛି । ଏହି ସେଲରେ ନିଜ ମନ ପସନ୍ଦର ଫ୍ୟାସନ ସାମଗ୍ରୀ କିଣିବା ପାଇଁ ଗୋଟିଏ ଦିନରେ ମିନ୍ତ୍ରାରେ 2.5 ଲକ୍ଷ ନୂଆ ଗ୍ରାହକ ଯୋଡି ହୋଇଥିବା ଜଣା ପଡିଛି ।

ଏହି ଫ୍ଲାଗଶିପ୍‌ ସେଲ୍‌ର ପ୍ରଥମ 12 ଘଣ୍ଟା ମଧ୍ୟରେ 15 ଲକ୍ଷ ସାମଗ୍ରୀ ବିକ୍ରି ହେଇଥିବା ମିନ୍ତ୍ରା ସୂଚନା ଦେଇଛି । ଏହି ସେଲ୍‌ ଶୁକ୍ରବାର ମଧ୍ୟରାତ୍ରରୁ ଆରମ୍ଭ ହୋଇ ସୋମବାର ମଧ୍ୟରାତ୍ର ଯାଏଁ ଚାଲିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ତେବେ କମ୍ପାନୀ ଦ୍ବାରା ଆରମ୍ଭ ହୋଇଥିବା ଏହା 12ତମ ଏଣ୍ଡ ଅଫ୍‌ ରିଜିନ ସେଲ । ଏହି ସେଲ୍‌ ସେମାନଙ୍କ ଆଶା ମୁତାବକ ସଫଳତା ପାଇଥିବା କମ୍ପାନୀ ଜଣାଇଛି । ସେପଟେ ଆକର୍ଷଣୀୟ ଅଫର ପାଇଁ ଦିନକୁ ଦିନ ନୂଆ ନୂଆ ଗ୍ରାହକଙ୍କ ସଂଖ୍ୟା ବଢିଚାଲିଥିବା ମଧ୍ୟ ଜଣା ପଡିଛି ।

ଏହି ଫ୍ଲାଗଶିପ୍‌ ସେଲ୍‌ ପାଇଁ ଟାୟାର-2 ଓ ଟାୟାର-3 ସହରର ବାସିନ୍ଦାମାନେ ଅତି ଉତ୍ସାହିତ ଭାବେ ସାମିଲ ହୋଇଥିବା ଦେଖାଯାଇଛି । କୋରୋନା ସତ୍ତ୍ବେ ସେମାନେ ଶପିଂ କରିବା ଭୁଲି ନାହାନ୍ତି ବୋଲି କମ୍ପାନୀ ପ୍ରତିକ୍ରିୟା ଦେଇଛି । ତେବେ ଏହି ଅନଲାଇନ ଶପିଂରେ ଅଧିକାଂଶ ପୁରୁଷ ଟି-ସାର୍ଟ କିଣିଥିବା ବେଳେ ମହିଳାମାନେ କୁର୍ତ୍ତୀ ଉପରେ ଖର୍ଚ୍ଚ କରିଥିବା ଦେଖାଯାଇଛି ।

@IANS

ABOUT THE AUTHOR

...view details