ଓଡିଶା

odisha

ETV Bharat / bharat

ବିରୋଧୀଙ୍କୁ ବିକାଶ ଗଣିତ ବୁଝାଇଲେ କେଜ୍ରିୱାଲ

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ । ବିକାଶମୂଳକ ଯୋଜନା ଆଗରେ ଫିକା ପଡିବେ ବିରୋଧୀ । ଅଧିକ ପଢନ୍ତୁ...

aim-is-to-defeat-corruption
ବିରୋଧୀଙ୍କୁ ବିକାଶ ଗଣିତ ବୁଝାଇଲେ କେଜ୍ରିୱାଲ

By

Published : Jan 21, 2020, 3:55 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗରୁ ବିରୋଧୀଙ୍କୁ ଆପ ମୁଖ୍ଆ କେଜ୍ରିୱାଲଙ୍କ ଆହ୍ବାନ । ଦିଲ୍ଲୀକୁ ବିକାଶ ପଥରେ ଆଗେଇ ନେବା ଓ ଭ୍ରଷ୍ଟାଚାର ହଟାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ । ଏଥିରେ କେହି ତାଙ୍କୁ ବାଧା ଦେଇପାରିବେନି ବୋଲି ସେ କହିଛନ୍ତି । ଗୋଟିଏ ପଟେ ସମସ୍ତେ ବିରୋଧୀ । ଅନ୍ୟପଟେ ତାଙ୍କର ସବୁପ୍ରକାର ବିକାଶମୂଳକ ପଦକ୍ଷେପ । ଯାହା ଆଗରେ ଫିକା ପଡିଯିବେ ସମସ୍ତ ବିରୋଧୀ । ନିର୍ବାଚନ ଆଗରୁ ଟ୍ବିଟ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

କେଜ୍ରିୱାଲଙ୍କୁ ନିର୍ବାଚନୀ ବୈତରଣୀ ପାର କରାଇବ ବିକାଶମୂଳକ କାର୍ଯ୍ୟ

'ସବକା ସାଥ ସବକା ବିକାଶ' ନାରା ଦେଇ ଦେଶବାସୀଙ୍କୁ ବିଜେପି ଯେଭଳି ପ୍ରତିଶ୍ରୃତି ଦେଇଥିଲା। ସେ ତାହା ପୁରଣ କରିପାରି ନାହିଁ । ଏପରି ଦେଶରେ ବେକାରୀ ସଂଖ୍ୟା ବୃଦ୍ଧି ହେବା ସହ ଅଭିବୃଦ୍ଧି ହାର ହ୍ରାସ ହେବାରେ ଲାଗିଛି । ଅନ୍ୟପଟେ ଦିଲ୍ଲୀବାସୀଙ୍କୁ ମାଗଣାରେ ପାଣି ଯୋଗାଇବା ସହ ସ୍କୁଲ, ହସ୍ପିଟାଲ, ଫ୍ରି-ମହିଳା ଯାତ୍ରା ଭଳି ଯୋଜନା ସଫଳ ହୋଇଛି । ତେଣୁ ଏଥର ନିର୍ବାଚନରେ ନିଶ୍ଚୟ କେଜ୍ରିୱାଲଙ୍କୁ ଦିଲ୍ଲୀବାସୀ ଗ୍ରହଣ କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । କେବଳ ବିଜେପି ନୁହେଁ ଜେଡିୟୁ, ଏଲଜେପି, ଜେଜେପି, କଂଗ୍ରେସ ଓ ଆରଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି ।

ଅନ୍ୟପଟେ, ଆଜି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନାମାଙ୍କନ ଦାଖଲ କରିଛନ୍ତି । ଆଜି ଅପରାହ୍ନ 3 ଟା ସୁଦ୍ଧା ସେ ନାମାଙ୍କନ ଭରିବେ । ଆସନ୍ତା ଫେବୃୟାରୀ 8ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇ 11ରେ ଶେଷ ହେବ।

ABOUT THE AUTHOR

...view details