ଓଡିଶା

odisha

ETV Bharat / bharat

ମୁଜାଫରପୁର ସେଲଟର ହୋମ ମାମଲା: ଦୋଷୀଙ୍କ ଦଣ୍ଡବିଧାନର ହେଲାନି ଶୁଣାଣି - ମୁଜାଫରପୁର ସେଲଟର ହୋମ ମାମଲା

ମଙ୍ଗଳବାର ମୁଜାଫରପୁର ସେଲଟର ହୋମ ମାମଲାର ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନର ଶୁଣାଣି ହୋଇ ପାରିଲାନାହିଁ। ଶୁଣାଣି କରୁଥିବା ସାକେତ କୋର୍ଟ ଜଜ୍‌ ଛୁଟିରେ ଥିବାରୁ 19 ଦୋଷୀଙ୍କ ଦଣ୍ଡବିଧାନର ଶୁଣାଣି ହୋଇପାରିନଥିବା ଜଣାପଡିଛି।

Saket Court
ମୁଜାଫରପୁର ସେଲଟର ହୋମ ମାମଲା: ଦୋଷୀଙ୍କ ଦଣ୍ଡବିଧାନର ହେଲାନି ଶୁଣାଣି

By

Published : Jan 28, 2020, 1:17 PM IST

ନୂଆଦିଲ୍ଲୀ: ମଙ୍ଗଳବାର ମୁଜାଫରପୁର ସେଲଟର ହୋମ ମାମଲାର ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନର ଶୁଣାଣି ହୋଇପାରିଲା ନାହିଁ। ଶୁଣାଣି କରୁଥିବା ସାକେତ କୋର୍ଟ ଜଜ୍‌ ଛୁଟିରେ ଥିବାରୁ 19 ଦୋଷୀଙ୍କ ଦଣ୍ଡବିଧାନର ଶୁଣାଣି ହୋଇ ପାରିନଥିବା ଜଣାପଡିଛି। ଜାନୁଆରୀ 20 ତାରିଖରେ କୋର୍ଟ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ସମେତ 19 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ 10 ଜଣଙ୍କୁ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ, 9 ଜଣ ମହିଳାଙ୍କୁ ଅପରାଧିକ ଷଡଯନ୍ତ୍ର କରିବା ଲାଗି ଦୋଷୀ ଦର୍ଶାଇଥିଲେ କୋର୍ଟ। ଏହାସହ ଜଣଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ କୋର୍ଟ।

ଗତବର୍ଷ ଫେବୃଆରୀ 25 ତାରିଖରୁ ଏହାର ଶୁଣାଣି ହୋଇଥିଲା। କୋର୍ଟ ଜାନୁଆରୀ 20 ତାରିଖରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ, ସେମାନଙ୍କର ଦଣ୍ଡବିଧାନର ଶୁଣାଣି ହେବ ବୋଲି କହିଥିଲେ।

ABOUT THE AUTHOR

...view details