ପାଟନା: ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ନେଇ ଘଟଣା ସାମ୍ନାକୁ ଆସିବା ପରେ ଏବେ ବିବାଦ ଘେରରେ ରହିଛି ବଲିଉଡ । ଏହି ମାମଲାରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସମେତ 8 ଜଣଙ୍କୁ ନୋଟିସ ଜାରି କରିଛନ୍ତି ମୁଜାଫରପୁର କୋର୍ଟ ।
ମୁଜାଫରପୁର ଜିଲ୍ଲା ଓ ସେସନ କୋର୍ଟ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦାଖଲ ଯାଚିକାର ଶୁଣାଣି କରି ଘଟଣାରେ ଅଭିଯୁକ୍ତ ଚଳଚିତ୍ର ପ୍ରଯୋଜକ କରଣ ଜୋହର, ଅଭିନେତା ସଲମାନ ଖାନ, ଏକତା କପୁର ସମେତ 8 ଜଣଙ୍କ ବିରୋଧରେ ନୋଟିସ ଜାରି କରିଛି ।
ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସଲମାନଙ୍କୁ କୋର୍ଟରୁ ନୋଟିସ ଏହି ମାମଲାରେ ଆଇନଜୀବୀ ସୁଧୀର ଓଜା କହିଛନ୍ତି ଯେ ଜୁନ୍ 17ରେ ସିଜେଏମ କୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଅଗଷ୍ଟ 14 ରେ ଆମେ ଜିଲ୍ଲା ତଥା ସେସନ ଜଜ କୋର୍ଟରେ ଏହାକୁ ପୁନର୍ବାର ଚ୍ୟାଲେଞ୍ଜ କରିଥିଲୁ । ଏହା ପରେ ମାନ୍ୟବର କୋର୍ଟ ଏହି ମାମଲା ସ୍ବୀକାର କରିବାବେଳେ ସମସ୍ତ କାଗଜପତ୍ର ମାଗିଥିଲେ ଏବଂ ସମଗ୍ର ମାମଲା ଉପରେ ନଜର ରଖିଥିଲେ । ତେବେ ଶୁକ୍ରବାର ସମସ୍ତ 8 ଅଭିଯୁକ୍ତଙ୍କ ବିରୋଧରେ ନୋଟିସ ଜାରି କରି ସେମାନଙ୍କୁ 7 ଅକ୍ଟୋବରରେ ମୁଜାଫରପୁର କୋର୍ଟରେ ହାଜର ହେବାକୁ କୁହାଯାଇଛି ।
ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସଲମାନଙ୍କୁ କୋର୍ଟରୁ ନୋଟିସ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ