ଓଡିଶା

odisha

By

Published : Nov 10, 2019, 9:53 AM IST

ETV Bharat / bharat

ହିନ୍ଦୁ-ମୁସଲିମ ଏକତ୍ରିତ ହୋଇ ରାମ ମନ୍ଦିର ଗଢିବା ଉଚିତ୍: ପ୍ରିନ୍ସ ୟାକୁବ

ଅଯୋଧ୍ୟା ରାୟକୁ ସ୍ବାଗତ କଲେ ନିଜକୁ ମୋଗଲ ବଂଶଜ ବୋଲି ଦାବି କରୁଥିବା ପ୍ରିନ୍ସ ୟାକୁବ । ରାମ ମନ୍ଦିର ନିର୍ମାଣରେ ଉଭୟ ହିନ୍ଦୁ-ମୁସଲମାନ ଏକତ୍ରିତ ହୋଇ ଗଢିବା ଉଚିତ୍ ବୋଲି ସେ କହିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଯୋଧ୍ୟା ରାୟକୁ ସ୍ବାଗତ କରିଛନ୍ତି ନିଜକୁ ମୋଗଲ ବଂଶଜ ବୋଲି ଦାବି କରୁଥିବା ପ୍ରିନ୍ସ ୟାକୁବ ହବିବଉଦ୍ଦିନ ତୁସି । ଏହି ଐତିହାସିକ ରାୟ ଆସିବା ଭାଇଚାରାର ଅନନ୍ୟ ନିଦର୍ଶନ ଦେଇଛନ୍ତି ସେ । ୟାକୁବ କହିଛନ୍ତି, ରାମ ମନ୍ଦିର ନିର୍ମାଣରେ ହିନ୍ଦୁଭାଇଭଉଣୀଙ୍କୁ ସହ ମୁସଲମାନ ଭାଇ ଭଉଣୀ ହାତ ମିଶାଇବା ଉଚିତ୍ । ଯାହାକି ଏକ ଭାରତ ଅଖଣ୍ଡର ନିଦର୍ଶନ ଅଟେ ।

ସେ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି କି, ଅଯୋଧ୍ୟା ରାୟ ଐତିହାସିକ ରାୟ ଅଟେ । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଆମେ ସଭିଁଏ ଖୁସି ଖୁସିରେ ସ୍ବୀକାର କରିବା କଥା । ସେ ଆହୁରି କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁ-ମୁସଲମାନ ଭାଇ ଏକତ୍ରିତ ହେବା ଦ୍ବାରା ଭାରତ ଏକ ଧର୍ମନିରପେକ୍ଷତା ଓ ଧାର୍ମିକ ଭାଇଚାରାର ଅନ୍ୟନ୍ୟ ଉଦାହରଣ ବୋଲି ସାରା ଦୁନିଆ ଜାଣିବ ।

ଏହାସହ ସେ ରାମ ମନ୍ଦିର ନିର୍ମାଣ ପାଇଁ ନିଜ ତରଫରୁ ସୁନାର ଇଟା ଦେବା ପାଇଁ ମଧ୍ୟ କହିଛନ୍ତି । ଏପରିକି ସୁନା ଇଟାକୁ ପ୍ରଧାନମନ୍ତ୍ରୀଙ୍କ ହାତରେ ଦେବେ ବୋଲି ପ୍ରତିକ୍ରିୟା ଦେବାବେଳେ କହିଛନ୍ତି ।

ABOUT THE AUTHOR

...view details