ଓଡିଶା

odisha

ETV Bharat / bharat

ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ: 'ଫଳାଫଳକୁ ନେଇ ଆଶଙ୍କାରେ ମୁସଲିମ ସମୁଦାୟ' - Muslims fear extremist elements might have a bigger say in governance

ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ଏବଂ ଏହାର ଫଳାଫଳ ଉପରେ ସମଗ୍ର ମୁସଲିମ ସମ୍ପ୍ରଦାୟଙ୍କ ନଜର ରହିଛି । ଏହି ନିର୍ବାଚନରେ ମୁସଲିମ ସମୁଦାୟର ଭୋଟ ଅତ୍ୟନ୍ତ ଗୁରୁତ୍ତ୍ବ ବହନ କରେ ବୋଲି ହିଲମି ଅହମ୍ମଦ କହିଛନ୍ତି । ଅଧିକ ପଢନ୍ତୁ...

ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ

By

Published : Nov 16, 2019, 3:56 PM IST

Updated : Nov 16, 2019, 4:27 PM IST

କଲମ୍ବୋ: ଶନିବାର ସକାଳୁ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହୋଇଯାଇଛି । ସକାଳୁ ମତଦାତା ମାନେ ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି । ତେବେ ଏହା ପୂର୍ବରୁ ମୁସଲିମ ସମୁଦାୟର ଉପସଭାପତି ହିଲମି ଅହମ୍ମଦଙ୍କୁ ଭେଟିଥିଲା ଇଟିଭି ଭାରତ ଟିମ । ନିର୍ବାଚନର ଫଳାଫଳକୁ ନେଇ ମତ ସାବ୍ୟସ୍ତ କରିଥିଲେ ସେ । ସେ କହିଥିଲେ କି, ଟରାଷ୍ଟ୍ରପତି ନିର୍ବାଚନ ଏବଂ ଏହାର ଫଳାଫଳ ଉପରେ ସମଗ୍ର ମୁସଲିମ ସମ୍ପ୍ରଦାୟଙ୍କ ନଜର ରହିଛି । ଏହି ନିର୍ବାଚନରେ ମୁସଲିମ ସମୁଦାୟର ଭୋଟ ଅତ୍ୟନ୍ତ ଗୁରୁତ୍ତ୍ବ ବହନ କରେ ବୋଲି ସେ କହିଛନ୍ତି' ।

ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ

ଗତ ଏପ୍ରିଲ 21 ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ମୁସଲିମ ସମ୍ପ୍ରଦାୟଙ୍କ ସ୍ଥିତି ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ କି, ମୁସଲିମ ସମୁଦାୟ ମଧ୍ୟରେ ଆତଙ୍କୀ କାର୍ଯ୍ୟକଳାପ ପ୍ରତି ମଧ୍ୟ ଭୟ ରହିଛି । ଏପରିକି ଯେଉଁମାନେ ତାଙ୍କୁ ଟାର୍ଗଟେ କରିଥାନ୍ତି ସେମାନଙ୍କୁ ମୁସଲିମ ମାନେ ଘୃଣା କରିଥାନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ତେବେ 21 ଏପ୍ରିଲରେ ହେଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଆମେମାନେ ବେଶ ଚିନ୍ତାରେ ରହିଛୁ । କାରଣ ସେହି ଆକ୍ରମଣ ଅଚାନକ ଭାବେ ହୋଇଥିଲା । ସେ ଆହୁରି ମଧ୍ୟ କହିଥିଲେ କି, ଏଠାରେ ଏକ ଛୋଟ ଆତଙ୍କୀ ସଂଗଠନ କାର୍ଯ୍ୟ କରୁଛି । ଏଠାରେ ଜଣେ କିମ୍ବା ଦୁଇ ଜଣ, ଅତିବେଶୀରେ 10 ଜଣ ଆତଙ୍କବାଦୀ ଏଠାରେ ଆକ୍ରମଣ କରିପାରିବେ ବୋଲି ସେ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ କି, ଇଷ୍ଟର ଚର୍ଚ୍ଚରେ ବୋମା ଆକ୍ରମଣର କିଛି କ୍ଷଣ ମଧ୍ୟରେ ହିଁ ଆମେମାନେ ଚିନ୍ତିତ ହୋଇପଡ଼ିଥିଲୁ । ଏପରିକି ଆମ ମାନଙ୍କର ଧର୍ମଗୁରୁ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ । ତେବେ ସମଗ୍ର ଦେଶରେ ମସଜିଦରେ ଥିବା ଲୋକମାନଙ୍କ ସହିତ ଆଲୋଚନା କରାଯାଇଥିଲା । କଠୋରପନ୍ଥୀ ମାନଙ୍କୁ କୌଣସି ପରିସ୍ଥିତିରେ ପୂରାଇ ନଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି ଦେଶରେ ଥିବା ପ୍ରମୁଖ ମସଜିଦ ଗୁଡ଼ିକ ଉପରେ ମଧ୍ୟ ନଜର ରଖାଯାଇଥିଲା । ଯେପରି ଏଠାରେ କଠୋରପନ୍ଥୀ ନହୁଅନ୍ତି ସେଥିପ୍ରତି ମଧ୍ୟ ଦୃଷ୍ଟି ରଖାଯାଇଥିଲା ।

ଜଣେ କଠୋରପନ୍ଥୀ ନିର୍ବାଚିତ ହେବାକୁ ନେଇ ମୁସଲମାନ ସମୁଦାୟ ଚିନ୍ତିତ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ କି, ଏହା ବର୍ତ୍ତମାନ ମୁସଲମାନଙ୍କ ପାଇଁ ଏକ କଠୋର ସ୍ଥିତି । ଦେଶର ଉନ୍ନତି ଓ ସୁରକ୍ଷା ଦାୟିତ୍ବକୁ ସମ୍ଭାଳିପାରୁଥିବା ଜଣେ ଟାଣୁଆ ନେତାଙ୍କୁ ନିର୍ବାଚିତ କରିବାକୁ ଦେଶର ସମସ୍ତ ମୁସଲମାନେ ଏକମତ । ମାତ୍ର ଗୋଟାବାୟ ରାଜପକ୍ଷଙ୍କ ସପକ୍ଷରେ ମୁସଲମାନେ ମତଦାନ ଦେବେ, ଏହା ଚିନ୍ତା କରିବା ଏକ ପ୍ରକାର ଅସମ୍ଭବ ବୋଲି ସେ ସୂଚନା ଦେଇଥିଲେ । ରାଜପକ୍ଷଙ୍କ ସପକ୍ଷରେ ଅଧିକାଂଶ ମୁସଲମାନ ମତ ସାବ୍ୟସ୍ତ କରିବେ ନାହିଁ ବୋଲି ସେ ସୂଚନା ଦେଇଥିଲେ ।

ତେବେ ଏହାର ଅର୍ଥ ନୁହେଁ ଯେ, ସେମାନେ ରାଜପକ୍ଷଙ୍କୁ ବିରୋଧ କରୁଛନ୍ତି । ରାଜପକ୍ଷଙ୍କୁ ମୁସଲମାନଙ୍କ ସମର୍ଥନ ନ ମିଳିବାର ପ୍ରମୁଖ କାରଣ ହେଉଛି ତାଙ୍କ ନିକଟରେ ବୌଦ୍ଧ ଚରମପନ୍ଥୀ ଏବଂ ନକ୍ସଲବାଦୀ ତତ୍ତ୍ବ ରହିଥିବା କାରଣରୁ ସେମାନେ ରାଜପକ୍ଷେଙ୍କୁ ମତଦାନ ଦେଇ ନପାରନ୍ତି ବୋଲି ସେ ସୂଚନା ଦେଇଥିଲେ ।

ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ କି, ଦୁଇ ସମୁଦାୟଙ୍କ ମଧ୍ୟରେ ଯେ ମତଭେଦ ନାହିଁ ତାହା ଆପଣ କହିପାରିବେ ନାହିଁ । 2009 ମସିହାରେ ଇଲମ ଯୁଦ୍ଧ ଶେଷ ହେବା ପରେ କଠୋରପନ୍ଥୀଙ୍କ ବିରୋଧରେ କମୋବେଶ ଲଘୁ ସମ୍ପ୍ରଦାୟ ନିଷ୍ଠୁର ହୋଇ ପଡ଼ିଥିଲେ । ଏହି ଲଘୁ ସମ୍ପ୍ରଦାୟ ମଧ୍ୟ ମୁସଲମାନ ଥିଲେ । ସେମାନେ ଏକ ଘୃଣା ଅଭିଯାନ ମଧ୍ୟ ଆରମ୍ଭ କରିଥିବା ଅହମ୍ମଦ କହିଥିଲେ । ଯାହା ଅତ୍ୟନ୍ତ ଅସହ୍ୟ ଥିଲା ବୋଲି ସେ ସୂଚନା ଦେଇଥିଲେ । ଗତ ଏପ୍ରିଲ ମାସ 21 ତାରିଖରେ ହୋଇଥିବା ଇଷ୍ଟର ଆକ୍ରମଣରେ ଇଶାଇ ତଥା କ୍ୟାଥୋଲିକ ସମ୍ପ୍ରଦାୟର ଲୋକମାନଙ୍କୁ ଟାର୍ଗେଟ କରାଯାଇଥିଲା ।

ତେବେ ଏହି ଆକ୍ରମଣ ପରେ ବୌଦ୍ଦ ସମ୍ପ୍ରଦାୟର ଗୋଟିଏ କଠୋରପନ୍ଥି ଦଳ ଦୁଇଟି ଜିଲ୍ଲାରେ ବେଶ ଭଙ୍ଗାରୁଜା କରିବା ସହିତ ଆକ୍ରମଣ ମଧ୍ୟ କରିଥିଲେ । ଏଥିରେ ମୁସଲିମ ମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଆମମାନଙ୍କ ପାଇଁ ସେତେବେଳେ ବେଶୀ ଚିନ୍ତା ହୋଇଥିଲା ଯେତେବେଳେ ଗୋଟାବାୟା ରାଜପକ୍ଷଙ୍କ ନାମ ରାଷ୍ଟ୍ରପତି ପଦ ପାଇଁ ନାମ ଘୋଷିତ ହୋଇଥିଲା । ମୁଁ ଯେତିକି ଅନୁଭବ କରୁଛି ବର୍ତ୍ତମାନ ମୁସଲମାନଙ୍କ ପ୍ରତି ଶ୍ରୀଲଙ୍କାରେ କୌଣସି ଘୃଣାଭାବ ନାହିଁ ବୋଲି ଅହମ୍ମଦ କହିଥିଲେ ।

ଇଷ୍ଟର ଆକ୍ରମଣରେ ପରେ ଯେଉଁମାନେ ନିଜ ଘର ଛାଡ଼ିଥିଲେ ସେମାନେ ପୁନର୍ବାର ଘରକୁ ଫେରିଲେଣି ନା ନାହିଁ କି ଏକ ପ୍ରଶ୍ନର ଉତ୍ତରରେ ହିଲମି ଅହମ୍ମଦ କହିଥିଲେ କି ଏହି ଆକ୍ରମଣ ପରେ ଖୁବ କମ ସଂଖ୍ୟାରେ ଲୋକମାନେ ଘର ଛାଡ଼ିଥିଲେ । ତେବେ ଯେଉଁମାନେ ଗାଁରେ ଥିଲେ ସେମାନେ ବ୍ୟବସାୟ ପାଇଁ ସହରକୁ ଯାଇ ପାରିନଥିଲେ । ଯାହା ଫଳରେ ଆର୍ଥିକ ବ୍ୟବସାୟ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା । ଏହି ସବୁ ସ୍ଥାନରେ ମୁସଲିମ ସିଭିଲ ସୋସାଇଟ ଏବଂ ମୁସଲିମ କାଉନସିଲର ସଦସ୍ୟ ମାନେ ଲୋକମାନଙ୍କୁ ସମର୍ଥନ ମଧ୍ୟ କରିଥିଲେ ।

ତେବେ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ କେତେ ପରିମାଣରେ ମୁସଲିମ ସମର୍ଥନ ଜଣାଇବା ବୋଲି ସେ କହିଥିଲେ କି ସଠିକ ସଂଖ୍ୟା ମୁଁ କହିପାରିବିନି । ମାତ୍ର ଏହା କହିପାରିବି ଯେ ଅଧିକାଂଶ ମୁସଲିମ ଗୋଟାବାୟ ବିପକ୍ଷରେ ସମର୍ଥନ ଜଣାଇବେ । ତେବେ ଗୋଟାବାୟାଙ୍କ ଚତୁଃପାର୍ଶ୍ବରେ ଥିବା କଠୋରପନ୍ଥି ଏହାର କାରଣ ବୋଲି ସେ କହିଥିଲେ ।

Last Updated : Nov 16, 2019, 4:27 PM IST

ABOUT THE AUTHOR

...view details