ଓଡିଶା

odisha

ETV Bharat / bharat

ମୁସଲିମ ଯୁବକଙ୍କୁ ପିଟିପିଟି ହତ୍ୟା, ନ୍ୟାୟ ଦାବି କଲେ ପରିବାର - ranchi

ମୁସଲିମ ଯୁବକଙ୍କୁ ପିଟିପିଟି ହତ୍ୟା । ଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ମାଡ ମାରିଥିଲେ ଗ୍ରାମବାସୀ । ଆଉ ଘଟଣାର କିଛି ଭିଡିଓ ଭାଇରାଲ ମଧ୍ୟ ହୋଇଛି ।

ଭାଇରାଲ ଫଟୋ

By

Published : Jun 24, 2019, 3:48 AM IST

ରାଞ୍ଚି : ମୁସଲିମ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ପ୍ରଥମେ ଚୋର ନାଁରେ ପ୍ରାୟ 18 ଘଣ୍ଟା ଧରି ଖୁବ ମାଡ ମାରିଥିଲେ । ଏହାପରେ ପୋଲିସ ଜିମା ଦେଇଥିଲେ । ପୋଲିସ ହେପାଜତରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡର ଶଢେଇକଳା ଅଞ୍ଚଳରେ ।

ଶଢେଇକଳାର 25 ବର୍ଷୀୟ ଯୁବକ ତରବେଜ ଅଂଶାରୀ ନାମକ ଏହି ଯୁବକ ବାହାରେ ରହି କାମ କରନ୍ତି । ଇଦ ମନାଇବା ପାଇଁ ଗାଁକୁ ଆସିଥିଲେ । ହେଲେ ଚୋରୀ ନାମରେ ତାଙ୍କୁ ଗାଁ ଲୋକ ଅଟକାଇ ନିର୍ଧୁମ ଛେଚି ପୋଲିସ ଜିମା ଦେଇଥିଲେ । କେବଳ ଏତିକି ନୁହେଁ ତାଙ୍କୁ କିଛି ଲୋକ ଜୟ ଶ୍ରୀରାମ ଓ ଜୟ ହନୁମାନ କହିବା ପାଇଁ ବାଧ୍ୟ କରୁଥିବା ଦେଖିବାକୁ ମିଳିଥିଲା ।

ଏପଟେ ତରବେଜଙ୍କ ପରିବାର ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି । ଏଭଳି ନିର୍ଦ୍ଦୟ ଘଟଣା ଘଟଣାଥିବା ସବୁ ଅଭିଯୁକ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

For All Latest Updates

ABOUT THE AUTHOR

...view details