ଲକ୍ଷ୍ନୌ: ଆଉ କିଛି ଦିନ ପରେ ସାରା ଦେଶ ପାଳିବ ରାକ୍ଷୀ ପୂର୍ଣ୍ଣିମା । ଏହି ଦିନ ପ୍ରତ୍ୟେକ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ, ଆଉ ପ୍ରତିବଦଳରେ ଭାଇ ତାର ଭଉଣୀକୁ ସାରା ଜୀବନ ରକ୍ଷା କରିବା ନେଇ ପ୍ରତିଶୃତି ଦେଇଥାଏ । ଯାହା ଭାଇ ଭଉଣୀ ମଧ୍ୟରେ ଏକ ପବିତ୍ର ସମ୍ପର୍କକୁ ଦର୍ଶାଏ । ତେବେ ଚଳିତବର୍ଷ ଅଗଷ୍ଟ 3 ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପଡୁଥିବାରୁ କୋରୋନା ସଙ୍କଟରେ ମଧ୍ୟ ସମସ୍ତ ସଚେତନତାକୁ ନଜରରେ ରଖି ରାକ୍ଷୀ କିଣିବାରେ ବ୍ୟସ୍ତ ଅଛନ୍ତି ଭଉଣୀମାନେ ।
ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରଣାସୀର ମହିଳାମାନେ ମଧ୍ୟ ପିଏମ ମୋଦି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତ କରି ନିଜ ଭାଇମାନଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସବୁଠାରୁ ବଡ କଥା ହେଉଛି 2013ରୁ ମୁସଲମାନ ସମ୍ପ୍ରଦାୟର ମହିଳାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ରାକ୍ଷୀ ପଠାଉଛନ୍ତି । ସେହିପରି ଚଳିତବର୍ଷ ମଧ୍ୟ ପିଏମଙ୍କ ଫଟୋ ସହ ଏକ ସ୍ୱତନ୍ତ୍ର ରାକ୍ଷୀ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯିବ।
2013ରେ ଯେତେବେଳେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେବେଠାରୁ ମୁସଲମାନ ମହିଳା ଫାଉଣ୍ଡେସନର ନ୍ୟାସନାଲ ନଜିନ ଅନସାରୀଙ୍କ ନେତୃତ୍ୱରେ କାଶୀ ମୁସଲମାନ ମହିଳାମାନେ ମୋଦିଙ୍କୁ ରାକ୍ଷୀ ପଠାଇ ଆସୁଛନ୍ତି । ବର୍ତ୍ତମାନ ଏହା ପରମ୍ପରାରେ ବଦଳି ଯାଇଛି ।