ଓଡିଶା

odisha

ETV Bharat / bharat

ସିଏଏକୁ ନେଇ ଗୋଷ୍ଠୀସଂଘର୍ଷ, ମୁହାଁମୁହିଁ ହେଲେ ଦୁଇ ମୁସଲିମ ଗୋଷ୍ଠୀ

ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ସମର୍ଥନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁହାଁମୁହିଁ ହେଲେ ଦୁଇ ମୁସଲିମ ଗୋଷ୍ଠୀ । ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ମଧ୍ୟ ହୋଇଛି ।

citizenship-amendment-act
ଦୁଇ ମୁସଲମାନ ଗୋଷ୍ଠୀ ମୁହାଁମୁହିଁ

By

Published : Jan 16, 2020, 5:01 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ସମର୍ଥନରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀସଂଘର୍ଷ । ସିଏଏକୁ ନେଇ ମୁହାଁମୁହିଁ ହେଲେ ଦୁଇ ମୁସଲିମ ଗୋଷ୍ଠୀ । ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ମଧ୍ୟ ହୋଇଛି । ଏହି ସଂଘର୍ଷ ସମୟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ଗୋଷ୍ଠୀ(ଆରଏସଏସ) ନେତା ଇନ୍ଦ୍ରେଶ କୁମାର ମଧ୍ୟ ଉପସ୍ଥିତ ଥିଲେ ।

ଦୁଇ ମୁସଲମାନ ଗୋଷ୍ଠୀ ମୁହାଁମୁହିଁ

ଗୁରୁବାର ଦିଲ୍ଲୀରେ ସିଏଏ ସମର୍ଥନରେ ଏକ ସମ୍ମିଳନୀର ଆୟୋଜନ ହୋଇଥିଲା । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ମୁସଲିମ ନେତା ଆସିଥିଲେ । ତେବେ ମଞ୍ଚରେ ସିଏଏ ସମର୍ଥନରେ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ହଠାତ କିଛି ଲୋକ ସିଏଏ ଏବଂ ଏନଆରସି ବିରୋଧୀ ବ୍ୟାନର ନେଇ ମଞ୍ଚ ଉପରକୁ ଆସିଥିଲେ ଏବଂ ସିଏଏ ବିରୋଧରେ ନାରାବାଜି ଆରମ୍ଭ କରିଥିଲେ । ଏହି ନାରାବାଜି ପରେ ସିଏଏକୁ ବିରୋଧ କରୁଥିବା ଲୋକଙ୍କୁ ଧକ୍କା ମାରି ସେଠାରୁ ବାହାର କରିଦିଆଯାଇଥିଲା । ଏହି ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ତେବେ ନାରାବାଜି କରିଥିବା ଲୋକଙ୍କୁ ଦିଲ୍ଲୀ ପୋଲିସ ହେପାଜତକୁ ନେଇଥିବା ଜଣା ପଡିଛି ।

ଏହି ସମ୍ମିଳନୀ ରାଷ୍ଟ୍ରୀୟ ସ୍ବୟଂ ସେବକ ଗୋଷ୍ଠୀର ଜାତୀୟ ମୁସଲମାନ ମଞ୍ଚ ପକ୍ଷରୁ ଆୟୋଜନ କରାଯାଇଥିଲା । ଏଥିରେ ସିଏଏ ଏବଂ ଏନଆରସି ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଯାଉଥିଲା । ଏହା ବ୍ୟତୀତ ସିଏଏ ଏବଂ ଏନଆରସିକୁ ନେଇ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ବ୍ୟାପିଥିବା ଭ୍ରମକୁ ଦୂର କରିବାର ପ୍ରୟାସ କରାଯାଉଥିଲା ।

ABOUT THE AUTHOR

...view details