ଜୟପୁର : ଲେବର ରୁମରୁ ଶୁଭୁଛି ଗାୟତ୍ରୀ ମନ୍ତ୍ର। ଚାରିଆଡ ଶୂନଶାନ । ଏପରି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଜୟପୁରର ଏକ ସରକାରୀ ହସ୍ପିଟାଲରେ । ଜଣେ ମହିଳାଙ୍କ ପାଇଁ ପ୍ରସବ ବେଦନା ଅସହ୍ୟ ହୋଇ ପଡିଥିଲା । ତେଣୁ ତାଙ୍କ ପାଇଁ ଲେବର ରୁମରେ ଲାଗିଥିଲା ଗାୟତ୍ରୀ ମନ୍ତ୍ର । କିନ୍ତୁ ଏହି ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। କିନ୍ତୁ ଡାକ୍ତରଙ୍କ କହିବା କଥା, ଗାୟତ୍ରୀ ମନ୍ତ୍ର ଦ୍ବାରା ମହିଳାଙ୍କ କଷ୍ଟ ଲାଘବ ହେଉଥିଲା ।
ଲେବର ରୁମରେ ଗାୟତ୍ରୀ ମନ୍ତ୍ରକୁ ମୁସଲମାନ ସମ୍ପ୍ରଦାୟର ବିରୋଧ - gayatri mantra
ଲେବର ରୁମରୁ ଶୁଭୁଥିବା ଗାୟତ୍ରୀ ମନ୍ତ୍ରକୁ ମୁସଲମାନ ସମ୍ପ୍ରଦାୟର ବିରୋଧ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଜୟପୁର ସ୍ଥିତ ସରକାରୀ ଡାକ୍ତରଖାନାରେ । ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏମାନେ ।

ପ୍ରତିକାତ୍ମକ ଫଟୋ
ଅନ୍ୟପଟେ ସିରୋହି ଜିଲ୍ଲାର ପ୍ରିନ୍ସିପାଲ ମେଡିକାଲର ଅଫିସର ଡ.ରତ୍ନା ଗ୍ରୋବରଙ୍କ କହିବା ଅନୁସାରେ, ଆମେ ଅନେକ ବର୍ଷ ହେବ ଲେବର ରୁମରେ ଭଜନ କିମ୍ବା ଗାୟତ୍ରୀ ମନ୍ତ୍ର ବଜାଉଛୁ। ଏହାଦ୍ବାରା ମହିଳାଙ୍କ ପ୍ରସବ ପୀଡା କମ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ଲେବର ରୁମରେ ଗାୟତ୍ରୀ ମନ୍ତ୍ର ବାଜିବାକୁ ନେଇ ବିରୋଧ କରିଛନ୍ତି ମୁସଲମାନ ଆକ୍ଟିଭିଷ୍ଟ। ସେମାନଙ୍କ କହିବା ଅନୁସାରେ, ଇସଲାମ ମୁତାବିକ ନବଜାତକ ଜନ୍ମ ହେବାପରେ ସର୍ବପ୍ରଥମେ ନମାଜ ଶୁଣିବା ଉଚିତ। କିନ୍ତୁ ଲେବର ରୁମରେ ଗାୟତ୍ରୀ ମନ୍ତ୍ର ସେମାନଙ୍କ ପାଇଁ ଉଚିତ ନୁହେଁ। ଏଥିଲାଗି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।