ଓଡିଶା

odisha

ETV Bharat / bharat

ଅଯୋଧ୍ୟା ରାୟ: ଡିସେମ୍ବର ପ୍ରଥମ ସପ୍ତାହରେ ଯାଚିକା ଦାଖଲ କରିବ AIMPLB - ସୁନ୍ନୀ ୱାକଫ୍ ବୋର୍ଡ

ଡିସେମ୍ବର ପ୍ରଥମ ସପ୍ତାହରେ ପୁର୍ନବିଚାର ଯାଚିକା ଦାଖଲ କରିବ AIMPLB । ସୁନ୍ନୀ ୱାକଫ୍ ବୋର୍ଡର ନିଷ୍ପତ୍ତିକୁ ଅଣଦେଖା ।

Muslim personal law board
ଫଟୋ ସୌଜନ୍ୟ: ଟ୍ବିଟର

By

Published : Nov 27, 2019, 9:44 PM IST

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ପୁର୍ନବିଚାର ଯାଚିକା ଦାଖଲ କରିବ ଅଲ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ' ବୋର୍ଡ(AIMPLB) । ଡିସେମ୍ବର ପ୍ରଥମ ସପ୍ତାହରେ ଯାଚିକା ଦାଏର କରାଯିବ । ଟ୍ବିଟ କରି ଏହି ସୂଚନା ଦେଇଛି ମୁସଲିମ୍ ପର୍ସନାଲ ଲ' ବୋର୍ଡ ।

ଫଟୋ ସୌଜନ୍ୟ: ଟ୍ବିଟର

ବୋର୍ଡର ସଚିବ ତଥା ବରିଷ୍ଠ ଓକିଲ ଜଫରୟାବ ଜିଲାନିଙ୍କ କହିବାନୁସାରେ, ସୁ୍ନ୍ନୀ ୱାକଫ୍ ବୋର୍ଡ ଯାଚିକା ଦାଖଲ ନକଲେ କୌଣସି ଫରକ ପଡିବ ନାହିଁ । ସମସ୍ତ ମୁସଲିମ୍ ସଂଗଠନ ପୁର୍ନବିଚାର ଯାଚିକା ଦାଖଲ କରିବା ସପକ୍ଷରେ ଅଛନ୍ତି ।

ଅନ୍ୟପକ୍ଷେ ସୁନ୍ନୀ ୱାକଫ୍ ବୋର୍ଡ ମଙ୍ଗଳବାର ପୁର୍ନବିଚାର ଯାଚିକା ନ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି । ବୈଠକରେ 7 ସଦସ୍ୟଙ୍କ ମଧ୍ୟରୁ 6ଜଣ ଯାଚିକା ନ ଦାଖଲ କରିବା ସପକ୍ଷରେ ଥିବାବେଳେ କେବଳ ଜଣେ ଅବଦୁଲ ରଜ୍ଜାକ ଏହାର ବିରୋଧରେ ଥିଲେ ।

ସେପଟେ ଜିଲାନୀଙ୍କ କହିବାନୁସାରେ, ମୁସଲିମ୍ ସଂମ୍ପ୍ରଦାୟ ଏବେବି ପର୍ସନାଲ ଲ' ବୋର୍ଡ ସପକ୍ଷରେ ଅଛନ୍ତି । ବୋର୍ଡ ମୁସଲମାନଙ୍କ ରାୟ ଜାଣିବା ପରେ ପୁର୍ନବିଚାର ଯାଚିକା ଦାଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details