ଓଡିଶା

odisha

ETV Bharat / bharat

'ବାବ୍ରି ମସଜିଦ ଥିଲା ଏବଂ ରହିବ, ମନ୍ଦିରରକୁ ଭାଙ୍ଗି ନିର୍ମାଣ ହେବ ମସଜିଦ' - ବାବ୍ରି ମସଜିଦ ଥିଲା ଏବଂ ରହିବ

ରାମ ନଗରୀ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜାର ଦିନକ ପରେ ଅଲ୍ ଇଣ୍ଡିଆ ଇମାମ ଆସୋସିଏସନର ସଭାପତି ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଛନ୍ତି । ସଙ୍ଗଠନର ସଭାପତି ମହମ୍ମଦ ସାଜିଦ ରାସିଦି ମନ୍ଦିର ଭାଙ୍ଗିବାକୁ ଧମକ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମନ୍ଦିରରକୁ ଭାଙ୍ଗି ନିର୍ମାଣ ହେବ ମସଜିଦ
ମନ୍ଦିରରକୁ ଭାଙ୍ଗି ନିର୍ମାଣ ହେବ ମସଜିଦ

By

Published : Aug 6, 2020, 6:58 PM IST

ନୂଆଦିଲ୍ଲୀ: ଦୀର୍ଘ 500 ବର୍ଷ ପରେ ରାମ ନଗରୀ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କରାଗଲା । ଭୂମିପୂଜାର ଦିନକ ପରେ ଅଲ୍ ଇଣ୍ଡିଆ ଇମାମ ଆସୋସିଏସନର ସଭାପତି ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁମିପୂଜା କରିବା ସହ ଶିଳାନ୍ୟାଶ କରିବା ପରେ ସଙ୍ଗଠନର ସଭାପତି ମହମ୍ମଦ ସାଜିଦ ରାସିଦି ମନ୍ଦିର ଭାଙ୍ଗିବାକୁ ଧମକ ଦେଇଛନ୍ତି ।

ରାମ ମନ୍ଦିର ଭାଙ୍ଗିବା ପରେ ସେଠାରେ ଏକ ମସଜିଦ ନିର୍ମାଣ କରାଯିବ ବୋଲି ରାସିଦି କହିଛନ୍ତି । ସେ କହିଛନ୍ତି ଯେ ଏହି ବିବାଦୀୟ ସ୍ଥାନରେ କେବେ ବି ମନ୍ଦିର ହିଁ ନଥିଲା । ସେଠାରେ ବାବ୍ରି ମସଜିଦ୍ ଥିଲା ଆଉ ଆଗକୁ ରହିବ ।

ମନ୍ଦିରରକୁ ଭାଙ୍ଗି ନିର୍ମାଣ ହେବ ମସଜିଦ

ମହମ୍ମଦ ସାଜିଦ ରାସିଦିଙ୍କ ଏହି ବିବାଦୀୟ ବୟାନ ଏଏନଆଇ ଟ୍ବିଟ କରିଛି । ANI ଅନୁଯାୟୀ ରାସିଦି କହିଛନ୍ତି, 'ଇସଲାମ କହିଛି ଯେ ଏକ ମସଜିଦ ସର୍ବଦା ଗୋଟିଏ ହିଁ ମସଜିଦ ରହିବ । ଅନ୍ୟ କିଛି ନିର୍ମାଣ କରିବା ପାଇଁ ଏହାକୁ ଭାଙ୍ଗିପାରିବା ନାହିଁ । ଆମେ ବିଶ୍ୱାସ କରୁ ଏହା ଏକ ମସଜିଦ ଥିଲା ଏବଂ ସର୍ବଦା ଏକ ମସଜିଦ ରହିବ । ମନ୍ଦିର ଭାଙ୍ଗିବା ପରେ ମସଜିଦ ନିର୍ମାଣ ହୋଇନଥିଲା, କିନ୍ତୁ ଏବେ ମସଜିଦ ନିର୍ମାଣ ପାଇଁ ମନ୍ଦିରକୁ ଭାଙ୍ଗି ଦିଆଯାଇପାରିବ।

ସୂଚନା ଥାଉକି, ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଭୂମିପୂଜା ପୂର୍ବରୁ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ବୋର୍ଡ (AIMPLB) ଏକ ବିବାଦୀୟ ଟ୍ବିଟ କରିଥିଲା । ଟ୍ବିଟରେ ଉଲ୍ଲେଖ ଥିଲା ଯେ ବାବ୍ରି ମସଜିଦ ଥିଲା ଏବଂ ସର୍ବଦା ରହିବ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ବୋର୍ଡ କହିଛି ଯେ ଏହି ନିଷ୍ପତ୍ତି ଅନ୍ୟାୟ ଏବଂ ଲଜ୍ଜାଜନକ।

ଏଥିସହିତ ଅଲ୍ ଇଣ୍ଡିଆ ମଜଲିସ୍-ଇ-ଇଟେହାଦ୍-ଉଲ୍ ମୁସଲିମିନ୍ (ଏଆଇଏମ୍ଆଇଏମ୍) ଆସାଦୁଦ୍ଦିନ ଓୱାଇସି (ଆସାଦୁଦ୍ଦିନ ଓବେସି) ମଧ୍ୟ ଟ୍ବିଟରରେ ବାବ୍ରି ମସଜିଦର ଫଟୋକୁ ସେୟାର କରି କହିଛନ୍ତି, 'ବାବ୍ରି ମସଜିଦ୍ ଥିଲା ଏବଂ ରହିବ।'

ABOUT THE AUTHOR

...view details