ଓଡିଶା

odisha

ETV Bharat / bharat

ମୁସଲିମ ଝିଅର ଭଗବଦ୍‌ ଗୀତା ପ୍ରୀତି - ନିଜାମାବାଦ

ନିଜାମାବାଦ ଜିଲ୍ଲା ରାକାସିପେଟର ମୁସଲିମ ଝିଅ ହିବା ଫାତିମା ହିନ୍ଦୁ ଧର୍ମର ପବିତ୍ର ପୁସ୍ତକ ଭଗବଦ୍‌ ଗୀତାକୁ ଗଭୀର ଅଧ୍ୟୟନ କରିବା ସହିତ ଏହାର ଅନୁବାଦ କରିଛନ୍ତି । ହିବା ଗୀତା ଓ କୋରାନ ମଧ୍ୟରେ ଥିବା ସମାନତାକୁ ନେଇ ପୁସ୍ତକ ଲେଖୁଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Aug 14, 2019, 2:25 PM IST

ହାଇଦ୍ରାବାଦ: ମୁସଲିମ ଝିଅର ମୁହଁରେ ଗୀତାର ଶ୍ଲୋକ । ଏକ ସାଧାରଣ ମୁସଲିମ ପରିବାରର ଝିଅ ମୁହଁରେ ଅନର୍ଗଳ ଗୀତାର ଶ୍ଲୋକ ସହିତ ଧର୍ମଗ୍ରନ୍ଥ ଉପରେ ଦକ୍ଷତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକ୍କିତ କରିଛି । ସେ ହିନ୍ଦୁ ଧର୍ମର ସୁବୁଠୁ ପବିତ୍ର ଗ୍ରନ୍ଥ ଭଗବଦ୍‌ ଗୀତା ଉପରେ ଗଭୀର ଅଧ୍ୟୟନ କରିଛନ୍ତି । ଅନ୍ୟ ଧର୍ମ ବାବଦରେ ଜାଣିବାର ଇଚ୍ଛାଶକ୍ତି ସହିତ ଗୀତାକୁ ଉର୍ଦ୍ଦୁରେ ଅନୁବାଦନ କରି ସମଗ୍ର ମନୁଷ୍ୟ ସମାଜ ସମ୍ମୁଖରେ ସାର୍ବଭୌମ ରୂପରେ ଉପସ୍ଥାପନ କରିଛନ୍ତି ।

ନିଜାମାବାଦ ଜିଲ୍ଲା ରାକାସିପେଟର ଝିଅ ହିବା ଫାତିମା । ହିବା ହିନ୍ଦୁ ଧର୍ମଗ୍ରନ୍ଥ ଉପରେ ଅଧ୍ୟୟନ କରୁଥିବାବେଳେ ଏ ବାବଦରେ ଗୋଟିଏ ବହି ମଧ୍ୟ ଲେଖୁଛନ୍ତି । ହିବାଙ୍କ ପିତା ଅହମଦ ଖାନ ଜଣେ କ୍ଷୁଦ୍ର ବେପାରୀ ହୋଇଥିବାବେଳେ ପିଲାଟି ଦିନରୁ ସବୁ ଧର୍ମ ସମାନ ବୋଲି ସେ ଝିଅକୁ ଶିକ୍ଷା ଦେଇ ଆସିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ନିଜର ଅଧିକାରରେ ଏହା ସ୍ପଷ୍ଟ କରେ କି ସବୁ ଧର୍ମ ସମାନ ଓ ମାନବତା ହିଁ ଅନ୍ତର୍ନିହିତ ଦର୍ଶନ । ତେଣୁ ପିତା ସର୍ବଦା ସବୁ ଧର୍ମର ପବିତ୍ର ପୁସ୍ତକକୁ ପଢିବା ପାଇଁ ଝିଅକୁ ପ୍ରେରିତ କରୁଥିଲେ । ଏହି ପ୍ରକାର ଝିଅ ହିବା ସବୁ ଅନ୍ୟ ଧର୍ମର ପବିତ୍ର ପୁସ୍ତକର ସାର ଜାଣିବା ଆରମ୍ଭ କରି ଦେଇଥଲେ । ସେ ଭିନ୍ନ ଭିନ୍ନ ଲୋକଙ୍କ ଦ୍ବାରା ଗୀତାର ବ୍ୟାଖ୍ୟା କଲେ, ଯାହାକି ତାଙ୍କୁ ଭ୍ରମିତ କରିଥିଲା । ପରେ ସେ ଏହାର ଗଭୀର ଅଧ୍ୟୟନ କରିବା ସହ ଅନୁବାଦ କରିବାକୁ ନିର୍ଣ୍ଣୟ ନେଇଥିଲେ ।

ଶେଷରେ ମାତ୍ର 3 ମାସରେ ହିବା ଗୀତାର 700 ଶ୍ଲୋକ ଓ 18 ଅଧ୍ୟାୟକୁ ଅନୁବାଦନ କରିଛନ୍ତି । ଗୀତାର ଶ୍ଲୋକ ଅଧ୍ୟୟନ କରୁଥିବା ସମୟରେ ଗୀତାର ଅନେକ ବିଷୟ କୋରାନ ସହିତ ସମାନ ଥିବା ହିବା ଅନୁଭବ କରିଥଲେ । ଦୁଇ ପବିତ୍ର ପୁସ୍ତକ ମଧ୍ୟରେ ସମାନତାକୁ ବାଖ୍ୟା କରି 'ଗୀତା ଓ କୋରାନ ମଧ୍ୟରେ ସମାନତା' ନାମକ ପୁସ୍ତକ ଲେଖିବା ଆରମ୍ଭ କରି ଦେଇଛନ୍ତି ।

ABOUT THE AUTHOR

...view details