ଓଡିଶା

odisha

ETV Bharat / bharat

16 ବର୍ଷରେ ମୁସଲିମ ଝିଅ ସାବାଳିକା କି ନୁହେଁ, ସୁପ୍ରିମକୋର୍ଟ କରିବେ ବିଚାର ! - supreme court hear

କେଉଁ ବୟସରେ ମୁସଲିମ ଝିଅଙ୍କ ସାବାଳିକା ହୁଅନ୍ତି, ସେନେଇ ବିଚାର କରିବେ ସୁପ୍ରିମକୋର୍ଟ । ଏନେଇ ଦାୟର ହୋଇଥିବା ଏକ ଯାଚିକାର ଶୁଣାଣି କରିବାକୁ ଯାଇ ଜଣେ ନାବାଳିକା ମୁସଲିମ ଝିଅର ଯାଚିକା ଶୁଣାଣି କରିବାକୁ ସହମତି ଦେଇଛନ୍ତି ସୁପ୍ରିମକୋର୍ଟ ।

ପ୍ରତିକାତ୍ମକ ଫଟୋ

By

Published : Sep 11, 2019, 12:36 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଉଠିଲା ମୁସଲିମ ଝିଅଙ୍କ ସାବାଳିକ ହେବା ପ୍ରସଙ୍ଗ । କେଉଁ ବୟସରେ ମୁସଲିମ ଝିଅ ସାବାଳିକ ହୁଅନ୍ତି , ସେନେଇ ବିଚାର କରିବେ ସୁପ୍ରିମକୋର୍ଟ । ଏନେଇ ଦାୟର ହୋଇଥିବା ଏକ ଯାଚିକାର ଶୁଣାଣି କରିବାକୁ ଯାଇ ଜଣେ ନାବାଳିକା ମୁସଲିମ ଝିଅର ଯାଚିକା ଶୁଣାଣି କରିବାକୁ ସହମତି ଦେଇଛନ୍ତି ସୁପ୍ରିମକୋର୍ଟ ।

ଏଭଳି ଘଟଣା ଘଟିଛି ୟୁପିର ଅଯୋଧ୍ୟାରେ । ଅସଲରେ ଝିଅର ବୟସ 16ବର୍ଷ ହୋଇଥିବା କୁହାଯାଉଛି । ସେ ଦାୟର କରିଥିବା ଦଲିଲରେ କହୁଛନ୍ତି ଯେ, ସେ ମୁସଲିମ ଆଇନ ଅନୁସାରେ ବିବାହ କରିଛନ୍ତି ଏବଂ ଝିଅଙ୍କ ରଜସ୍ବଳା ହେବା ବୟସକୁ ମଧ୍ୟ ଅତିକ୍ରମ କରିସାରିଛନ୍ତି । ସେ ଏବେ ଜଣେ ସାବାଳିକ । ତେଣୁ ସେ ନିଜ ଇଚ୍ଛା ଅନୁସାରେ ନିଜ ଜୀବନ ଜିଇଁ ପାରିବେ ଓ ବିବାହ କରିପାରିବେ।

ପ୍ରଥମେ ଅଯୋଧ୍ୟାର ତଳ କୋର୍ଟ ମୁସଲିମ ଝିଅର ବୟସକୁ ଦେଖି ସେ କରିଥିବା ବିବାହକୁ ବୈଧ ମାନ୍ୟତା ଦେଇନଥିଲେ ଓ ସେଲଟର ହୋମକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ଝିଅ ଜଣକ ପୁଣି ଆହ୍ଲାବାଦ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ବି କୋର୍ଟ ତଳକୋର୍ଟଙ୍କ ନିଷ୍ପତ୍ତିକୁ ଅପରିବର୍ତ୍ତିତ ରଖିଥିଲେ ।

ଝିଅ ଜଣକ ନିଜ ଯାଚିକାରେ କହିଛନ୍ତି ସେ ଏବେ ମୁସଲିମ ଆଇନ ଅନୁସାରେ ସାବାଳିକା । କାରଣ ଝିଅଙ୍କ ରଜସ୍ବଳା ବୟସ 15ବର୍ଷ ହୋଇଥିବାବେଳେ ସେ ଏହି ବୟସକୁ ଏବେ ଅତିକ୍ରମ କରି ସାରିଛନ୍ତି। ତେଣୁ ସେ ନିଜ ବାବଦରେ ନିଷ୍ପତ୍ତି ନେଇ ପାରିବେ ଓ ନିଜ ପସନ୍ଦର ଜୀବନସାଥୀଙ୍କୁ ବିବାହ କରିବାକୁ ଏବେ ସକ୍ଷମ ।

ଯାହାକୁ ନେଇ ଅଯୋଧ୍ୟା ତଳକୋର୍ଟ, ଆହ୍ଲାବାଦ କୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ୟୁପି ସରକାରଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ଅନ୍ୟପଟେ ଝିଅର ବାପା ନିଜ ଝିଅକୁ ଅପହରଣ କରାଯାଇଥିବା ନେଇ ମାମଲା ଦାୟର କରିଥିବା ଜଣାପଡିଛି ।

ABOUT THE AUTHOR

...view details