ଓଡିଶା

odisha

ETV Bharat / bharat

21 ବର୍ଷ ଧରି ମା' ଲକ୍ଷ୍ମୀଙ୍କ ପୂଜା କରୁଛନ୍ତି ମୁସଲିମ ମହିଳା - muslim women worship maa laxmi

21 ବର୍ଷ ଧରି ପବିତ୍ର ଦୀପାବଳିରେ ମା' ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରୁଛନ୍ତି ମୁସଲିମ ମହିଳା । ଉତ୍ତରପ୍ରଦେଶର ଆଲିଗଡରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ସମ୍ପୂର୍ଣ୍ଣ ପଢନ୍ତୁ...

21 ବର୍ଷ ଧରି ମା' ଲକ୍ଷ୍ମୀଙ୍କ ପୂଜା କରୁଛନ୍ତି ମୁସଲିମ ମହିଳା
21 ବର୍ଷ ଧରି ମା' ଲକ୍ଷ୍ମୀଙ୍କ ପୂଜା କରୁଛନ୍ତି ମୁସଲିମ ମହିଳା

By

Published : Nov 15, 2020, 12:38 PM IST

ଲକ୍ଷ୍ନୌ:ଚଳିତବର୍ଷ କୋରୋନା କଟକଣା ମଧ୍ୟରେ ଦେଶବ୍ୟାପୀ ସମସ୍ତେ ଦୀପାବଳି ପାଳିଛନ୍ତି । ବାଣ ଫୁଟାଇବାରେ କଟକଣା ଲାଗିଥିବାବେଳେ ଘରେ ଦୀପ ଜାଳି ପରିବାର ସହ ସମୟ ବିତାଇଛନ୍ତି । ଏତିକିବେଳେ ଆଲିଗଡରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ଯେଉଁଠି ଜଣେ ମୁସଲିମ ମହିଳା ମା' ଲକ୍ଷ୍ମୀ ଓ ଗଣେଶଙ୍କର ପୂଜାର୍ଚ୍ଚନା କରି ଦୀପାବଳି ପାଳନ କରିଛନ୍ତି । ଯାହା ଦେଶବାସୀଙ୍କୁ ସାମ୍ପ୍ରତିକ ସୌହାର୍ଦ୍ଦ୍ୟ ବାର୍ତ୍ତା ଦେଇଛି ।

21 ବର୍ଷ ଧରି ମା' ଲକ୍ଷ୍ମୀଙ୍କ ପୂଜା କରୁଛନ୍ତି ମୁସଲିମ ମହିଳା

ଆଲିଗଡ ଥାନା ଦେହଲି ଗେଟ ଅଞ୍ଚଳରେ ରୁହନ୍ତି ରୁବୀ ଆସିଫ ଖାନ । ପବିତ୍ର ଦୀପାବଳି ଅବସରରେ ଘରେ ଦୀପ ଲଗାଇ, ଘରକୁ ଖୁବ ସୁନ୍ଦର ଭାବରେ ସଜାଇ ମା' ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିଥିଲେ । ଆଉ ସବୁଠୁ ଗୁରୁତ୍ତ୍ବପୂର୍ଣ୍ଣ କଥା ହେଉଛି ତାଙ୍କର ଏହି ପୂଜାରେ ପାଖରେ ରହୁଥିବା ଅନ୍ୟ ମୁସଲିମ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ । ଆଉ ସମସ୍ତେ ମିଳିମିଶି ଖୁବ ସୁନ୍ଦର ଭାବରେ ହିନ୍ଦୁରିତିନୀତିରେ ମା'ଙ୍କୁ ଆରାଧନା କରିଥିଲେ ।

ରୁବ ଆସିଫ ଖାନ କହିଛନ୍ତି ଦୀର୍ଘ 21 ବର୍ଷ ଧରି ସେ ଏହିପରି ପୂଜାର୍ଚ୍ଚନା କରିଆସୁଛନ୍ତି । ପ୍ରଥମେ ସେ ଗୋଟିଏ ଦୀପ ଜାଳି ଦୀପାବଳି ପାଳନ କରିଥିବାବେଳେ ଏବେ 21 ବର୍ଷରେ 21 ଟି ଦୀପ ଜାଳି ଏହି ଉତ୍ସବ ପାଳନ କରୁଛନ୍ତି । ଯେଉଁଠି ଧର୍ମକୁ ନେଇ ଦଙ୍ଗା, ଆନ୍ଦୋଳନ ଭଳି ଘଟଣା ଦେଖିବାକୁ ମିଳୁଛି, ସେଇଠି ଏପରି ଘଟଣା ବିରଳ ନିଶ୍ଚୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details