ଲକ୍ଷ୍ନୌ : ଦୁନିଆର ସପ୍ତାଶ୍ଚର୍ଯ୍ୟ ଭିତରୁ ଚର୍ଚ୍ଚିତ ଆଗ୍ରା ତାଜମହଲ ଗୋଟିଏ । କିନ୍ତୁ ଆପଣ ଜାଣିଛନ୍ତି କି, ଏଠାରେ ଏପରି ଏକ ଗାଁ ରହିଛି ଯେଉଁଠି ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ରହିଛି ଗୋଟିଏ ଗୋଟିଏ କବର । କାହିଁକି ନା ଗାଁରେ ଗୋଟିଏ ହେଲେ ବି କବରସ୍ଥାନ ନାହିଁ । ଆଉ ଏବେବି ଛିଣ୍ଡୁନି କବରସ୍ଥାନ ପାଇଁ ଜମି ବିଦାଦ ।
ଘରେ ଦିଆଯାଏ କବର, ଜାଣନ୍ତୁ କେଉଁଠି ଏହି ଅଜବ ଗାଁ - pokhra
କବରସ୍ଥାନ ନୁହେଁ ଘରେ ଦିଆଯାଏ କବର । ଆଉ ନିର୍ଭୟରେ ଚଳପ୍ରଚଳ କରନ୍ତି ପରିବାର ଲୋକେ । ତେବେ ଏଭଳି ଅଜବ ଗାଁ କେଉଁଠି ରହିଛି ଆସନ୍ତୁ ଜାଣିବା ...
ଉତ୍ତରପ୍ରଦେଶର ଛାଇ ପୋଖର ଗାଁରେ ପ୍ରାୟ 150 ମୁସଲମାନ ପରିବାର ବସବାସ କରିଥାନ୍ତି । କେଉଁ ପରିବାରରୁ ଯଦି କେହି ମରିଯାନ୍ତି ସେ ନିଜ ଘରେ ହିଁ କବର ଦେଇଥାନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ସୁଦ୍ଧା ଗାଁରେ ରହିଛି 250ଟି କବର । ଆଉ ପରିବାର ଲୋକ ଏହି କବର ଉପରେ ସକାଳୁ ସଞ୍ଜ ଯାଏଁ ନିଜର କାମ ମଧ୍ୟ କରୁଥାନ୍ତି ।
ଖାଇବା ଠାରୁ ଶୋଇବା ପର୍ଯ୍ୟନ୍ତ ସବୁ ସେଇ କବର ଉପରେ ହୋଇଥାଏ । ହେଲେ କାହାକୁ କେବେ ବି ଭୟ ଲାଗିନଥାଏ । ଗାଁରେ ଏବେ 5 ହଜାର ଲୋକ ବାସକରନ୍ତି । ଏଠିକାର କିଛି ହିନ୍ଦୁ ଓ ମୁସଲମାନ ପରିବାର କବରସ୍ଥାନ ପାଇଁ ଦେବାକୁ ଇଚ୍ଛୁକ ହେଲେ ପ୍ରଶାସନ ଏହାକୁ ଗ୍ରହଣ କରୁନାହିଁ । ତେଣୁ ଏହି ଜମି ଉପରେ କୌଣସି ନିଷ୍ପତ୍ତି ନିଆଯାଇ ପାରୁନାହିଁ ।