ଓଡିଶା

odisha

ETV Bharat / bharat

ମୁସଲମାନ ପରିବାରରେ ଜନ୍ମ ନେଲେ ‘ମୋଦି’

ପୁଅର ନାମ ମୋଦି ରଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପହାର ସହ ଶୁଭେଚ୍ଛା ଜଣାଇଲେ ମହିଳା । ଉତ୍ତରପ୍ରଦେଶ ଗୌଣ୍ଡାରେ ଦେଖିବାକୁ ମିଳିଛି ଏହି ଘଟଣା। ଏକ ମୁସଲମାନ ପରିବାରରେ ମୈନାଜ ବେଗମ ନାମକ ମହିଳା ଜନ୍ମ ଦେଇଥିଲେ ଶିଶୁପୁତ୍ର । ଆଉ ତାର ନାମ ରଖାଯାଇଛି ନରେନ୍ଦ୍ର ଦାମୋଦର ଦାସ ମୋଦି । ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ।

ଫଟୋ ସୌଜନ୍ୟ : ଏଏନଆଇ

By

Published : May 25, 2019, 5:50 PM IST

Updated : May 25, 2019, 6:28 PM IST

ଲକ୍ଷ୍ନୌ : ଲୋକସଭା ନିର୍ବାଚନରେ ବିଜେପିର ବିଜୟ ଉତ୍ସବ ପାଳୁଛନ୍ତି ସମର୍ଥକ । ଆଉ ପ୍ରଧାନମନ୍ତ୍ରୀ ମୋଦି ପୁଣି ଫେରିଲେ ଶାସନକୁ । ଆଉ ମୋଦିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ସମୟରେ ଉତ୍ତରପ୍ରଦେଶ ଗୌଣ୍ଡା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଏକ ମୁସଲମାନ ପରିବାରରେ ମୈନାଜ ବେଗମ ନାମକ ମହିଳା ଜନ୍ମ ଦେଇଥିଲେ ଶିଶୁପୁତ୍ର । ଆଉ ତାର ନାମ ରଖାଯାଇଛି ନରେନ୍ଦ୍ର ଦାମୋଦର ଦାସ ମୋଦି ।

ହେଲେ ପୁଅର ନାମ ମୋଦି ରଖିବା ଏତେ ସହଜ ନଥିଲା । ପ୍ରଥମେ ଏହାକୁ ବିରୋଧ କରିଥିଲେ ଶିଶୁର ପରିବାର । ମୁସଲମାନ ଘରେ ଏପରି ନାମକୁ ସହଜରେ ଗ୍ରହଣ କରିନଥିଲେ କେହି । ହେଲେ ପୁଅର ନାମ ମୋଦି ରଖାଯିବାର ଜିଦ ଧରି ବସିଥିଲେ ମା । ଆଉ ମା' ଙ୍କ ଜିଦ ଆଗରେ ସମସ୍ତେ ଚୁପ ରହିଲେ । ଶେଷରେ ପୁଅର ନାମ ରହିଲା ମୋଦି।

ମୈନାଜ ମୋଦିଙ୍କୁ ଦେଖିଆସୁଛନ୍ତି ,ତାଙ୍କର କାମ ଖୁବ ଭଲ ବୋଲି ସେ କୁହନ୍ତି । ପୁଣି ତାଙ୍କର ବିଜୟକୁ ପାଳି ତାଙ୍କୁ ଉପହାର ଦେବା ପାଇଁ ସେ ପୁଅର ନାମ ଏପରି ରଖିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତିନି ତଲାକ କାନୁନ ବନାଇ ମୁସଲିମ ମହିଳାଙ୍କୁ ଜୀଇଁବାର ହକ ଦେଇଛନ୍ତି । ତେଣୁ ତାଙ୍କ ପାଇଁ କିଛି ତ କରିବା ଆମର ଦାୟିତ୍ବ ।

Last Updated : May 25, 2019, 6:28 PM IST

For All Latest Updates

ABOUT THE AUTHOR

...view details