ଓଡିଶା

odisha

ETV Bharat / bharat

ଚୀନ ସାମଗ୍ରୀ ବର୍ଜନ ପାଇଁ ମୁସଲିମ ସଂଗଠନ ପକ୍ଷରୁ ଫତୱା ଜାରି - ଚୀନ ସାମଗ୍ରୀ ବର୍ଜନ

5 ମୈଲବିଙ୍କ ନେତୃତ୍ବାଧୀନ ମୁସଲିମ ସଂଗଠନ ଅଲ ଇଣ୍ଡିଆ ତଞ୍ଜିମ ଉଲମା ଏ ଇସ୍ଲାମ ଦେଶରେ ଚୀନ ଉତ୍ପାଦନକୁ ବର୍ଜନ କରିବା ପାଇଁ ଫତୱା ଜାରି କରିଛି ।

ଚୀନ ସାମଗ୍ରୀ ବର୍ଜନ
ଚୀନ ସାମଗ୍ରୀ ବର୍ଜନ

By

Published : Jun 21, 2020, 11:59 AM IST

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷ ଭାରତର 20 ଜଣ ଯବାନ ଶହୀଦ ହୋଇଛନ୍ତି। ଘଟଣାପରେ ଚୀନ ସାମଗ୍ରୀ ବର୍ଜନ କରିବାକୁ ଦେଶର ବିଭିନ୍ନ ସଂଗଠନ ପକ୍ଷରୁ ଆହ୍ବାନ କରାଯାଉଛି । ତେବେ ଇତି ମଧ୍ୟରେ 5 ମୌଲବୀଙ୍କ ନେତୃତ୍ବାଧୀନ ମୁସଲିମ ସଂଗଠନ ଅଲ ଇଣ୍ଡିଆ ତଞ୍ଜିମ ଉଲମା ଏ ଇସ୍ଲାମ ଦେଶରେ ଚୀନ ଉତ୍ପାଦନକୁ ବର୍ଜନ କରିବା ପାଇଁ ଫତୱା ଜାରି କରିଛି ।

ଏହି ସଂଗଠନର ସଦସ୍ୟଙ୍କୁ ବର୍ତ୍ତମାନର ଘଡିସନ୍ଧି ମୂହୁର୍ତ୍ତରେ ସେନା ଏବଂ ସରକାରଙ୍କ ସପକ୍ଷରେ ରହିବା ଉଚିତ ବୋଲି ସଂଗଠନର ଜଣେ ମୌଲବୀ କହିଛନ୍ତି । ଏହି ସଂଗଠନର ରାଷ୍ଟ୍ରୀୟ ମହାସଚିବ ମୌଲାନା ଶାହାବୁଦ୍ଦୀନ ରିଜୱୀ ଭାରତ-ଚୀନ ମଧ୍ୟରେ ଉପୁଜିଥିବା ମୁହାଁମୁହିଁ ପରିସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏଥିସହ ସେ କହିଛନ୍ତି, ଚୀନ ଉତ୍ପାଦକୁ ବର୍ଜନ କରିବା ପାଇଁ ଆମେ ଏକ ଫତୱା ଜାରି କରିଛୁ । ଏହି ଫତୱାରେ ଭାରତୀୟ ଭୂମି ଉପରେ ଆକ୍ରମଣ ଏବଂ ବୀର ସୈନିକଙ୍କ ହତ୍ୟା ପାଇଁ ଚୀନର ଷଡଯନ୍ତ୍ରକୁ ନିନ୍ଦା କରାଯାଇଛି ।

ABOUT THE AUTHOR

...view details