ଥିରୁଅନନ୍ତପୁରମ: ସହିପାରିଲେନି ଲୋକ ଲଜ୍ଜା । ଯୌନ ନିର୍ଯ୍ୟାତନା ମାମଲାରେ ଛନ୍ଦି ହୋଇଥିବା ଜଣେ ସଙ୍ଗୀତ ଶିକ୍ଷକ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିବା ପରେ ମୃତ୍ୟୁର କାରଣ ଲେଖି ଯାଇଛନ୍ତି ସୁଇସାଇଡ ନୋଟରେ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କେରଳର କୋଟାୟମରେ ।
ଅତିଷ୍ଠ କଲା ଲୋକଲଜ୍ଜା, ଜୀବନ ହାରିଲେ ସଙ୍ଗୀତ ଶିକ୍ଷକ - POCSO Act case
କେରଳର କୋଟାୟମର ଜଣେ ସଙ୍ଗୀତ ଶିକ୍ଷକ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭିଯୋଗ ଥିଲା ତାଙ୍କ ନାଁରେ ।
![ଅତିଷ୍ଠ କଲା ଲୋକଲଜ୍ଜା, ଜୀବନ ହାରିଲେ ସଙ୍ଗୀତ ଶିକ୍ଷକ allegedly committed suicide](https://etvbharatimages.akamaized.net/etvbharat/prod-images/768-512-6150110-1080-6150110-1582266856261.jpg)
ଅତିଷ୍ଠ କଲା ଲୋକଲଜ୍ଜା, ଜୀବନ ହାରିଲେ ସଙ୍ଗୀତ ଶିକ୍ଷକ
ମୃତକ ହେଲେ ନରେନ୍ଦ୍ର ବାବୁ । ସେ ଏକ ଘରୋଇ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସଙ୍ଗୀତ ଶିକ୍ଷା ଦିଅନ୍ତି । ହେଲେ ତାଙ୍କ ନାଁରେ ସ୍କୁଲର ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଅଭିଯୋଗ ଆଧାରରେ ପୋଲିସ ପୋକସୋ ଆକ୍ଟରେ ମାମଲା ରୁଜ୍ଜୁ କରି ଗିରଫ କରିଥିଲା । ଗତ ନଭେମ୍ବର ମାସରେ ପୋଲିସ ରିମାଣ୍ଡରେ ଆଣି ପଚରାଉଚୁରା କରିଥିଲା । ହେଲେ ଅବସାଦରେ ରହୁଥିବା ନରେନ୍ଦ୍ର ଗତ ଗୁରୁବାର ଆତ୍ମହତ୍ୟା କରିଛନ୍ତି । ଆଉ ଆତ୍ମହତ୍ୟା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ତାଙ୍କୁ ଏଭଳି ଘଟଣାରେ ଫସାଇ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ