ସିମଲା: ହିମାଚଳପ୍ରଦେଶର ରାଜଧାନୀ ସିମଲା ନଗର ନିଗମ ଖୁବ ଶିଘ୍ର ଐତିହାସିକ ଟାଉନ ହଲ ଏଟିକରେ ମ୍ୟୁଜିୟମ ଖୋଲିବାକୁ ଯୋଜନା କରିଛି । ଏହା ପ୍ରସ୍ତୁତ ହେବାପରେ ସହରର ସମସ୍ତ ଇତିହାସ ଗୋଟିଏ ଛାତ ତଳେ ସହରବାସୀ ଓ ପର୍ଯ୍ୟଟକ ମାନେ ପାଇପାରିବେ । ଏହି ମ୍ୟୁଜିୟମରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାପାଇଁ ଟୁରିଜିମ ସେଣ୍ଟର ସହିତ ସିମଲା ସହରର ସହ ଯୋଡିରହିଥିବା ଇତିହାସ ସମ୍ବନ୍ଧରେ ସୂଚନା ମିଳିପାରିବ ।
ସିମଲାରେ ହେବ ଐତିହାସିକ ମ୍ୟୁଜିୟମ, କହିବ ଇତିହାସ - ଇତିହାସକୁ ସାଇତି ରଖିବ ସିମଲା ନଗର ନିଗମ
ଆମେ ଆମର ସମସ୍ତ ପୌରାଣିକ ଓ ଐତିହାସିକ ସାମଗ୍ରୀକୁ ସ୍ମୃତି ଭାବେ ସାଇତି ରଖିବାକୁ ମ୍ୟୁଜିୟମର ତିଆରି କରିଥାଉ । ସେନେଇ ସିମଲାର ଐତିହାସିକ ଟାଉନ ହଲରେ ଖୋଲିବ ଏମିତି ଏକ ମ୍ୟୁଜିୟମ, ଯେଉଁଠି ଗୋଟିଏ ଛାତ ତଳେ ମିଳିବ ସମସ୍ତ ସୂଚନା । ଏହା ସାଜିବ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ।
![ସିମଲାରେ ହେବ ଐତିହାସିକ ମ୍ୟୁଜିୟମ, କହିବ ଇତିହାସ](https://etvbharatimages.akamaized.net/etvbharat/prod-images/768-512-4702403-thumbnail-3x2-simla.jpg)
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ସୂଚନାମୁତାବକ, ନଗର ନିଗମର କାଉନସିଲର ଚଣ୍ଡିଗଡ ମ୍ୟୁଜିୟମ ଯାଇଥିଲେ । ଏହାପରେ ନଗର ନିଗମ ଟାଉନ ହଲର ଏଟିକରେ ଏପରି ଏକ ମ୍ୟୁଜିୟମ ଖୋଲିବା ନେଇ ଯୋଜନା କରିଥିଲେ । ଏହାଦ୍ବାରା ନଗର ନିଗମର ଆୟରେ ବୃଦ୍ଧି ଘଟିବ ଓ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ଏହି ଟାଉନ ହଲ ସହରର ପ୍ରମୁଖ ସ୍ଥାନରେ ରହିଛି ଯେଉଁଠି ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କର ଆଗମନ ହୋଇଥାଏ । ତେଣୁ ଏହା ଖୋଲିବା ଦ୍ବାରା ରାଜ୍ୟକୁ ଆଉ ରାଜ୍ୟବାସୀଙ୍କୁ ଅନେକ ଲାଭ ମିଳିବ ।