ଓଡିଶା

odisha

ଗଙ୍ଗା ସଫେଇ ଅଭିଯାନରେ ଏକାକି ଆଗେଇ ଚାଲିଛନ୍ତି ଗୌତମ

ଗଙ୍ଗା ସଫେଇକୁ କରିଛନ୍ତି ନିଜ ଆଦର୍ଶ । ଜୀବନର ଗୋଟିଏ ଲକ୍ଷ୍ୟ, ଗଙ୍ଗା ନଦୀ ହେବ ସ୍ବଚ୍ଛ ପରିମଳ ଓ ପ୍ଲାଷ୍ଟିକ ମୁକ୍ତ । ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ନେଇ ଚାଲିଥିବା ଆମର ଅଭିଯାନରେ ପଢନ୍ତୁ ଆମର ସ୍ବତନ୍ତ୍ର ଉପସ୍ଥାପନା..‘ପଶ୍ଚିମବଙ୍ଗର ଗୌତମ ବିଶ୍ବାସ’ ।

By

Published : Jan 29, 2020, 8:22 AM IST

Published : Jan 29, 2020, 8:22 AM IST

fight against plastic
ଗଙ୍ଗା ସଫେଇ ଅଭିଯାନରେ ଏକାକୀ ଆଗେଇ ଚାଲିଛନ୍ତି ଗୌତମ

କୋଲକାତା: ‘ଗଙ୍ଗା’ କେବଳ ନଦୀ ନୁହେଁ, ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗ ସହିତ ଜଡିତ ଏକ ପୂର୍ଣ୍ଣସ୍ଥଳୀ । ଗଙ୍ଗା ପ୍ରତି ହିନ୍ଦୁଙ୍କ ରହିଛି ଏକ ସ୍ବତନ୍ତ୍ର ଆବେଗ । ଦିନକୁ ଦିନ ଏହି ପବିତ୍ର ନଦୀ ପ୍ରଦୂଷିତ ହେବାରେ ଲାଗିଛି । ଯାହା ବେଶ ବ୍ୟଥିତ କରିଛି ପଶ୍ଚିମବଙ୍ଗରେ ରହୁଥିବା ଗୌତମ ବିଶ୍ବାସଙ୍କୁ । ଖାସ୍ ସେଥିପାଇଁ ନିଜ କର୍ମମୟ ଜୀବନରୁ ସମୟ ବାହାର କରି ସେ ଲାଗିପଡିଛନ୍ତି ଗଙ୍ଗା ସଫେଇ ଅଭିଯାନରେ ।

ଗଙ୍ଗା ସଫେଇ ଅଭିଯାନରେ ଏକାକୀ ଆଗେଇ ଚାଲିଛନ୍ତି ଗୌତମ

ଭାଗିରଥୀ ନଦୀର ଲହରୀକୁ ଚିରି ଆଗକୁ ବଢୁଛି ଏକ ଛୋଟିଆ ଡଙ୍ଗା । ଶିତୁଆ ସକାଳର ଘନ କୁହୁଡିକୁ ନାହିଁ ଖାତିର୍ । କୁଳୁକୁଳୁ ବହି ଯାଉଥିବା ଶାନ୍ତ ନଦୀ ସହ ଯେମିତି କଥା ହେବାକୁ ଚେଷ୍ଟା କରୁଛନ୍ତି ଏହି ମଧ୍ୟ ବୟସ୍କ ଯୁବକ । ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାରେ ରୁହନ୍ତି ଗୌତମ ଚନ୍ଦ୍ର ବିଶ୍ବାସ । ସିଏ ଏକୁଟିଆ ଲାଗି ପଡିଛନ୍ତି ଗଙ୍ଗା ସଫେଇ ଅଭିଯାନରେ । ଆଉ ‘ନମାମୀ ଗଙ୍ଗେ’ ମିଶନକୁ କରିଛନ୍ତି ନିଜର ଆଦର୍ଶ ।

ସୂର୍ଯ୍ୟ ଅସ୍ତ ହେବା କ୍ଷଣି ପ୍ଲାଷ୍ଟିକ ଭର୍ତ୍ତି ବ୍ୟାଗ ଧରି ଘରକୁ ଫେରନ୍ତି ବିଶ୍ବାସ । ଆଉ ସକାଳୁ ସକାଳୁ ଏହି ବ୍ୟାଗକୁ ଫୋପାଡିବା ପାଇଁ ବାହାରି ଯାଆନ୍ତି । ଏପଟେ ପ୍ଲାଷ୍ଟିକ ବାବଦରେ ଲୋକଙ୍କୁ ସଚେତନ ପାଇଁ ଲାଗିପଡିଛନ୍ତି ସରକାର । ପ୍ରଧାନମନ୍ତ୍ରୀ ମୋଦି ବି ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଲୋକଙ୍କୁ ଅପିଲ୍ କରୁଛନ୍ତି । ଯାହା ଦ୍ବାରା ଗାନ୍ଧିଜୀଙ୍କ ସ୍ବଚ୍ଛ ଭାରତ ମିଶନ ସଫଳ ହୋଇପାରିବ ।

ଗୌତମ ବିଶ୍ବାସ କୌଣସୀ ଖୋଜ ଖବର ନ ରଖି ଲାଗିପଡିଛନ୍ତି ଗଙ୍ଗା ସଫେଇ ଅଭିଯାନରେ । ତାଙ୍କ ଜୀବନର କେବଳ ଗୋଟିଏ ଲକ୍ଷ୍ୟ ଗଙ୍ଗାକୁ ସଫା ଓ ସ୍ବଚ୍ଛ ରଖିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details