ରାୟପୁର: ଛତିଶଗଡ଼ର ମଙ୍ଗେଲୀ ଜିଲ୍ଲା ଡେପୁଟି କଲେକ୍ଟର ଅନୁରାଧା ଅଗ୍ରୱାଲ ତାଙ୍କର ଗୋଟିଏ ଦିନର ଦରମା ପ୍ରଦାନ କରିବେ । ସେ ଏକ ମାସ କିମ୍ବା କିଛି ଦିନ ପାଇଁ ନୁହେଁ ବରଂ ସେ ଅବସର ନନେବା ଯାଏଁ ନିଜର ଏହି ଦରମା ଦେବେ ଦେବାର ନିଷ୍ପତ୍ତି ନେଇଛନ୍ତି । ଅନୁରାଧା କହିଛନ୍ତି ଯେ, ସେ ପ୍ରଶାସନିକ କାର୍ଯ୍ୟ ନକରିବା ପର୍ଯ୍ୟନ୍ତ ଅର୍ଥାତ୍ ଅବସର ପର୍ଯ୍ୟନ୍ତ ସେ ତାଙ୍କ ଦରମା ଦାନ କରିବେ । ଏଥିପାଇଁ ସେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଗେଲଙ୍କ ସଚିବାଳୟକୁ ମଧ୍ୟ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ପ୍ରତି ମାସରେ ଦରମା (ଗୋଟିଏ ଦିନର ଦରମା)ର ଦାନ ସ୍ବରୂପ କାଟିବାକୁ ଅନୁରୋଧ କରିଛନ୍ତି ।
ଅତିରିକ୍ତ ଜିଲ୍ଲାପାଳଙ୍କ ମହାନତା, ଆଜୀବନ କରିବେ ଗୋଟିଏ ଦିନର ଦରମା ଦାନ - ଡେପୁଟି କଲେକ୍ଟର ଅନୁରାଧା ଅଗ୍ରୱାଲ
ଛତିଶଗଡ଼ର ମଙ୍ଗେଲୀ ଜିଲ୍ଲା ଡେପୁଟି କଲେକ୍ଟର ଅନୁରାଧା ଅଗ୍ରୱାଲ ତାଙ୍କର ଗୋଟିଏ ଦିନର ଦରମା ପ୍ରଦାନ କରିବେ । ଅନୁରାଧା ଅଗ୍ରୱାଲ ଜଣେ ଦିବ୍ୟାଙ୍ଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଡେପୁଟି କଲେକ୍ଟର ଅନୁରାଧା କହିଛନ୍ତି ଯେ, ଅନେକ ଲୋକ ଅଛନ୍ତି ଯେଉଁମାନେ କୋରୋନା କାରଣରୁ ସଙ୍କଟ ସମୟରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଯାଇଛନ୍ତି । ସେ ଏହି ଶ୍ରେଣୀକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏହା କରୁଛନ୍ତି । ଅନୁରାଧା ତିନି ବର୍ଷ ଧରି ଡେପୁଟି କଲେକ୍ଟର ରହିଆସିଛନ୍ତି । ତାଙ୍କର ବର୍ତ୍ତମାନ 35 ବର୍ଷ ବୟସ । ତାଙ୍କର ଆହୁରୀ 30 ବର୍ଷ ଚାକିରି ବାକି ଅଛି । ତାଙ୍କର ମାସକୁ ପ୍ରାୟ 60 ହଜାର ଟଙ୍କା ବେତନରୁ ଦିନକ ବେତନ କଟାଯିବ ।
ଅନୁରାଧା ଅଗ୍ରୱାଲ ଜଣେ ଦିବ୍ୟାଙ୍ଗ । ତାଙ୍କର ଦୁଇ ଗୋଡ଼ ପଙ୍ଗୁ ଥିବାବେଳେ ସେ ରାଜ୍ୟର ଜାନଜଗିର ଜିଲ୍ଲାର ସକତୀରୁ ଆସିଛନ୍ତି । ତାଙ୍କର ଶାରୀରିକ ସମସ୍ୟା ସହ ଯୁଦ୍ଧ କରି ସିଜିପିଏସସି ପାଇଁ ପ୍ରସ୍ତୁତ ହୋଇଥିଲେ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡେପୁଟି କଲେକ୍ଟର ହୋଇଥିଲେ । 2017 ମସିହାରେ, ସେ ପ୍ରସିଦ୍ଧ ଟିଭି ଶୋ’ ‘କୌନ ବନେଗା କରୋଡପତି’ରେ ଭାଗ ନେବାରେ ସୁଯୋଗ ପାଇଥିଲେ । ସେଠାରେ ସେ ଅମିତାଭ ବଚ୍ଚନଙ୍କୁ ହଟ୍ ସିଟରେ ପଚାରିଥିବା 12 ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ସେ 12 ଲକ୍ଷ 50 ହଜାର ଟଙ୍କା ଜିତିଥିଲେ । ଅନୁରାଧା ଏହି ଟଙ୍କାକୁ ତାଙ୍କ ଭାଇଙ୍କ ଚିକିତ୍ସା ପାଇଁ ବ୍ୟବହାର କରିଥିଲେ । ଶୋ’ର ସୁଟିଂର କିଛି ଦିନ ପୂର୍ବରୁ ତାଙ୍କ ମାଙ୍କର ମୃତ୍ୟୁ ହୋଇଥିଲା ।