ଓଡିଶା

odisha

ETV Bharat / bharat

ମୁମ୍ବାଇର କରିମି ଲାଇବ୍ରେରୀ ଯେଉଁଠି ରହିଛି ହିନ୍ଦୁ ଧର୍ମଶାସ୍ତ୍ର ଉପରେ ଲିଖିତ ଶହ ଶହ ବର୍ଷର ପ୍ରାଚୀନ ଉର୍ଦ୍ଦୁ ପୁସ୍ତକ - ମୁମ୍ବାଇର କରିମି ଲାଇବ୍ରେରି

ମୁମ୍ବାଇର ଏକ ଐତିହ୍ୟ କୋଠାରେ ରହିଛି ସୁପ୍ରସିଦ୍ଧ କରିମି ଲାଇବ୍ରେରୀ, ଯେଉଁଠି ରହିଛି ହିନ୍ଦୁ ଧର୍ମଶାସ୍ତ୍ର ସମ୍ବନ୍ଧୀୟ ଅନେକ ସଂଖ୍ୟାରେ ଉର୍ଦ୍ଦୁ ପୁସ୍ତକ। ଏହି ସମୃଦ୍ଧ ଏବଂ ବିଖ୍ୟାତ ଲାଇବ୍ରେରୀ ମୁମ୍ବାଇର ସର୍ବବୃହତ୍ ଏବଂ ସର୍ବପୁରାତନ ଶିକ୍ଷାନୁଷ୍ଠାନ ଅଞ୍ଜୁମାନ-ଇ-ଇସଲାମ୍ ଦ୍ବାରା ପ୍ରତିଷ୍ଠା କରାଯାଇଥିଲା। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମୁମ୍ବାଇର କରିମି ଲାଇବ୍ରେରି ଯେଉଁଠି ରହିଛି ହିନ୍ଦୁ ଧର୍ମଶାସ୍ତ୍ର ଉପରେ ଲିଖିତ ଶହ ଶହ ବର୍ଷର ପ୍ରାଚୀନ ଉର୍ଦ୍ଦୁ ପୁସ୍ତକ
ମୁମ୍ବାଇର କରିମି ଲାଇବ୍ରେରି ଯେଉଁଠି ରହିଛି ହିନ୍ଦୁ ଧର୍ମଶାସ୍ତ୍ର ଉପରେ ଲିଖିତ ଶହ ଶହ ବର୍ଷର ପ୍ରାଚୀନ ଉର୍ଦ୍ଦୁ ପୁସ୍ତକ

By

Published : Sep 26, 2020, 6:53 AM IST

ସହିଦ୍ ଆନସାରୀ

ମୁମ୍ବାଇ: ମୁମ୍ବାଇର ଏକ ଐତିହ୍ୟ କୋଠାରେ ରହିଛି ସୁପ୍ରସିଦ୍ଧ କରିମି ଲାଇବ୍ରେରି, ଯେଉଁଠି ରହିଛି ହିନ୍ଦୁ ଧର୍ମଶାସ୍ତ୍ର ସମ୍ବନ୍ଧୀୟ ଅନେକ ସଂଖ୍ୟାରେ ଉର୍ଦ୍ଦୁ ପୁସ୍ତକ। ଏହି ସମୃଦ୍ଧ ଏବଂ ବିଖ୍ୟାତ ଲାଇବ୍ରେରି ମୁମ୍ବାଇର ସର୍ବବୃହତ୍ ଏବଂ ସର୍ବପୁରାତନ ଶିକ୍ଷାନୁଷ୍ଠାନ ଅଞ୍ଜୁମାନ-ଇ-ଇସଲାମ୍ ଦ୍ବାରା ପ୍ରତିଷ୍ଠା କରାଯାଇଥିଲା। ଏହି ଅନୁଷ୍ଠାନ ସର୍ବପୁରାତନ ହୋଇଥିଲେ ସୁଦ୍ଧା ଲାଇବ୍ରେରି କୋଠା ଏବେ ବି ଦୃଢ ଓ ମଜବୁତ ହୋଇ ରହିଛି।

ଅଞ୍ଜୁମାନ-ଇ-ଇସଲାମ୍ ହେଉଛି 147 ବର୍ଷର ଏକ ଅନୁଷ୍ଠାନ, ଯାହା ଅଧିନରେ ରାଜ୍ୟର ବିଭିନ୍ନ ସ୍ଥାନରେ 97ଟି ଶିକ୍ଷାନୁଷ୍ଠାନ ଚାଲିଛି। ଏସବୁ ଶିକ୍ଷାନୁଷ୍ଠାନରେ ବିଭିନ୍ନ ସମ୍ପ୍ରଦାୟର ଏକ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ଏବଂ ଶିକ୍ଷକ ଓ ଅଧ୍ୟାପକଙ୍କ ସଂଖ୍ୟା 3 ହଜାରରୁ ଅଧିକ। ଏସବୁ ଶିକ୍ଷାନୁଷ୍ଠାନରେ ପାଠ ପଢିଥିବା ବହୁ ସଂଖ୍ୟାରେ ପୁରାତନ ଛାତ୍ର ଏବେ ବିଶ୍ବର ବିଭିନ୍ନ ଭାଗରେ କାମ କରିବା ସହ ସେସବୁ ସ୍ଥାନରେ ସ୍ଥାୟୀ ଭାବେ ରହି ଆସୁଛନ୍ତି।

ହିନ୍ଦୁ ଧର୍ମଶାସ୍ତ୍ର ସମ୍ବନ୍ଧରେ ଉର୍ଦ୍ଦୁରେ ଲିଖିତ ଅନେକ ବିରଳ ପୁସ୍ତକ କରିମି ଲାଇବ୍ରେରିରେ ସୁରକ୍ଷିତ ରଖାଯାଇଛି। ଏସବୁ ମଧ୍ୟରେ ରାମାୟଣ, ହନୁମାନ ଚାଳିଶା ଏବଂ ଅନ୍ୟାନ୍ୟା ଧର୍ମ ପୁସ୍ତକ ରହିଛି। ଏହି ଲାଇବ୍ରେରିରେ ପାଠକମାନେ ଏସବୁ ପ୍ରାଚୀନ ପୁସ୍ତକ ଅନାୟସରେ ପଢିବାକୁ ପାଆନ୍ତି। ଏହା ମଧ୍ୟରୁ କିଛି ପୁସ୍ତକର ପୃଷ୍ଠା ଚିରି ନଷ୍ଟ ହୋଇ ଯାଉଥିବାରୁ ଲାଇବ୍ରେରି ପରିଚାଳନା କର୍ତ୍ତୃପକ୍ଷ ଏସବୁ ପୁସ୍ତକକୁ ଡିଜିଟାଲ କରି ଜ୍ଞାନର ଏହି ଅପୂର୍ବ ଭଣ୍ଡାର ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।

ପ୍ରାୟ ଦେଢ ଶହ ବର୍ଷ ଧରି ଦେଶର ସର୍ବପୁରାତନ ସଂଗଠନ ଅଞ୍ଜୁମାନ-ଇ-ଇସଲାମ୍ ଐତିହାସିକ ଭୂମିକା ବହନ କରି ଆସିଛି। ଏହାର ନେତାମାନେ ଦେଶର ସ୍ବାଧୀନତା ପାଇଁ ଲଢେଇ କରି ଆସିଛନ୍ତି।

ଯେହେତୁ ଏହାର ନେତାମାନେ ଦେଶର ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇ ଦେଶ ପାଇଁ ଲଢେଇ କରିଥିଲେ ସୁତରାଂ ଅଂଜୁମାନ ଏକ ଐତିହାସିକ ସଂଗଠନ ଭାବେ ମାନ୍ୟତା ପାଇ ଆସୁଛି। ଏହାର ଅନେକ ନେତା ମଧ୍ୟ ସ୍ବାଧୀନତା ଆନ୍ଦୋଳନରେ ଭାଗ ନେଇ ବ୍ରିଟିଶ ଶାସକ ଦ୍ବାରା ଜେଲ୍ ଯାଇଥିଲେ।

ମହାମାରୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ସଂକଟ ସମୟରେ ଏହି ସଂଗଠନ ସବୁବେଳେ ଲୋକଙ୍କ ପଛରେ ଛିଡ଼ା ହୋଇ ଆସିଛି। ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ପରେ ପୀଡ଼ିତଙ୍କ ଥଇଥାନ କ୍ଷେତ୍ରରେ ଅଞ୍ଜୁମାନ-ଇ-ଇସଲାମର ଦୀର୍ଘ ଇତିହାସ ରହିଛି।

ଗଙ୍ଗା-ଜାମୁନି ତେହଜୀବ (ଭାରତୀୟ ସଭ୍ୟତା ଏବଂ ସଂସ୍କୃତି)ର ସୁରକ୍ଷା ଓ ଏହାକୁ ସୁଦୃଢ଼ କରିବାରେ ଅଞ୍ଜୁମାନ-ଇ-ଇସଲାମ୍ ସର୍ବଦା ଗଠନମୂଳକ ଭୂମିକା ଗ୍ରହଣ କରି ଆସିଛି। 147 ବର୍ଷର ପୁରୁଣା ଏହି ସଂଗଠନ ଦେଶର ଏକମାତ୍ର ସର୍ବପୁରାତନ ମୁସଲିମ ସଂଗଠନ ଭାବେ ସର୍ବଦା ସମ୍ମାନିତ , ଯାହାର ଅବଦାନ ଦେଶର ଶିକ୍ଷା କ୍ଷେତ୍ର ପାଇଁ ଉଲ୍ଲେଖନୀୟ ରହି ଆସିଛି। ଏହା ଅଧିନରେ ଥିବା 97ଟି ଶିକ୍ଷାନୁଷ୍ଠାନରେ ଲକ୍ଷାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ 3 ହଜାରରୁ ଅଧିକ ଶିକ୍ଷକ, ଅଧ୍ୟାପକ ରହିଛନ୍ତି।

ABOUT THE AUTHOR

...view details