ଓଡିଶା

odisha

ETV Bharat / bharat

କୋଭିସିଲ୍ଡ ଭ୍ୟାକ୍ସିନ ପାଇଁ ଟ୍ରାଏଲ ଆରମ୍ଭ କଲା KEM ହସ୍ପିଟାଲ - କୋଭିଶିଲ୍ଡ ଟିକା

ବୁଧବାର ମୁମ୍ବାଇର କିଙ୍ଗ ଏଡୱାର୍ଡ ମେମୋରିଆଲ (କେଇଏମ) ହସ୍ପିଟାଲରେ ଅକ୍ସଫୋର୍ଡ କୋଭିସିଲ୍ଡ ଟିକାର ଦ୍ୱିତୀୟ ଏବଂ ତୃତୀୟ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି।

କୋଭିଶିଲ୍ଡ ଟିକାର ଦ୍ବିତୀୟ ଏବଂ ତୃତୀୟ କିଲିନିକାଲ ଟ୍ରାଏଲ ଆରମ୍ଭ କଲା କେଇଏମ ମେଡିକାଲ
କୋଭିଶିଲ୍ଡ ଟିକାର ଦ୍ବିତୀୟ ଏବଂ ତୃତୀୟ କିଲିନିକାଲ ଟ୍ରାଏଲ ଆରମ୍ଭ କଲା କେଇଏମ ମେଡିକାଲ

By

Published : Sep 23, 2020, 3:39 PM IST

ମୁମ୍ବାଇ: ଅକ୍ସଫୋର୍ଡ କୋଭିସିଲ୍ଡ ଟିକାର ଦ୍ବିତୀୟ ଏବଂ ତୃତୀୟ କିଲିନିକାଲ ଟ୍ରାଏଲ ଆରମ୍ଭ କଲା କେଇଏମ ମେଡିକାଲ । ବୁଧବାର ମୁମ୍ବାଇର କିଙ୍ଗ ଏଡୱାର୍ଡ ମେମୋରିଆଲ (କେଇଏମ) ହସ୍ପିଟାଲରେ ଅକ୍ସଫୋର୍ଡ କୋଭିସିଲ୍ଡ ଟିକାର ଦ୍ୱିତୀୟ ଏବଂ ତୃତୀୟ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ପାରେଲ ଅଞ୍ଚଳରେ ଥିବା ଏହି ମେଡିକାଲ ଟିକା ପରୀକ୍ଷା ପାଇଁ ମହାରାଷ୍ଟ୍ର ନୈତିକ କମିଟିର ଅନୁମୋଦନ ଲାଭ କରିଛି। କେଇଏମ ହସ୍ପିଟାଲର ଡିନ୍ ଡ. ହେମନ୍ତ ଦେଶମୁଖ କହିଛନ୍ତି, ଏହି ପରୀକ୍ଷା ପାଇଁ ମେଡିକାଲ ଭଲ୍ୟୁଣ୍ଟିଅରମାନଙ୍କ ସ୍କ୍ରିନିଂ ଆରମ୍ଭ କରିଛି। ଏହି ଚିକିତ୍ସା ସୁବିଧା 100 ଭଲ୍ୟୁଣ୍ଟିଅରଙ୍କ ଉପରେ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ବିୱାଇଏଲ ନାଏର ମେଡିକାଲ ଏବଂ ବିଏମସି ଦ୍ୱାରା ପରିଚାଳିତ ଅନ୍ୟ ଏକ ମେଡିକାଲ ମଧ୍ୟ ଏହି ଟିକା ପରୀକ୍ଷା ପାଇଁ ଅନୁମୋଦନ ଲାଭ କରିଛି। ସୂତ୍ରରୁ ପ୍ରକାଶ ଯେ ଉଭୟ କେଇଏମ ଏବଂ ନାୟାର ମେଡିକାଲ 200 ରୁ ଅଧିକ ଭଲ୍ୟୁଣ୍ଟିଅରଙ୍କ ଉପରେ ଏହି ପରୀକ୍ଷା କରିବେ।

ଯେଉଁ ଭଲ୍ୟୁଣ୍ଟିଅର ଉଭୟ ଆରଟି-ପିସିଆର ଏବଂ ଆଣ୍ଟିଜେନ୍ ପରୀକ୍ଷଣରେ ନେଗେଟିଭ ରିପୋର୍ଟ ପାଇବେ ସେମାନଙ୍କୁ ମଧ୍ୟ ଏହି ଟିକା ଦିଆଯିବ। ପୁନେରେ ମଧ୍ୟ ଅକ୍ସଫୋର୍ଡ ଟିକାର ପରୀକ୍ଷା ଚାଲିଛି। ପୁନେର ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ଦ୍ବାରା ବିକଶିତ କୋରୋନା ଟିକା ପ୍ରାର୍ଥୀ ଉତ୍ପାଦନ ପାଇଁ ବ୍ରିଟିଶ-ସ୍ୱିଡେନ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ସହ ସହଭାଗୀ ହୋଇଛି।

ABOUT THE AUTHOR

...view details