ଓଡିଶା

odisha

ETV Bharat / bharat

ମାୟାନଗରୀକୁ ମହାମାରୀ ମାଡ, 1297 ରେକର୍ଡ ସଂଖ୍ୟକ ଆକ୍ରାନ୍ତ 44 ମୃତ୍ୟୁ - କୋରୋନା ସଂକ୍ରମଣ

ମୁମ୍ବାଇରେ ବଢିଚାଲିଛି କୋରୋନା ସଂକ୍ରମଣ। 24 ଘଣ୍ଟାରେ ମୁମ୍ବାଇରେ 1,297 ନୂତନ କୋଭିଡ୍ 19 ମାମଲା, 44 ମୃତ୍ୟୁ ରେକର୍ଡ କରାଯାଇଛି।

ମାୟାନଗରୀକୁ ମହାମାରୀ ମାଡ, 1297 ରେକର୍ଡ ସଂଖ୍ୟକ ଆକ୍ରାନ୍ତ 44 ମୃତ୍ୟୁ
ମାୟାନଗରୀକୁ ମହାମାରୀ ମାଡ, 1297 ରେକର୍ଡ ସଂଖ୍ୟକ ଆକ୍ରାନ୍ତ 44 ମୃତ୍ୟୁ

By

Published : Jun 27, 2020, 8:06 AM IST

ମୁମ୍ବାଇ: ଦେଶରେ ବଢି ଚାଲିଛି କୋରୋନା ସଂକ୍ରମଣ। ସେଥିମଧ୍ୟରୁ ମାୟାନଗରୀ ମୁମ୍ବାଇ ରହିଛି ହଟସ୍ପଟ ତାଲିକାରେ। ଲଗାମ ଲାଗୁନି ସହରର ଭାଇରସର ବିସ୍ତାରରେ।

ତେବେ ଦେଶର ଅର୍ଦ୍ଧାଧିକ ସଂକ୍ରମଣ ମୁମ୍ବାଇରୁ ରେକର୍ଡ ହୋଇଛି। ଯାହା ପରିସ୍ଥିତିକୁ ଭୟଙ୍କର ଓ ଜଟିଳ କରିଦେଇଛି। ଗତ 24 ଘଣ୍ଟା ମଧ୍ୟରେ ମୁମ୍ବାଇ 1,297 ନୂତନ କୋଭିଡ୍ 19 ମାମଲା, 44 ମୃତ୍ୟୁ ରେକର୍ଡ କରାଯାଇଛି।

ଗ୍ରେଟର ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଏକ ବିବୃତ୍ତିରେ କହିଛି ଯେ ମୁମ୍ବାଇରେ ମୋଟ ମାମଲା 72,287 ଏବଂ ମୃତ୍ୟୁସଂଖ୍ୟା 4,177 ରହିଛି।

ଏହି ସମୟରେ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ପୁଣେର କାଉନସିଲ ହଲରେ ଏକ ବୈଠକ କରି ମହାରାଷ୍ଟ୍ରର କୋଭିଡ୍ 19 ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଯୋଗ ଦେଇଥିଲେ।

ଭାରତର କୋରୋନାଭାଇରସ୍ ଗଣନା ଶୁକ୍ରବାର ଦିନ 4,90,401 ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ମୋଟ ମାମଲାରେ 1,89,463 ସକ୍ରିୟ ମାମଲା, 2,85,637 ଆରୋଗ୍ୟ ଏବଂ 15,301 ମୃତ୍ୟୁ ହୋଇଛି।

ABOUT THE AUTHOR

...view details