ଓଡିଶା

odisha

ETV Bharat / bharat

46 ବର୍ଷର ରେକର୍ଡ ଭାଙ୍ଗିଲା ମୁମ୍ବାଇ, ଆଜି ବି ପ୍ରବଳ ବର୍ଷିବ - Narendra Modi

ବର୍ଷାରେ ବେହାଲ ମୁମ୍ବାଇ। ରାସ୍ତା ଘାଟରେ ଜମି ରହିଛି ଆଣ୍ଠୁଏ ପାଣି, ଯାତାୟତ ଠପ । ବସ ଷ୍ଟାଣ୍ଡ ଓ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ । ଅଧିକ ପଢନ୍ତୁ...

ମୁମ୍ବାଇରେ 46 ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ଆଜି ପ୍ରବଳ ବର୍ଷିବ
ମୁମ୍ବାଇରେ 46 ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ଆଜି ପ୍ରବଳ ବର୍ଷିବ

By

Published : Aug 6, 2020, 1:08 PM IST

ମୁମ୍ବାଇ: ମୁମ୍ବାଇରେ ଏକ ସପ୍ତାହ ଧରି ଲଗାତାର ବର୍ଷା ବହୁ ସମସ୍ୟା ସୃଷ୍ଟି କରିଛି । ବୁଧବାର ପ୍ରବଳ ବର୍ଷା ହେତୁ ମୁମ୍ବାଇର ଅନେକ ଅଞ୍ଚଳରେ ପାଣି ଭରି ହୋଇ ରହିଛି । ସହରର ତଳିଆ ଅଞ୍ଚଳରେ ସବୁଠୁ ଅଧିକ ପାଣି ଜମା ହୋଇଛି । ଖାଲି ସେତିକି ନୁହେଁ କିଛି ହସ୍ପିଟାଲ ମାନଙ୍କରେ ମଧ୍ୟ ପାଣି ଜମି ରହିଛି । ଆଣ୍ଠୁଏ ଉପରେ ପାଣିରେ ଯିବା ଆସିବା କରୁଛି ଯାନବାହାନ। ତେବେ କେତେକ ସ୍ଥାନରେ ଗଛ ପଡିଯିବାରୁ ଯାତାୟତ ଠପ ହୋଇଯାଇଥିବାବେଳେ, ବିଏମସି ପକ୍ଷରୁ ଏହାକୁ ହଟାଯାଇ ରାସ୍ତା ସଫା କରାଯାଉଛି।

ତେବେ ଆଜି (ଗୁରୁବାର) ମଧ୍ୟ ସହରରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ତେବେ ବିଭାଗ ଟ୍ବିଟ କରି କହିଛି ଯେ, ଆସନ୍ତା 3 ରୁ 4 ଘଣ୍ଚା ମୁମ୍ବାଇ ଉପନଗର ଅଞ୍ଚଳରେ ମଧ୍ୟମରୁ ଅତି ପ୍ରବଳ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ 60 ରୁ 70 କିମି ବେଗରେ ପବନ ବୋହିବା ସହ ବିଜୁଳି ଘଡଘଡିର ଆଶଙ୍କା ରହିଛି।

ମୁମ୍ବାଇରେ 46 ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ଆଜି ପ୍ରବଳ ବର୍ଷିବ

ବୁଧବାର ଦକ୍ଷିଣ ମୁମ୍ବାଇର କୋଲାବା ଅବଜରଭେଟୋରୀରେ ସକାଳ 8.30 ରୁ ରାତି 8.30 ପର୍ଯ୍ୟନ୍ତ 293 ମିଲିମିଟର ବର୍ଷା ରେକର୍ଡ ହୋଇଛି। ମୁମ୍ବାଇ ଆଇଏମଡିର ଡେପୁଟି ଡାଇରେକ୍ଟର ଜେନେରାଲ କେ ଏସ ହୋସାଲିକର କହିଛନ୍ତି, 'IMD ଗ୍ଲୋବାଲ ସିଷ୍ଟମ ମଡେଲ ଗାଇଡ ଅନୁଯାୟୀ ଶୁକ୍ରବାର ଠାରୁ ବର୍ଷାର ହ୍ରାସ ପାଇବାର ଆଶଙ୍କା କରାଯାଉଛି ।

ତେବେ ମୁମ୍ବାଇ, ରାୟଗଡ, ପାଲଘର, ଥାନେର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାବେଳେ ରତ୍ନଗିରି, ସିନ୍ଧୁଦୁର୍ଗ, ପୁଣେ, କୋହ୍ଲାପୁର ଏବଂ ସତାରା ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details