ଓଡିଶା

odisha

ETV Bharat / bharat

ବର୍ଷାରେ ଉବୁଟୁବୁ ମାୟାନଗରୀ: ରେଡ ଆଲର୍ଟ ଜାରି, ଯାତାୟତ ଠପ୍ - ବର୍ଷାରେ ବେହାଲ ବମ୍ବେ

ପୁଣି ଅସରାଏ ପାଣିରେ ଧୋଇଗଲାଣି ମହାରାଷ୍ଟ୍ର ସମେତ ମୁମ୍ବାଇର ଅର୍ଦ୍ଧାଧିକ ଅଞ୍ଚଳ । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଯାତାୟତ ଏକପ୍ରକାର ଠପ ହୋଇପଡିଛି । ଏପରିକି ପାଣିପାଗ ବିଭାଗରୁ ରେଡ ଆର୍ଲଟ ମଧ୍ୟ ଜାରି ହୋଇଛି ।

ଫଟୋ ସୌଜନ୍ୟ:ଇଟିଭି ଭାରତ, ବ୍ୟୁରୋ

By

Published : Aug 4, 2019, 12:41 PM IST

ମୁମ୍ବାଇ: ପୁଣି ବର୍ଷାରେ ବେହାଲ ବମ୍ବେ । ରାସ୍ତାଘାଟ ଓ ରେଳ ଟ୍ରାକରେ ଜମିଲାଣି ଆଣ୍ଠୁଏ ପାଣି । ଫଳରେ ବସ ଚଳାଚଳ ଠୁ ରେଳ ଓ ବିମାନସେବା ଠପ ହୋଇପଡ଼ିଛି । ଏପରିକି ଆଜି ତ୍ରୟମ୍ବକେଶ୍ବର ମନ୍ଦିରରେ ପାଣିର ଲହଡି ଭାଙ୍ଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଗତ କିଛି ଦିନର ଲଗାଣ ବର୍ଷାରେ ଆଣ୍ଠେଇ ପଡିଲାଣି ମାୟାନଗରୀ । ଆଗକୁ ଆହୁରି 24 ଘଣ୍ଟା ଧରି ମୁମ୍ବାଇ ସମେତ ମହାରାଷ୍ଟ୍ରରେ ରହିଛି ପ୍ରବଳ ବର୍ଷା ସମ୍ଭାବନା । ଗୋଟିଏ ପଟେ ଜଳନିଷ୍କାସନ ଚିନ୍ତା ବଢାଉଥିବାବେଳେ ପୁଣି ଥରେ ରାସ୍ତାଘାଟରେ ଲହଡି ଭାଙ୍ଗୁଛି ପାଣି । ଫଳରେ ୱେଷ୍ଟର୍ଣ୍ଣ ରେଳ ବିଭାଗକୁ ଜାରି ହୋଇଛି ହେଲ୍ପ ଲାଇନ ନଂ ।

ଲଗାଣ ବର୍ଷା ଯୋଗୁ ଗୋଦାବରୀ ନଦୀ ଫୁଲିବାକୁ ଲାଗିଥିବାବେଳେ ନାସିକାରେ ଜଳବନ୍ଦୀ ଆଶାଙ୍କା ଦେଖାଦେଇଛି । ତ୍ରୟମ୍ବକେଶ୍ବର ମନ୍ଦିର ଭିତରେ ପାଣି ପଶିବା ସହିତ ଆଜି(ରବିବାର) ଜଳମଗ୍ନ ହୋଇପଡିଛି । ସେପଟେ, ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ଆଶଙ୍କା କରାଯାଇ ହାଇ ଆର୍ଲଟ ଜାରି ହୋଇଛି । ସେପଟେ ଜଳବନ୍ଦୀ ନେଇ ବିଏମସି କାମ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ।

ତେବେ ପ୍ରବଳ ବର୍ଷାରେ ଶନିବାର ଭିନ୍ନ ଭିନ୍ନ ଦୁର୍ଘଟଣାରେ 2ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 3 ଜଣ ନିଖୋଜ ହୋଇଛନ୍ତି । ସେପଟେ, ନବି ମୁମ୍ବାଇରେ ପିକନିକ କରିବାକୁ ଯାଇ 4 ଜଣ ଝିଅ ଝରଣାରେ ଭାସି ଯାଇଛନ୍ତି ।

ABOUT THE AUTHOR

...view details