ଓଡିଶା

odisha

ETV Bharat / bharat

ମୁମ୍ବାଇ ଓ ପୁନେରେ ହେବ ଅକ୍ସଫୋର୍ଡ ଟିକାର ପରୀକ୍ଷଣ

ସର୍ବାଧିକ କୋରୋନା ପ୍ରଭାବିତ ହୋଇଥିବା ମୁମ୍ବାଇ ଏବଂ ପୁନେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା କୋରୋନା ଟିକାର ଫଳପ୍ରଦତା ପରୀକ୍ଷା କରିବାରେ ସାହାଯ୍ୟ କରିବ ବୋଲି ସ୍ଥାନୀୟ ଉତ୍ପାଦକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) କହିଛି।

By

Published : Jul 23, 2020, 7:02 PM IST

oxford vaccine
ମୁମ୍ବାଇ ଓ ପୁନେ କୋରୋନା ରୋଗୀଙ୍କ ଉପରେ ହେବ ଅକ୍ସଫୋର୍ଡ ଟିକାର ପରୀକ୍ଷଣ

ନୂଆଦିଲ୍ଲୀ: ସର୍ବାଧିକ କୋରୋନା ପ୍ରଭାବିତ ମୁମ୍ବାଇ ଏବଂ ପୁନେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା କୋରୋନା ଟିକାର ଫଳପ୍ରଦତା ପରୀକ୍ଷା କରିବାରେ ସାହାଯ୍ୟ କରିବ ବୋଲି ସ୍ଥାନୀୟ ଉତ୍ପାଦକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) କହିଛି।

ଏସଆଇଆଇ କହିଛି ଯେ, ଅଗଷ୍ଟ ଶେଷ ସୁଦ୍ଧା ପୁନେ ଏବଂ ମୁମ୍ବାଇର 4000ରୁ 5000 ରୋଗୀଙ୍କ ଠାରେ ଟିକା ପରୀକ୍ଷଣ କରାଯିବ । ଯାହା ଦୁଇ ମାସରୁ ଅଧିକ ସମୟ ଧରି ଚାଲିବ।

ଅକ୍ସଫୋର୍ଡ ୟୁନିଭରସିଟି କୋରୋନା ଟିକା ପରୀକ୍ଷଣ କ୍ଷେତ୍ରରେ ସଫଳତା ପାଇଛି । ତେବେ ଟିକାର ଫିଲ୍ଡ ଟେଷ୍ଟ ବ୍ରିଟେନରେ କରାଯାଉଛି । ଏଥିସହ ଭାରତକୁ ଅକ୍ସଫୋଡ ୟୁନିଭରସିଟି ଉତ୍ପାଦନ ସହଭାଗୀ ଭାବରେ ବାଛିଛି । ଯାହାର ପ୍ରଭାବରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଟିକାର ପ୍ରସ୍ତୁତି ଆରମ୍ଭ ହୋଇଛି ।

ତେବେ କୋରୋନା ମାମଲା ଦୃଷ୍ଟିରୁ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରର ପୁନେ ଜିଲ୍ଲାରେ କେବଳ 59000 କୋରୋନା ମାମଲା ରହି ଥିବାବେଳେ ମୁମ୍ବାଇରେ 1.03 ଲକ୍ଷ କୋରୋନା ମାମଲା ରହିଛି।

ଏସଆଇଆଇ କମ୍ପାନୀ ମୁଖ୍ୟ ଅଧିକାରୀ ଆଦର ପୁନୱାଲା କହିଛନ୍ତି, ଉଭୟ ମୁମ୍ବାଇ ଏବଂ ପୁନେରେ ଅନେକ ଟ୍ରାଏଲ ସାଇଟ୍ ରହିଛି । ଯାହାକୁ ଆମେ ସର୍ଟଲିଷ୍ଟ କରିଛୁ । କାରଣ ଏହି ସହରଗୁଡିକରେ ଅନେକ ହଟସ୍ପଟ୍ ଅଛି । ଯାହା ଆମକୁ ଟୀକାର ପ୍ରଭାବ ବୁଝାଇବାରେ ସାହାଯ୍ୟ କରିବ ବୋଲି ଆଦର ପୁନୱାଲା କହିଛନ୍ତି।

ABOUT THE AUTHOR

...view details