ଓଡିଶା

odisha

ETV Bharat / bharat

ଦୀର୍ଘ 7 ମାସ ପରେ ମୁମ୍ବାଇରେ ଗଡିବ ମେଟ୍ରୋ - ଗଡିବ ମେଟ୍ରୋ

ଦୀର୍ଘ 7 ମାସ ପରେ ମୁମ୍ବାଇରେ ଗଡିବ ମେଟ୍ରୋ । କୋରୋନା ପାଇଁ ବନ୍ଦ ଥିଲା ସେବା । ଯାତ୍ରା ସମୟରେ କୋରୋନା କଟକଣା ମାନିବେ ଯାତ୍ରୀ । ଅଧିକ ପଢନ୍ତୁ.....

Mumbai Metro to resume operations from tomorrow after months of lockdown
ଦୀର୍ଘ 7 ମାସ ପରେ ମୁମ୍ବାଇରେ ଗଡିବ ମେଟ୍ରୋ

By

Published : Oct 18, 2020, 5:26 PM IST

ମୁମ୍ବାଇ:ମୁମ୍ବାଇରେ ସ୍ବାଭାବିକ ହେବ ମେଟ୍ରୋ ସେବା। କୋରୋନା ମହାମାରୀ କାରଣରୁ ଦୀର୍ଘ 7 ମାସ ହେବ ମେଟ୍ରୋ ସେବା ବନ୍ଦ ଥିବାବେଳେ ସୋମବାରରୁ ପୁନଃସେବା ଆରମ୍ଭ ହେବ । କୋଭିଡ କଟକଣା ଯୋଗୁଁ ମୁମ୍ବାଇ ମେଟ୍ରୋ -1 ସେବା ବନ୍ଦ ଥିଲା । ପ୍ରତି 6.30 ମିନିଟରେ 200ରୁ ଅଧିକ ମେଟ୍ରୋ ଚାଲିବ । ଯେଉଁଥିରେ 300 ଯାତ୍ରୀ ଯାତ୍ରା କରିପାରିବେ ବୋଲି ମୁମ୍ବାଇ ମେଟ୍ରୋ ଓ୍ବାନ ପ୍ରାଇଭେଟ ଲିମିଟେଡ ପକ୍ଷରୁ କୁହାଯାଇଛି ।

ତେବେ, ଲକଡାଉନ ପୂର୍ବରୁ ମୁମ୍ବାଇରେ 400 ମେଟ୍ରୋ ଲୋକଙ୍କୁ ସେବା ଯୋଗାଇଥିଲା । ମହାମାରୀ ଆରମ୍ଭ ହେବା ପୂର୍ବରୁ ପ୍ରତ୍ୟେକ ଟ୍ରେନରେ ପ୍ରାୟ 1350 ଯାତ୍ରୀ ଯାଉଥିଲେ । ସେବା ଗୁଡିକ ସକାଳ ସକାଳ 8.30ରୁ ଆରମ୍ଭ ହୋଇ ରାତି 8.30 ମଧ୍ୟରେ ନିର୍ଦ୍ଦିଷ୍ଟ ଷ୍ଟେସନ ମଧ୍ୟରେ ଚାଲିବ । ମେଟ୍ରୋରେ ଯାତ୍ରା ପୂର୍ବରୁ ଯାତ୍ରୀଙ୍କ ଥର୍ମାଲ ଚେକଅପ ଓ ସାନିଟାଇଜ କରାଯିବ । ମେଟ୍ରୋ ଭିତରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ସାମାଜିକ ଦୂରତା ମାନିବା ସହ ମାସ୍କ ବ୍ୟବହାର କରିବେ । ଯାତ୍ରା କରିବା ସମୟରେ ପରସ୍ପର ମଧ୍ୟରେ ଗୋଟିଏ ସିଟ ଛାଡିକି ବସିବେ । ଏହାସହ ଯାତ୍ରୀମାନେ ଯାତ୍ରା ସମୟରେ ସାନିଟାଇଜର ବୋତଲ ସାଙ୍ଗରେ ନେବା ପାଇଁ କୁହାଯାଇଛି ।

@ ANI

ABOUT THE AUTHOR

...view details