ଓଡିଶା

odisha

By

Published : Oct 14, 2020, 10:14 PM IST

ETV Bharat / bharat

ଅକ୍ଟୋବର 15 ରୁ ମୁମ୍ବାଇରେ ସ୍ବାଭାବିକ ହେବ ମେଟ୍ରୋ ସେବା

କାଲିଠୁ (ଗୁରୁବାର) ମୁମ୍ବାଇରେ ପୁଣି ସେବା ଯୋଗାଇବ ମେଟ୍ରୋ । ବିଗେନ ଏଗେନ ନିର୍ଦ୍ଦେଶାବଳୀ ଅନୁସାରେ ମେଟ୍ରୋ ଟ୍ରେନସେବାକୁ ଆରମ୍ଭ କରିବା ପାଇଁ ମହାରାଷ୍ଟ୍ର ସରକାର ହେଲେ ଅନୁମତି । ଅଧିକ ପଢନ୍ତୁ....

Mumbai Metro service to resume from October 15 in a phased manner.
ଅକ୍ଟୋବର 15 ରୁ ମୁମ୍ବାଇରେ ସ୍ବାଭାବିକ ହେବ ମେଟ୍ରୋ ସେବା

ମୁମ୍ବାଇ : ଆସନ୍ତାକାଲି ଅର୍ଥାତ ଅକ୍ଟୋବର 15 (ଗୁରୁବାର)ରୁ ମୁମ୍ବାଇରେ ପୁଣି ଗଡିବ ମେଟ୍ରୋ । ବିଗେନ ଏଗେନ ନିର୍ଦ୍ଦେଶାବଳୀ ଅନୁସାରେ ମୁମ୍ବାଇ ଓ ନାଗପୁରରେ ମେଟ୍ରୋ ଟ୍ରେନ ସେବାକୁ ପୁଣି ଥରେ ଆରମ୍ଭ କରିବା ପାଇଁ ମହାରାଷ୍ଟ୍ର ସରକାର ଅନୁମତି ଦେଇଛନ୍ତି । କୋରୋନା ଯୋଗୁଁ ଦୀର୍ଘ 5 ମାସରୁ ଅଧିକ ସମୟ ହେବ ବନ୍ଦ ରହିଥିଲା ଏହି ସେବା । କୋଭିଡ ସାବଧାନତା ଓ ନିୟମ ସହ ଆରମ୍ଭ ହେବ ସେବା।

ଅନଲକ 5.0 ନିୟମ ଅନୁଯାୟୀ ମୁମ୍ବାଇ, ପୁଣେ, ନାଗପୁର ଏବଂ ଔରଙ୍ଗାବାଦ ବିମାନ ବନ୍ଦରରେ ପହଞ୍ଚୁ ଥିବା ସମସ୍ତ ଯାତ୍ରୀ କୋରୋନା ପରୀକ୍ଷା କରିବା ବାଧ୍ୟତାମୂଳକ । କିନ୍ତୁ ସେମାନଙ୍କ ହାତରେ କାଳି କି ବ୍ୟାଣ୍ତର ବ୍ୟବହାର କରାଯିବ ନାହିଁ । କିନ୍ତୁ ସେମାନଙ୍କୁ ସମସ୍ତ କୋଭିଡ ନିୟମ ମାନିବାକୁ ପଡିବ ।

ABOUT THE AUTHOR

...view details