ଓଡିଶା

odisha

ETV Bharat / bharat

ସ୍ତ୍ରୀକୁ ମାରି ଅଳିଆଗଦାରେ ଫୋପାଡିଲା ବାଂଲାଦେଶୀ ଅନୁପ୍ରବେଶକାରୀ - ସ୍ତ୍ରୀକୁ ମାରି ଅଳିଆଗଦାରେ ଫୋପାଡିଲା ବାଂଲାଦେଶୀ ଅନୁପ୍ରବେଶକାରୀ

ଘଟଣାର 14 ମାସ ପରେ ଗିରଫ ହେଲା ନୃଶଂସ ସ୍ବାମୀ, ଯିଏ ନିଜ ଦ୍ବିତୀୟ ପତ୍ନୀର ହତ୍ୟା କରି ଡମ୍ପିଂ ୟାର୍ଡରେ ଫିଙ୍ଗିଦେଇଥିଲା । ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା...

illegal-migrant-held-for-killing-2nd-wife
ଫାଇଲ ଫଟୋ

By

Published : Jan 3, 2020, 12:06 PM IST

ମୁମ୍ବାଇ: ଘଟଣାର 14 ମାସ ପରେ ଗିରଫ ହେଲା ନୃଶଂସ ସ୍ବାମୀ, ଯିଏ ନିଜ ଦ୍ବିତୀୟ ପତ୍ନୀର ହତ୍ୟା କରି ଡମ୍ପିଂ ୟାର୍ଡରେ ଫିଙ୍ଗିଥିଲା। ହତ୍ୟାପରେ ନିଜ ପରିଚୟ ଲୁଚାଇ ଅନ୍ୟତ୍ର ସ୍ଥାନରେ ରହୁଥିଲା ଅଭିଯୁକ୍ତ । ତା’କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ ।

28 ବର୍ଷୀୟ ମହବୁର ଶେଖ 2 ପତ୍ନୀଙ୍କ ସହ ମୁମ୍ବାଇର ନାଲା ସୋପାରାରେ ରହୁଥିଲା । ସେମାନେ ସମସ୍ତେ ବାଂଲାଦେଶୀ ଅନୁପ୍ରବେଶକାରୀ ଥିଲେ। ତା’ର 2 ପତ୍ନୀଙ୍କ ମଧ୍ୟରେ ସର୍ବଦା କଳି ଲାଗି ରହୁଥିଲା। ଉଭୟଙ୍କ ମଧ୍ୟରେ ପ୍ରତିଦିନ ଚାଲିଥିବା କଳିରୁ ବିରକ୍ତ ପ୍ରକାଶ କରୁଥିଲା ଶେଖ, ହେଲେ ସେ କିଛି କହିପାରୁନଥିଲା। ଅକ୍ଟୋବର 2018ମସିହାରେ ଦିନେ ଉଭୟଙ୍କ ମଧ୍ୟରେ ଜୋରଦାର କଳି ହୋଇଥିଲା। ଯାହାପରେ ନିଜର ଦ୍ବିତୀୟ ପତ୍ନୀ ପଲିର ହତ୍ୟା କରିଥିଲା ଶେଖ । ଏହାପରେ ସେ ନିଜ ଡ୍ରେସ ମୃତଦେହକୁ ପିନ୍ଧାଇ ଏହାକୁ ଏକ ବ୍ୟାଗରେ ଭର୍ତ୍ତି କରିଥିଲା । ପରେ ଏହାକୁ ମୁମ୍ବାଇ-ଅହମଦାବାଦ ଜାତୀୟ ରାଜପଥ ନିକଟରେ ଥିବା ଡମ୍ପିଂୟାର୍ଡରେ ଫିଙ୍ଗି ଦେଇଥିଲା । ହତ୍ୟାକାଣ୍ଡପରେ ନିଜ ପରିଚୟ ବଦଳାଇ ସେ ଠାଣେ ପଳାଇଥିଲା ।

ଡମ୍ପିଂୟାର୍ଡର ଦୁର୍ଗନ୍ଧ 5 ମାସ ପର୍ଯ୍ୟନ୍ତ ମୃତଦେହର ଦୁର୍ଗନ୍ଧକୁ ଲୁଚାଇ ରଖିଥିଲା । ଏହାପରେ ଘଟଣାଟି 2019 ମାର୍ଚ୍ଚ ମାସ 21 ତାରିଖରେ ସାମ୍ମାକୁ ଆସିଥିଲା । ଯେତେବେଳେ ଅଳିଆସଫେଇ କର୍ମଚାରୀ ବ୍ୟାଗରେ ଏକ କଙ୍କାଳ ପାଇଥିଲେ । ସେମାନେ ଏହାକୁ ପୋଲିସକୁ ହସ୍ତାନ୍ତର କରିଥିଲେ। ଏହା ପୋଲିସ ଏକ ମାମଲା ରୁଜୁ କରିବା ସହ ଏ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ହେଲେ କଙ୍କାଳରେ ପୁରୁଷର କପଡା ଥିବାରୁ ଏହା ଜଣେ ପୁରୁଷ ନାଁ ସ୍ତ୍ରୀର ତାହାକୁ ନେଇ ପୋଲିସ ସନ୍ଦେହରେ ଥିଲା। କଙ୍କାଳର ଡିଏନଏ ଟେଷ୍ଟ କରାଯିବା ପରେ ଏହା ଜଣେ ମହିଳାଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ଏହାପରେ ପୋଲିସ ଏ ଘଟଣାର ତଦନ୍ତକୁ ଆହୁରି ସକ୍ରିୟ କରିଥିଲା। ଶେଷରେ ଅଭିଯୁକ୍ତ ଶେଖକୁ ଧରିବାରେ ସଫଳ ହୋଇଥିଲା ପୋଲିସ।

For All Latest Updates

ABOUT THE AUTHOR

...view details