ମୁମ୍ବାଇ: ଅଗ୍ନିଶମ କର୍ମଚାରୀଙ୍କ ବିରଳ ଅପରେସନ । କୋରୋନା ଭାଇରସ ପ୍ରକୋପରୁ ରକ୍ଷା ପାଇଁ ସବୁ ରାଜ୍ୟ ଭିନ୍ନ ଭିନ୍ନ ପଦକ୍ଷେପ ଆପଣାଉଥିବା ବେଳେ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ଆପଣେଇଛି ଏକ ବିରଳ ପଦକ୍ଷେପ । କରୋନା ଭାଇରସର ମୁକାବିଲା ପାଇଁ ମୁମ୍ବାଇରେ ନିୟୋଜିତ କରାଯାଇଛି ଅଗ୍ନିଶମ ବାହିନୀ ।
ମଙ୍ଗଳବାର ଠାରୁ ଅଗ୍ନିଶମ କର୍ମଚାରୀ ଗ୍ରେଟର ମୁମ୍ବାଇର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଜିଏମ୍) ଅଧୀନରେ ଆସୁଥିବା ଅନେକ ଡାକ୍ତରଖାନା ଏବଂ ବଜାର ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ରାସାୟନିକ ସ୍ପ୍ରେ କରୁଛନ୍ତି । ଏହି ମହାମାରୀ ପ୍ରଭାବରୁ ସର୍ବସାଧାରଣଙ୍କୁ ରକ୍ଷା କରିବା ପାଇଁ ଯେକୌଣସି ସମୟରେ ଏହି ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ ।