ଓଡିଶା

odisha

ETV Bharat / bharat

ମୋଦିଙ୍କୁ ନେଇ ଟିପ୍ପଣୀ: କୋର୍ଟରେ ହାଜର ହେବେ ରାହୁଲ - ମୋଦିଙ୍କୁ ଟିପ୍ପଣୀ ମାମଲା

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ଦେଇଥିବା ଟିପ୍ପଣୀକୁ ନେଇ ଫସିଗଲେ ରାହୁଲ ଗାନ୍ଧୀ । ଏନେଇ ରାହୁଲଙ୍କୁ ସମନ ଜାରି କରିଛନ୍ତି ମୁମ୍ବାଇର ଏକ ଅଦାଲତ ।

ଫାଇଲ ଫଟୋ

By

Published : Aug 31, 2019, 10:34 AM IST

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଟିପ୍ପଣୀ ଦେଇ ଅଡୁଆରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ‘ଚୌକିଦାର ଚୋର ହେ’ ଭଳି ଟିପ୍ପଣୀ ଦେବା ମାମଲାରେ ମୁମ୍ବାଇର ଏକ ଅଦାଲତ ରାହୁଲଙ୍କୁ ସମନ ଜାରି କରିଛନ୍ତି ।

ଏକ ନିର୍ବାଚନ ରାଲିରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ଯାଇ ସେ ଏପରି ମନ୍ତବ୍ୟ ଦେଇଥିଲା । ତାଙ୍କର ଏହି ନାରାକୁ ଦେଶବ୍ୟାପି ବିଜେପି କାର୍ଯ୍ୟକର୍ତ୍ତା ବିରୋଧ କରିଥିଲେ । ଏପରକି ରାହୁଲ ଗାନ୍ଧୀଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଜେପି କାର୍ଯ୍ୟକର୍ତ୍ତା ମହେଶ ଶ୍ରୀ ଶ୍ରୀମାଲ । କୋର୍ଟ ଏ ମାମଲାରେ ରାହୁଲଙ୍କୁ ସମନ ଜାରି କରିଛନ୍ତି ।

ଏନେଇ ଆବେଦନକାରୀ ମହେଶ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଚୌକିଦାର ଚୋର ହେ’ କହିବା ଭୁଲ । ଏହା ଦ୍ବାରା ଦେଶବାସୀ କଣ ଭାବିବେ ବୋଲି ସେ ପ୍ରଶ୍ନ ଉଠାଇଥିଲେ ।

ABOUT THE AUTHOR

...view details