ମୁମ୍ବାଇ: ସିକ୍ୟୁରିଟି ଚେଂକି ସମୟରେ ସିଆଇଏସଏଫ ହାତରେ ଧରାପଡିଲେ ବିଦେଶୀ ନାଗରିକ । 14 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ ହେବା ସହ ତାଙ୍କୁ ଗିରଫ କରାଯାଇଛି । ମୁମ୍ବାଇ ବିମାନବନ୍ଦରରୁ ବିଦେଶୀ ନାଗରିକଙ୍କୁ ଗିରଫ କରାଯିବା ପରେ କଷ୍ଟମ ବିଭାଗକୁ ହସ୍ତାନ୍ତର କରାଯାଇଛି ।
ବିମାନ ବନ୍ଦରରୁ 14ଲକ୍ଷ ବିଦେଶୀ ମୁଦ୍ରା ଜବତ କଲା CISF - ମୁମ୍ବାଇ ବିମାନବନ୍ଦରରୁ ଗିରଫ
ବିଦେଶୀ ନାଗରିକଙ୍କ ଠୁ 14 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ କଲା CISF ।
ବିଦେଶୀ ମୁଦ୍ରା ଜବତ କଲା CISF
ସିଆଇଏସଏଫଙ୍କ କହିବାନୁସାରେ, ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଥିବା ସମୟରେ ସନ୍ଦିଗ୍ଧ ବିଦେଶୀ ନାଗରିକଙ୍କ ଉପରେ ସନ୍ଦେହ ହୋଇଥିଲା । ଯାହାପରେ ବ୍ୟକ୍ତିଙ୍କୁ ଯାଞ୍ଚ କରିବା ପରେ ତାଙ୍କ ନିକଟରୁ 20 ହଜାର ୟୁଏସ ଡଲାର ଜବତ କରାଯାଇଛି ।
ପିନ୍ଧିଥିବା ଜୋତା ମୋଜା ଭିତରେ ଏତେ ପରିମାଣର ଟଙ୍କା ଲୁଚାଇ ରଖିଥିଲେ ଗିରଫ ଯୁବକ ।