ମୁମ୍ବାଇ: ଆଗତ ହେଉଥିଲା ଶିକ୍ଷା ବଜେଟ । ଆଉ ଏହି ବଜେଟ ଆଗତ କରୁଥିଲେ ମୁମ୍ବାଇ ମହାନଗର ନିଗମ(BMC) ଯୁଗ୍ମ କମିଶନର ରମେଶ ପାୱାର । ଏହି ସମୟରେ ଅନ୍ୟମନସ୍କତା କାରଣରୁ ସାନିଟାଇଜରକୁ ପାଣି ଭାବି ପିଇଦେଲେ ଯୁଗ୍ମ କମିଶନର ରମେଶ ପାୱାର ।
ଭୁଲରେ ସାନିଟାଇଜର ପିଇ ଦେଇଥିବା ଜାଣିବା ପରେ ବିଳମ୍ବ ନକରି ଯୁଗ୍ମ କମିଶନର ରମେଶ ପାୱାର ନିଜ ମୁହଁକୁ ପାଣିରେ ଧୋଇଦେଇଥିଲେ । ସୌଭାଗ୍ୟବସତଃ କୌଣସି ଅଘଟଣ ଘଟିନାହିଁ ।