ଓଡିଶା

odisha

ETV Bharat / bharat

ମୁମ୍ବାଇ ଆକ୍ରମଣ: ଆମେରିକାରୁ ପୁଣି ଗିରଫ ହେଲା ତହବ୍ବୁର ରାଣା

ମୁମ୍ବାଇ ଆକ୍ରମଣରେ ଜେଲଦଣ୍ଡ ଭୋଗୁଥିବା ତହବ୍ବୁର ରାଣାଙ୍କୁ ପୁଣି ଥରେ ଆମେରିକାରେ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ମୁମ୍ବାଇ ଆଟାକ: ଆମେରିକାରୁ ପୁଣି ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ
ମୁମ୍ବାଇ ଆଟାକ: ଆମେରିକାରୁ ପୁଣି ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

By

Published : Jun 20, 2020, 10:18 PM IST

ୱାଶିଂଟନ: 2008 ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ଥିବା କାନାଡା ବ୍ୟବସାୟୀ ତହବ୍ବୁର ରାଣାଙ୍କୁ ହସ୍ତାନ୍ତର ପାଇଁ ଭାରତର ଅନୁରୋଧ କ୍ରମେ ଲସଏଞ୍ଜେଲସରେ ଗିରଫ କରାଯାଇଛି । କୋରୋନା ସଂକ୍ରମିତ ହୋଇଥିବା କୋର୍ଟଙ୍କୁ କହିବାପରେ ତାକୁ ଜେଲରୁ ମୁକ୍ତି କରାଯାଇଥିଲା।

ସେଠାକାର ଓକିଲ କହିଛନ୍ତି ଯେ, ଭାରତ ତାଙ୍କୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଥିଲା, ଏହା ପରେ ତାଙ୍କୁ ପୁଣି ଗିରଫ କରାଯାଇଛି । ଭାରତରେ ରାଣାଙ୍କୁ ପଳାତକ ଘୋଷଣା କରାଯାଇଛି । ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 165ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ମୁମ୍ବାଇ ଆକ୍ରମଣରେ ପାକିସ୍ତାନ ଜନ୍ମିତ କାନାଡୀୟ ତାହୱୁର ରାଣା ଦୋଷୀ ସାବ୍ୟସ୍ତ ହୋଇଥିଲେ । ହେଲେ 2011ରେ ଚାଲିଥିବା ମକଦ୍ଦମା ସମୟରେ ଆମେରିକାର ଓକିଲମାନେ ତାଙ୍କୁ ଆତଙ୍କବାଦୀ ପ୍ରମାଣ କରିବାରେ ବିଫଳ ହୋଇଥିଲେ । ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରିଥିବାରୁ ରାଣାକୁ 14 ବର୍ଷ କାରାଦଣ୍ଡ ହୋଇଥିଲା । କିନ୍ତୁ ଅସୁସ୍ଥତା ଓ କୋରୋନା ସଂକ୍ରମିତ ହେତୁ ଗତ ସପ୍ତାହରେ ଲସଏଞ୍ଜେଲସର ଏକ ଜେଲରୁ ତାଙ୍କୁ ମୁକ୍ତ କରାଯାଇଥିଲା।

ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଇ-ତୋଇବାକୁ ସହାୟତା ଯୋଗାଇ ଦେଇଥିବାରୁ ରାଣାଙ୍କୁ ଚିକାଗୋରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ଆତଙ୍କବାଦୀ ଗୋଷ୍ଠୀ ଭାରତରେ ଆକ୍ରମଣ ଯୋଜନା କରିଥିଲେ। ଏହା ସହିତ 2005ରେ ମହମ୍ମଦଙ୍କ କାର୍ଟୁନ ପ୍ରକାଶ କରିଥିବା ଡେନମାର୍କର ଖବରକାଗଜ ଉପରେ ଆକ୍ରମଣ ଷଡଯନ୍ତ୍ର ମାମଲାରେ ଗିରଫ କରାଯାଇଥିଲା । ଏହି କାର୍ଟୁନ ଅନେକ ମୁସଲମାନଙ୍କୁ କ୍ରୋଧିତ କରିଥିଲା।

ABOUT THE AUTHOR

...view details