ମୁମ୍ବାଇ : ପ୍ରବଳ ବର୍ଷାରେ ବେହାଲ ମାୟା ନଗରୀ । ରାସ୍ତାଘାଟରେ ପାଣି ଜମି ରହିଥିବା ଯୋଗୁଁ ଜନୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମୁମ୍ବାଇ ଓ ଏହାର ପଡୋଶୀ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ସହରର ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି । ପୋୱାଇ ହ୍ରଦରେ ମଧ୍ୟ ଜଳ ପ୍ରବାହ ଅଧିକ ରହିଥିଲା ବୋଲି ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ସୂଚନା ମିଳିଛି । ଚେମ୍ବୁର, ୱାଡାଲା, ଧରାବୀ, ଆନ୍ଧେରି, ହିନ୍ଦମାତା ଜଙ୍କସନ, ମିଲାନ ସବଓ୍ବେ , ଡାହିସର ସବଓ୍ବେ ଓ ମୁମ୍ବାଇର ଅନେକ ଅଞ୍ଚଳରେ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା ।
ପ୍ରବଳ ବର୍ଷାରେ ବେହାଲ ମାୟା ନଗରୀ, ଅସ୍ତବ୍ୟସ୍ତ ଜନଜୀବନ
ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା। ମୁମ୍ବାଇ ସମେତ ବିଭିନ୍ନ ଅଞ୍ଚଳ ଜଳମଗ୍ନ, ଜନଜୀବନ ପ୍ରଭାବିତ । ଅଧିକ ପଢନ୍ତୁ....
ପ୍ରବଳ ବର୍ଷାରେ ବେହାଲ ମାୟା ନଗରୀ ,ଅସ୍ତବ୍ୟସ୍ତ ଜନଜୀବନ
ଆସନ୍ତା ଦୁଇ ଦିନ ଧରି ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି । ମହାରାଷ୍ଟ୍ର-ଗୋଆ ଉପକୂଳରେ ଥିବା ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ବାରଣ କରାଯାଇଛି । ମୁମ୍ବାଇ ପୋଲିସ ଲୋକମାନଙ୍କୁ ସମୁଦ୍ରକୂଳ ଓ ଜଳବନ୍ଦୀ ଅଞ୍ଚଳକୁ ନ ଯିବା ପାଇଁ କହିଛି । ମହାରାଷ୍ଟ୍ରର ମୁମ୍ବାଇ, ଥାନେ, ରାଇଗଡ, ଏବଂ ପାଲଘର ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଇଏମଡି । ମଙ୍ଗଳବାର ମଧ୍ୟ ଏହି ଜିଲ୍ଲା ଗୁଡିକ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ ।
Last Updated : Jul 6, 2020, 1:58 PM IST
TAGGED:
mumbai heavy rain