ମୁମ୍ବାଇ: ପାଣିରେ ବେହାଲ ମାୟାନଗରୀ ମୁମ୍ବାଇ । ବର୍ଷାରେ ଅଣନିଶ୍ବାସୀ ସାଧାରଣ ଜନତା । ଏଭଳି ପରିସ୍ଥିତିରେ ସୋମବାର ମଧ୍ୟରାତ୍ରିରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ସ୍ପାଇସ ଜେଟ ଏସିଜି 6237 ବିମାନ । ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କଲାବେଳ ରନୱେରୁ ବାହାରିଯାଇଥିଲା ବିମାନଟି ।
ଲ୍ୟାଣ୍ଡିଂ ବେଳେ ରନୱେରୁ ବାହାରିଗଲା ସ୍ପାଇସ ଜେଟ ବିମାନ, ଯାତ୍ରୀ ସୁରକ୍ଷିତ - overshot
ସୋମବାର ମଧ୍ୟରାତ୍ରିରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ସ୍ପାଇସ ଜେଟ ଏସିଜି 6237 ବିମାନ । ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କଲାବେଳ ରନୱେରୁ ବାହାରିଯାଇଥିଲା ବିମାନଟି ।
ଫଟୋ ସୌଜନ୍ୟ: ଏଏନଆଇ
ତେବେ ପାଇଲଟ ଜଣକ ବିମାନଟିକୁ ସଙ୍ଗେ ସଙ୍ଗେ ନିୟନ୍ତ୍ରଣକୁ ନେଇ ଆସିବା ଫଳରେ ବିମାନଟି ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି । ତେବେ ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଓ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
ଅନ୍ୟପଟେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୁମ୍ବାଇର ଛତ୍ରପତି ଶିବାଜୀ ବିମାନବନ୍ଦରରୁ 54ଟି ବିମାନର ଗତିପଥକୁ ବଦଳାଇ ଦିଆଯାଇଥିବା ବେଳେ 51 ଟି ବିମାନକୁ ବାତିଲ କରାଯାଇଛି ।