ଓଡିଶା

odisha

ETV Bharat / bharat

ଚୋରା ସୁନା କାରବାରର ପେଣ୍ଠସ୍ଥଳୀ ପାଲଟିଛି ମୁମ୍ବାଇ ବିମାନବନ୍ଦର - smuggling

ବାରମ୍ବାର ଚଢ଼ାଉ ପରେ ବି ଥମିବାର ନାଁ ଧରୁନାହିଁ ଚୋରା ସୁନାଚାଲାଣ

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ

By

Published : Feb 18, 2019, 11:40 PM IST

ମୁମ୍ବାଇ: ବାରମ୍ବାର ଚଢ଼ାଉ ପରେ ବି ଥମିବାର ନାଁ ଧରୁନାହିଁ ଚୋରା ସୁନାଚାଲାଣ । ମୁମ୍ବାଇ ଏୟାରପୋର୍ଟରୁ ଆଜି ୩ କୋଟି ୩୧ ଲକ୍ଷ ଟଙ୍କା ର ସୁନା ବିସ୍କୁଟ ଜବତ ହୋଇଛି । ଏହି ଘଟଣାରେ ୩ ଜଣ ଶ୍ରୀଲଙ୍କା ନାଗରିକଙ୍କୁ ଗିରଫ କରାଯାଇଛି ।


ଏହି ତିନିଜଣଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବାବେଳେ ଜଣେ ନାବାଳକ ରହିଛି । ମିଳିଥିବା ସୂଚନା ମୁତାବକ ଶ୍ରୀଲଙ୍କାରୁ ମୁମ୍ବାଇକୁ ପାଖାପାଖି ୧ କିଲୋ ସୁନା ଚୋରାଚାଲାଣ ହେଉଥିବାର ଖବର ମିଳିଥିଲା । ଆଉ ଏହାପରେ ଏୟାର ଇଣ୍ଟେଲିଜେନ୍ସ ୟୁନିଟ ପକ୍ଷରୁ ଜେରା କରାଯାଇଥିଲା । ଏହି ସମୟରେ ଶ୍ରୀଲଙ୍କାର ଏହି ତିନି ନାଗରିକଙ୍କ ନିକଟରୁ ସୁନା ଜବତ ହୋଇଥିଲା ।


ତେବେ ଏହି ଘଟଣା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଚୋରା ସୁନା ଚାଲାଣ କରାଯାଉଥିବାବେଳେ ଏହାର ପର୍ଦାଫାଶ କରାଯାଇଥିଲା । ଚଳିତବର୍ଷ ଫେବୃୟାରୀ ୧୪ରେ ୨୨ କିଲୋ ସୁନା ନେଇଯାଉଥିବାବେଳେ ଜଣଙ୍କୁ ଗିରଫ କରାଯାଇଥିଲା । ଆଉ ଏହି ସବୁ ସୁନାର ମୂଲ୍ୟ ୬ କୋଟି ଟଙ୍କାରୁ ଅଧିକ ଥିଲା । ପୂର୍ବ ବର୍ଷ ମଧ୍ୟ ୧୦ କୋଟିରୁ ଅଧିକ ଟଙ୍କାର ସୁନା ଜବତ କରାଯାଇଥିଲା ।

For All Latest Updates

ABOUT THE AUTHOR

...view details