ଓଡିଶା

odisha

ETV Bharat / bharat

ମହଙ୍ଗା ପଡିଲା ଉଦ୍ଧବଙ୍କ ବିରୁଦ୍ଧରେ ପୋଷ୍ଟ; ମାଡ ମାରିବା ସହ ଲଣ୍ଡା କଲେ ଶିବସୈନିକ - facebook post against Uddhav thackrey

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ଫେସବୁକରେ ପୋଷ୍ଟ କରି ମାଡ ଖାଇଲେ ମୁମ୍ବାଇ ଓ୍ବଡାଲାର ହିରାମଣୀ ତିଓ୍ବାରୀ । ହିରାମଣୀଙ୍କୁ ଶିବସୈନିକ ମାଡ ମାରି ଲଣ୍ଡା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

mumbai
ଉଦ୍ଧବଙ୍କ ବିରୁଦ୍ଧରେ ପୋଷ୍ଟ କରିବା ପଡିଲା ମହଙ୍ଗା, ମାଡ ମାରିଲେ ଶିବସୈନିକ

By

Published : Dec 24, 2019, 10:54 AM IST

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଷୟରେ ସାମାଜିକ ଗଣମାଧ୍ୟମ ଫେସବୁକରେ ଟିପ୍ପଣୀ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ପୋଷ୍ଟ ଲେଖିବା କାରଣରୁ ମୁମ୍ବାଇର ଓ୍ବଡାଲାର ଏହି ବ୍ୟକ୍ତିଙ୍କୁ ଶିବସୈନିକମାନେ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଉଦ୍ଧବଙ୍କ ବିରୁଦ୍ଧରେ ପୋଷ୍ଟ କରିବା ପଡିଲା ମହଙ୍ଗା, ମାଡ ମାରିଲେ ଶିବସୈନିକ

ହୀରାମଣୀ ତିଓ୍ବାରୀ ନାମକ ଜଣେ ବ୍ୟକ୍ତି ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ଫେସବୁକରେ ପୋଷ୍ଟ କରିଥିବା ବେଳେ ତାଙ୍କୁ ଶିବସେନା କର୍ମକର୍ତ୍ତାମାନେ ମାଡ ମାରିଛନ୍ତି । ଡିସେମ୍ବର 19ରେ ହୀରାମଣି ଏହି ପୋଷ୍ଟ କରିଥିଲେ । ଉଦ୍ଧବ ଜାମିୟାମିଲିୟାର ଘଟଣାକୁ ଜାଲିଆନାଓ୍ବାଲା ବାଗ ସହ ଯୋଡିବା ଭୁଲ ଥିଲା ବୋଲି ସେ ନିଜ ପୋଷ୍ଟରେ ଲେଖିଥିଲେ । ଏହା ପରେ 25ରୁ 30 ଜଣ ଶିବସେନା କର୍ମକର୍ତ୍ତା ତାଙ୍କୁ ମାଡ ମାରିବା ସହ ଲଣ୍ଡା କରି ଦେଇଥିବା ହୀରାମଣି ଅଭିଯୋଗ କରିଛନ୍ତି ।

ABOUT THE AUTHOR

...view details