ଓଡିଶା

odisha

ETV Bharat / bharat

ବିକାଶ ନୁହଁ ଅସ୍ତିତ୍ବ ବଞ୍ଚାଇବା ଲକ୍ଷ୍ୟରେ ମହାମେଣ୍ଟ !

ସଂସଦର ଅନ୍ତିମ ଅଧିବେଶନର ବିଦାୟୀକାଳୀନ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧୀ ଦଳର ସାଂସଦ ମୁଲାୟମ ସିଂହ ଯାଦବ କଲେ ପ୍ରଶଂସା । ପୁଣିଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ସେ କହିଛନ୍ତି । ଯାହାକି ସମସ୍ତଙ୍କୁ ଚକିତ କରିଛି | ମୁଲାୟମ ସିଂଙ୍କ ବୟାନ ପରେ ସଂସଦରେ ଜୋରଦାର ତାଳିମାଡ ହୋଇଥିଲା | ଏଥିସହ ମୋଦି ନିଜ ଶାସନକାଳ ମଧ୍ୟରେ ସମସ୍ତଙ୍କୁ ସାଥିରେ ନେଇ ଚାଲିବା ପାଇଁ ପ୍ରୟାସ କରିଛନ୍ତି ବୋଲି କହିଛନ୍ତି । ଯାହାକି ମହାମେଣ୍ଟକୁ ଶକ୍ତ ଧକ୍କା ସଦୃଶ ହୋଇଛି ।

By

Published : Feb 14, 2019, 11:42 AM IST

Updated : Feb 14, 2019, 12:21 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଗଣତନ୍ତ୍ରର ମନ୍ଦିରରେ ସଂସଦର ବରିଷ୍ଠ ନେତା ଦେଲେ ପ୍ରଧାନମନ୍ତ୍ରୀଙ୍କୁ ଆଶୀର୍ବାଦ । ଚଳିତ ସରକାରର ଅନ୍ତିମ ଅଧିବେଶନରେ ମୁଲାୟମ ସିଂହ ଯାଦବଙ୍କ ବିଦାୟୀକାଳୀନ ଅଭିଭାଷଣ ସାରା ଦେଶକୁ ଚକମା ଦେଇଛି । ସମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ ସିଂହ ଯାଦବ କହିଛନ୍ତି ମୁଁ ଆଶା କରୁଛି ନରେନ୍ଦ୍ର ମୋଦି ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଯାହାକି ପରୋକ୍ଷରେ ୟୁପିର ବିଏସପି-ଏସପି ମେଣ୍ଟକୁ ଶକ୍ତ ଚାପୁଡା ସଦୃଶ ହୋଇଛି । କାରଣ ସପା-ବସପା ମେଣ୍ଟ ବିଜେପିକୁ ମାତ୍ ଦେବା ପାଇଁ ଏକ ହୋଇଛନ୍ତି ।

ତେବେ ମୁଲାୟମଙ୍କ ବୟାନରୁ ଜଣାପଡୁଛି ଯେ ମୋଦିଙ୍କୁ ନେଇ ପୁଅ ଅଖିଳେଖଙ୍କ ଆଭିମୁଖ୍ୟ ଓ ତାଙ୍କର ଆଭିମୁଖ୍ୟରେ ପାର୍ଥକ୍ୟ ରହିଛି । ସଂସଦରେ ମୁଲାୟମ ମୋଦିଙ୍କୁ ପ୍ରଶଂସା କରୁଥିବା ବେଳେ ସଡ଼କରେ ତାଙ୍କ ଦଳ ସମାଜବାଦୀ ପାର୍ଟି ବିଜେପି ବିରୋଧରେ ହାଲା ବୋଲ କରୁଥିଲା । ସୂଚନା ରହିଛି କି କିଛି ଦିନ ତଳେ କୁମ୍ଭମେଳାରେ ସାମିଲ ହେବା ପାଇଁ ଏବଂ ଛାତ୍ର ସଂଘର କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଲକ୍ଷ୍ନୌ ଏୟାରପୋର୍ଟରେ ଅଖିଳେଶ ଯାଦବଙ୍କୁ ଅଟକ ରଖାଯାଇଥିଲା । ତେବେ ଏହି ଘଟଣା ପାଇଁ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଥିଲେ ଅଖିଳେଶ ।

ଖାଲି ଏଠି ନୁହଁ ମହାମେଣ୍ଟର ଆଭିମୁଖ୍ୟରେ ଭିତରେ କିଛି ଅଲଗା ରହିଥିବା ଦେଖିବାକୁ ମିଳିଛି । କାରଣ ଆନ୍ଧ୍ରଭବନ ଆଗରେ ଚନ୍ଦ୍ରବାବୁ ନାଇଡୁଙ୍କୁ ସମର୍ଥନ କରି ଏକ ହୋଇଥିଲେ ସମସ୍ତ ବିରୋଧୀ । ଏହି ଅବସରରେ ଏନଡିଏର ପୂର୍ବତନ ସହଯୋଗୀ ତଥା ଟିଡିପି ସୁପ୍ରିମୋ କହିଛନ୍ତି ଚଳିତ ନିର୍ବାଚନରେ ବିରୋଧୀ ଏକତ୍ରିତ ହେବା ଦରକାର । ନହେଲେ ଆଗାମୀ ଦିନରେ ଅସ୍ଥିତ୍ବ ରହିବ ନାହିଁ । ଯାହାକି ମହାମେଣ୍ଟର ଅସଲ ଚେହେରାକୁ ପଦାରେ ପକାଇଛି । ଦେଶର ବିକାଶ ପାଇଁ କମ୍ ବରଂ ନିଜର ଅସ୍ଥିତ୍ବ ବଜାଇ ରଖିବା ପାଇଁ ଏପରି ମେଳି କରୁଥିବା ପ୍ରମାଣ ମିଳିଛି ।

Last Updated : Feb 14, 2019, 12:21 PM IST

ABOUT THE AUTHOR

...view details