ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ପୂର୍ବତନ ମୁଖ୍ୟ, ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଯିବାରୁ ତାଙ୍କୁ ବୁଧବାର ଲକ୍ଷ୍ନୌର ମେଦାନ୍ତା ହସ୍ପିଟାଲରେ ଆଡମିଟ୍ କରାଯାଇଛି ।
ବର୍ତ୍ତମାନ ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ। ଥିବା ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ରାକେଶ କପୁର ସୂଚନା ଦେଇଛନ୍ତି । ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥାର ପରେ ତାଙ୍କ ଭାଇ ତଥା ପ୍ରଗତିଶୀଳ ସମାଜବାଦି ପାର୍ଟି ଲୋହିଆର ପ୍ରତିଷ୍ଠାତା ଶିବପାଲ ଯାଦବ ଓ ମୁଲାମୟଙ୍କ ପୁଅ ଏସପି ସଭାପତି ଅଖିଳେଶ ସିଂ ଯାଦବ ମଧ୍ୟ ତାଙ୍କୁ ଦେଖା କରିଥିଲେ।