ଓଡିଶା

odisha

ETV Bharat / bharat

ହସ୍ପିଟାଲରୁ ଫେରିଲେ ମୁଲାୟମ ସିଂ ଯାଦବ

ଗତ ରବିବାର ବ୍ଲଡ଼ ସୁଗାର ଲେବଲ ବଢ଼ିଯାଇଥିବା କାରଣରୁ ମୁଲାୟମ ସିଂ ଯାଦବଙ୍କୁ ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

By

Published : Jun 10, 2019, 9:27 AM IST

ଫାଇଲ ଫଟୋ

ଲକ୍ଷ୍ନୌ: ହସ୍ପିଟାଲରୁ ଫେରିଲେ ମୁଲାୟମ ସିଂ ଯାଦବ । ସମାଜ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କୁ ମେଡିକାଲ ରିପୋର୍ଟରେ କୌଣସି ସମସ୍ୟା ନଥିବାରୁ ସେ ସୁସ୍ଥ ହୋଇ ଫେରିଛନ୍ତି ।

ସୂଚନା ଅନୁଯାୟୀ, ଗତ ରବିବାର ଉଚ୍ଚ ରକ୍ତଚାପ କାରଣରୁ ମୁଲାୟମ ସିଂ ୟାଦବଙ୍କୁ ରାମ ମନୋହର ଲୋହିଆ ଆର୍ୟୁବିଜ୍ଞାନ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ବିଭିନ୍ନ ପରୀକ୍ଷା ପରେ ତାଙ୍କ ମେଡିକାଲ ରିପୋର୍ଟରେ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବାରୁ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି ।

ପ୍ରକାଶ ଥାଉକି, ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ମୁଲାୟମଙ୍କୁ ବର୍ତ୍ତମାନ 79 ବର୍ଷ ବୟସ । ବୟସାଧିକ କାରଣରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ ରହୁନାହିଁ ।

ABOUT THE AUTHOR

...view details