ଓଡିଶା

odisha

ETV Bharat / bharat

ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରା ଯୋଜନା: 7ଟି ନୂଆ ତୀର୍ଥସ୍ଥଳୀ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ - ନୂଆ ତୀର୍ଥସ୍ଥଳୀ ପାଇଁ ରେଜିଷ୍ଟ୍ରେସନ

ଏହି ନୂଆ ରୁଟରେ ରାମେଶ୍ବର, ତିରୁପତି, ସିରିଡି ସମେତ 7ଟି ତୀର୍ଥସ୍ଥଳୀକୁ ସାମିଲ କରାଯାଇଛି । ଏଥିପାଇଁ ଇଚ୍ଛୁକ ଥିବା ବୟସ୍କ ନାଗରିକମାନେ ଏବେଠୁ ବୁକିଂ କରିପାରିବେ ।

ଫାଇଲ ଫଟୋ

By

Published : Aug 11, 2019, 2:21 PM IST

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବହୁ ଚର୍ଚ୍ଚିତ 'ମୁଖ୍ୟମନ୍ତ୍ରୀ ତୀର୍ଥ ଯାତ୍ରା ଯୋଜନା'ରେ ସାମିଲ କରାଯାଇଥିବା 7ଟି ନୂଆ ଗତିପଥ ପାଇଁ ଶନିବାରଠୁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ ପ୍ରକ୍ରିୟା । ଏହି ନୂଆ ରୁଟରେ ରାମେଶ୍ବର, ତିରୁପତି, ସିରିଡି ସମେତ 7ଟି ତୀର୍ଥସ୍ଥଳୀକୁ ସାମିଲ କରାଯାଇଛି । ଏଥିପାଇଁ ଇଚ୍ଛୁକ ଥିବା ବୟସ୍କ ନାଗରିକମାନେ ଏବେଠୁ ବୁକିଂ କରିପାରିବେ ।

ଆସନ୍ତା ସେପ୍ଟେମ୍ବର ମାସରୁ ତୀର୍ଥସ୍ଥଳ ପରିଭ୍ରମଣ ପାଇଁ ଟ୍ରେନ ପଠାଇବା ଯୋଜନା ଉପରେ ଦିଲ୍ଲୀ ସରକାର ଜୋରସୋରରେ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ଦିଲ୍ଲୀ ସରକାରଙ୍କ ଏହି ଯୋଜନା ଉପରେ ଆଇଆରସିଟିସି ପକ୍ଷରୁ ସବୁ ତୀର୍ଥସ୍ଥଳର ସମୟସୂଚୀ ପ୍ରସ୍ତୁତ କରି ଦିଲ୍ଲୀ ପର୍ଯ୍ୟଟନ ଏବଂ ପରିବହନ ବିକାଶ ନିଗମକୁ ପଠାଯାଇଛି।

ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରା ଯୋଜନା

ଦିଲ୍ଲୀ ତୀର୍ଥଯାତ୍ରା ବିକାଶ ସମିତିର ଅଧ୍ୟକ୍ଷ କମଲ ବଂସଲଙ୍କ କହିବା କଥା, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୟସ୍କ ବ୍ୟକ୍ତିଙ୍କ ଦାବିକୁ ଦୃଷ୍ଟିରେ ରଖି ତିରୁପତି, ରାମେଶ୍ବର, ପୁରୀ ଜଗନ୍ନାଥ ସମେତ 7ଟି ତୀର୍ଥସ୍ଥଳୀକୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କ୍ୟାବିନେଟର ମଞ୍ଜୁରୀ ପରେ ଏହି ଯୋଜନାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ।

ଏବେ ଅମୃତସର-ୱାଘା-ଆନନ୍ଦପୁର ସାହିବ ତୀର୍ଥସ୍ଥଳ ପାଇଁ 2ଟି ଟ୍ରେନ ଥିବାବେଳେ ବୈଷ୍ଣୋଦେବୀ ଯାତ୍ରା ପାଇଁ ଗୋଟିଏ ଟ୍ରେନ ଆରମ୍ଭ ହୋଇଛି । ଏହି ଟ୍ରେନ ବୟସ୍କ ନାଗରିକଙ୍କୁ ନେଇ ତୀର୍ଥସ୍ଥଳୀ ଅଭିଯୋଗ ଯାତ୍ରା ଆରମ୍ଭ କରିବ । ଏହାସହ ଆସନ୍ତା 22 ଓ 23 ଅଗଷ୍ଟରେ ଆଉ ଏକ ଟ୍ରେନ ଅମୃତସର ଯିବ । ସେଠାରୁ ଦିଲ୍ଲୀ-ଆଜମେର ରୁଟ ଦେଇ ପ୍ରଥମ ଥର ଯାତ୍ରା ଆରମ୍ଭ କରିବାକୁ ଯୋଜନା କରାଯାଉଛି ।

ABOUT THE AUTHOR

...view details