ଓଡିଶା

odisha

‘କଂଗ୍ରେସ ଗାଳି ଗ୍ୟାଙ୍ଗ୍‌ର ମୁଖ୍ୟ ରାହୁଲ ଗାନ୍ଧୀ’

କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ନିର୍ବାଚନ ଆୟୋଗ(ଇସି)ଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ରାହୁଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବାରମ୍ବାର ଭିତ୍ତିହୀନ ଅଭିଯୋଗ ଆଣୁଥିବାର ଦର୍ଶାଇ ବିଜେପିର ଏକ ପ୍ରତିନିଧି ଟିମ୍‌ ଇସିଙ୍କ ପାଖରେ ଫେରାଦ ହୋଇଛି ।

By

Published : Apr 12, 2019, 10:48 PM IST

Published : Apr 12, 2019, 10:48 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ ଗାନ୍ଧୀଙ୍କର କୌଣସି ସମ୍ମାନ ନାହିଁ । ଅଣସଂସଦୀୟ ଭାଷା ବ୍ୟବହାର କରିବାରେ ସେ ସମସ୍ତ ସୀମା ପାର କରିଯାଇଛନ୍ତି । ସେ ହେଉଛନ୍ତି କଂଗ୍ରେସ ଗାଳି ଗ୍ୟାଙ୍ଗ୍‌ର ମୁଖ୍ୟ ବୋଲି କେନ୍ଦ୍ରମନ୍ତ୍ରୀ ମୁଖତାର୍‌ ଅବ୍ବାସ ନକଭୀ କହିଛନ୍ତି ।

ଆଜି କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ନିର୍ବାଚନ ଆୟୋଗ(ଇସି)ଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ରାହୁଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବାରମ୍ବାର ଭିତ୍ତିହୀନ ଅଭିଯୋଗ ଆଣୁଥିବାର ଦର୍ଶାଇ ବିଜେପିର ଏକ ପ୍ରତିନିଧି ଟିମ୍‌ ଇସିଙ୍କ ପାଖରେ ଫେରାଦ ହୋଇଛି । ଏହାପରେ ସାମ୍ବାଦିକଙ୍କୁ ମୁଖତାର୍‌ କହିଛନ୍ତି ଯେ ରାହୁଲଙ୍କର ସଂସଦୀୟ କ୍ଷେତ୍ର ସମ୍ବନ୍ଧରେ କୌଣସି ସାଧାରଣ ଜ୍ଞାନ ନାହିଁ ।

ପ୍ରଧାନମନ୍ତ୍ରୀଙ୍କ ଭଳି ପଦବୀକୁ ସେ ସମ୍ମାନ ଦେଇ ଶିଖିନାହାନ୍ତି । ବାରମ୍ବାର ସେ ମୋଦିଙ୍କ ପ୍ରତି ଅଣସଂସଦୀୟ ଭାଷା ପ୍ରୟୋଗ କରି ନିଜର ସମସ୍ତ ସୀମା ପାର କରିଛନ୍ତି । କଂଗ୍ରେସର ଏକ ଗାଳି ଗ୍ୟାଙ୍ଗ୍‌ ରହିଛି ଯାହାର ସେ ହେଉଛନ୍ତି ମୁଖ୍ୟ । ଏମାନଙ୍କ କାମ କେବଳ ଗାଳି କରିବା ବୋଲି ଆବ୍ବାସ କହିଛନ୍ତି ।

ଏହାସହ ରାହୁଲ କେବେ ତଥ୍ୟଭିତ୍ତିକ ଅଭିଯୋଗ ଆଣିନଥାନ୍ତି । ସବୁବେଳେ ତାଙ୍କ ଅଭିଯୋଗ ଭିତ୍ତିହୀନ ଥାଏ । ତେଣୁ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଇସିଙ୍କୁ ଅନୁରୋଧ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details