ଓଡିଶା

odisha

ETV Bharat / bharat

ସଙ୍କଟମୋଚକ ମୁକେଶ ଅମ୍ବାନୀ: ଶେଷ ମିନିଟରେ ସାନଭାଇକୁ ବଞ୍ଚାଇଲେ - anil ambani thank mukesh

ବଡ ଭାଇ ମୁକେଶଙ୍କ ସଠିକ ସମୟରେ ସହାୟତା ଯୋଗୁଁ ଅନୀଲଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ ବଡ ବିପଦରୁ ବଞ୍ଚିଯାଇଛି । ସ୍ବିଡେନର ଏରିକ୍ସନ ସର୍ଭିସକୁ ରିଲାଏନ୍ସ ୪୬୨ କୋଟି ଟଙ୍କା ପେମେଣ୍ଟ କରିଛି । ସୁପ୍ରିମକୋର୍ଟ ଦେଇଥିବା ମହଲତ ଶେଷ ହେବାକୁ ଗୋଟିଏ ଦିନ ବାକି ଥିବାବେଳେ ଏହା ପୁରଣ ନକରିଥିଲେ ଅନୀଲ ଅମ୍ୱାନୀ ନିଶ୍ଚିତ ଜେଲ ଯାଇଥାନ୍ତେ । କିନ୍ତୁ ଶେଷ ମୂହୁର୍ତ୍ତରେ ବଡ ଭାଇ ସାଜିଥିଲେ ସଙ୍କଟମୋଚକ ।

ପାଇଲ ଫଟୋ

By

Published : Mar 19, 2019, 11:08 AM IST

Updated : Mar 19, 2019, 2:39 PM IST


ମୁମ୍ବାଇ: ସାନ ଭାଇର ଦୁଃଖ ଦେଖିପାରିଲେନି ବଡ ଭାଇ। ଅନେକ ଦିନ ଧରି ଲାଗି ରହିଥିବା ସମସ୍ତ ବିବାଦ ଓ ଝଗଡା ଭୁଲିଗଲେ। ବିପଦ ବେଳେ ରକ୍ତର ସମ୍ପର୍କ ପାଖରେ ଠିଆ ହେଲେ। ଶେଷ ମିନିଟରେ ଦେବଦୂତ ଭାବେ ଆସି ସାନ ଭାଇ ଅନୀଲ ଅମ୍ୱାନୀଙ୍କୁ ବଞ୍ଚାଇଲେ ଶିଳ୍ପପତି ତଥା କୋଟିପତି ମୁକେଶ ଅମ୍ବାନୀ।

ଫାଇଲ ଫଟୋ

ସୂଚନାଯୋଗ୍ୟ ବଡ ଭାଇ ମୁକେଶଙ୍କ ସଠିକ ସମୟରେ ସହାୟତା ଯୋଗୁଁ ଅନୀଲଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ ବଡ ବିପଦରୁ ବଞ୍ଚିଯାଇଛି । ସ୍ବିଡେନର ଏରିକ୍ସନ ସର୍ଭିସକୁ ରିଲାଅନ୍ସ ୪୬୨ କୋଟି ଟଙ୍କା ପେମେଣ୍ଟ କରିଛି । ସୁପ୍ରିମକୋର୍ଟ ଦେଇଥିବା ମହଲତ ଶେଷ ହେବାକୁ ଗୋଟିଏ ଦିନ ବାକି ଥିବାବେଳେ ଏହା ପୁରଣ ନକରିଥିଲେ ଅନୀଲ ଅମ୍ୱାନୀ ନିଶ୍ଚିତ ଜେଲ ଯାଇଥାନ୍ତେ। କିନ୍ତୁ ଶେଷ ମୂହୁର୍ତ୍ତରେ ବଡ ଭାଇ ସାଜିଥିଲେ ସଙ୍କଟମୋଚକ। ଆଉ ଉଚିତ ଅର୍ଥ ପରିଶୋଧ କରି ସାନ ଭାଇକୁ ବଞ୍ଚାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଅନୀଲଙ୍କ ବନ୍ଦ ହୋଇଯାଇଥିବା ମୋବାଇଲ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନର ନେଟୱାର୍କକୁ ସ୍ବିଡେନର କମ୍ପାନୀ ଏରିକ୍ସନ ସମ୍ଭାଳୁଥିଲା । ଏଥିପାଇଁ ଏରିକ୍ସନର ୫୮୦ କୋଟି ଟଙ୍କା ବାକି ଥିଲା । ମାତ୍ର ନିଜ ଦେବାଳିଆ ପରିସ୍ଥିତି ପାଇଁ ରିଲାଏନ୍ସ କମ୍ୟୁନିକେସନ ଏହି ପେମେଣ୍ଟ ପରିଶୋଧ କରିପାରିନଥିଲା । ଏରିକ୍ସନ ପକ୍ଷରୁ ରିଲାଏନ୍ସକୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ନିଜ ପେମେଣ୍ଟ ପାଇବାରେ ବିଫଳ ହେବାରୁ ସୁପ୍ରିମକୋର୍ଟରେ ଅନୀଲଙ୍କ ବିରୋଧରେ ମାମଲା ଦାୟର କରିଥିଲା । ଆଉ ମାମଲାର ଶୁଣାଣି ହେବା ସହ ଏରିକ୍ସନ ସପକ୍ଷରେ ରାୟ ଯାଇଥିଲା।

ଏଥିପାଇଁ ସୁପ୍ରିମକୋର୍ଟ ରିଲାଏନ୍ସକୁ ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ଏରିକ୍ସନର ସବୁ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଧାର୍ଯ୍ୟ ସମୟ ଭିତରେ ଅନୀଲ ଟଙ୍କା ଯୋଗାଡ କରିବାରେ ବିଫଳ ହୋଇଥିଲେ । ପୂର୍ବରୁ ରିଲାଏନ୍ସ ପକ୍ଷରୁ ଏରିକ୍ସନକୁ ୧୧୮ କୋଟି ଟଙ୍କା ଦିଆଯାଇଥିବାବେଳେ ବଳକା ୪୫୮ କୋଟି ଟଙ୍କା ଯୋଗାଡ କରିବାରେ ଅନୀଲ ବିଫଳ ହୋଇଥିଲେ । କୌଣସି ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ତାଙ୍କୁ ଋଣ ଦେବାକୁ ମନା କରିଦେଇଥିବାବେଳେ ନିଜ ପାଖରେ ଥିବା ମୋବାଇଲ କମ୍ପାନୀର ସମ୍ପତ୍ତି ଓ ସ୍ପେକ୍ଟ୍ରମ ବିକ୍ରି କରିବାକୁ ଉଦ୍ୟମ କରି ସେ ବିଫଳ ହୋଇଥିଲେ।

ତେବେ ଟଙ୍କା ପାଇବାରେ ବିଫଳ ହେବାରୁ ଏରିକ୍ସନ ପକ୍ଷରୁ ପୁଣିଥରେ ସୁପ୍ରି‌ମକୋର୍ଟରେ ଅନୀଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କରାଗଲା । ଏଥିରେ ଅନୀଲ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାସହ ମା‌ର୍ଚ୍ଚ ୧୯ (ମଙ୍ଗଳବାର) ସୁଦ୍ଧା ଏରିକ୍ସନର ପେମେଣ୍ଟ ନଦେଲେ ତିନି ମାସ ଜେଲ ଯିବା ପାଇଁ ପ୍ରସ୍ତୁତ ରହିବାକୁ ସୁପ୍ରିମକୋର୍ଟ ଅନୀଲଙ୍କୁ କହିଥିଲେ। ଏହା ଅନୁସାରେ ଆଜି ଅନୀଲ ଗିରଫ ହୋଇଥାନ୍ତେ । ମାତ୍ର ଶେଷ ସମୟରେ ସାନ ଭାଇ ପାଇଁ ତ୍ରାଣକର୍ତ୍ତା ସାଜିଲେ ମୁକେଶ ଅମ୍ୱାନୀ। ଏରିକ୍ସନକୁ ଦିଆଯିବାକୁ ଥିବା ସୁଧ ବ୍ୟତୀତ ବକେୟା ଅର୍ଥ ରିଲାଏନ୍ସକୁ ଦେଇଥିଲେ ମୁକେଶ।

ସୋମବାର ଅପରାହ୍ନରେ ମୁକେଶ 458.7 କୋଟି ଟଙ୍କା ରିଲାଏନ୍ସ କମ୍ପାନୀକୁ ଦେବା ପରେ ଏରିକ୍ସନକୁ ଉକ୍ତ ଅର୍ଥ ପ୍ରଦାନ କରାଯାଇଥିଲା । ଏହାସହ ଅନୀଲ ଜେଲ ଯିବାରୁ ବର୍ତ୍ତି ଯାଇଥିଲେ । ଏହି ସହାୟତା ପାଇଁ ଅନୀଲ ବଡ ଭାଇ ମୁକେଶ ଏବଂ ଭାଉଜ ନୀତା ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାବପ୍ରବଣତାର ସହ ଅନୀଲ କହିଛନ୍ତି ଯେ କଠିନ ସମୟରେ ସମ୍ମାନନୀୟ ବଡ ଭାଇ ଓ ଭାଉଜଙ୍କୁ ସେ ହୃଦୟର ଗଭୀର ପ୍ରଦେଶରୁ କୃତଜ୍ଞତା ଜଣାଉଛନ୍ତି । ଉଚିତ ସମୟରେ ସହାୟତା ପ୍ରଦାନ କରି ସେମାନେ ପରିବାରର ମୂଲ୍ୟବୋଧ ଓ ପରିବାରର ମହତ୍ତୱକୁ ସୁଦୃଢ କରିଛନ୍ତି । ସେମାନଙ୍କ ଭିତରେ ଥିବା ମତଭେଦ ଭୁଲି ପରିବାର ଆଗକୁ ବଢିଛି । ଏଥିପାଇଁ ସେ ବହୁତ ଖୁସି। ସେମାନଙ୍କର ଏହି ସାହାଯ୍ୟ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି ବୋଲି ଅନୀଲ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବାପା ଧୀରୁ ଭାଇ ଅମ୍ୱାନୀଙ୍କର ମୃତ୍ୟୁ ପରେ ଅନୀଲ-ମୁକେଶ ବିବାଦ ତୀବ୍ର ରୂପ ନେଇଥିଲା । କମ୍ପାନୀ ଓ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡା ଏପରି ହୋଇଥିଲା ଯେ ପରସ୍ପର ସହ ସେମାନେ ସମ୍ପର୍କ କାଟି ଦେଇଥିଲେ । ମାତ୍ର ସମସ୍ତ ପୁରୁଣା କଥାକୁ ଭୁଲି ମୁକେଶ ପରିବାରର ବଡ ପୁଅର କର୍ତ୍ତବ୍ୟ ନିଭାଇଛନ୍ତି । ନିକଟରେ ନିଜ ପୁଅର ବିବାହରେ ଅର୍ଥ ଖର୍ଚ୍ଚ ହୋଇଥିବା ପରେ ମଧ୍ୟ ସାନଭାଇକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବଡ ଭାଇ।

Last Updated : Mar 19, 2019, 2:39 PM IST

ABOUT THE AUTHOR

...view details